ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱରରେ ମଧୁ ଜୟନ୍ତୀ ପାଳିତ

ଭୁବନେଶ୍ୱରରେ ମଧୁ ଜୟନ୍ତୀ ପାଳିତ

     ଆଜି ସକାଳ ସାତ ଘଣ୍ଟିକା ସମୟରେ ବିଶ୍ୱ ଶ୍ରୀଜଗନ୍ନାଥ ଚେତନା ମହାସତସଙ୍ଗ ଓ ଗବେଷଣା ପ୍ରତିଷ୍ଠାନର “ଶ୍ରୀଜଗନ୍ନାଥ ମହାଯୋଗ” ତରଫରୁ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ମଧୁସୂଦନ ପାର୍କ ଠାରେ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୮ତମ ଜୟନ୍ତୀ ପାଳନ କରାଯାଇଥିଲା। ପ୍ରଥମେ ସମସ୍ତେ ପାର୍କ ମଧ୍ୟରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ତାପରେ ବିଶ୍ୱ ଶ୍ରୀଜଗନ୍ନାଥ ଚେତନା ମହାସତସଙ୍ଗ ଓ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ତଥା “ଶ୍ରୀଜଗନ୍ନାଥ ମହାଯୋଗ”ର ଅଧ୍ୟକ୍ଷ ଇଂ ପ୍ରଫେସର ଡଃ ପ୍ରସନ୍ନ କୁମର ସ୍ଵାଇଁ (ପ୍ରଫେସର ଡଃ ପ୍ରସନ୍ନଜୀ)ଙ୍କ ଅଧ୍ୟକ୍ଷତାରେ ପ୍ରାତଃ କାଳୀନ ସ୍ମୃତିଚାରଣ ସଭା ପ୍ରତିମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁବାସ ତ୍ରିପାଠୀ,ସୁନିଲ ପଟନାୟକ, ମନମୋହନ ମିଶ୍ର,ପି ସି ମହାପାତ୍ର, ବିଜୟଲକ୍ଷ୍ମୀ ପ୍ରଧାନ, ସୁରେଶ ବାରିକ, ଗୋପାଳ କୃଷ୍ଣ ବେହେରା, ଦେବରାଜ ମଲ୍ଲିକ, ଧନେଶ୍ୱର ବେହେରା, ରାମଚନ୍ଦ୍ର ପଟ୍ଟନାୟକ, ଅମୀୟ ତ୍ରୀପାଠୀ, ଗୋପବନ୍ଧୁ ପଣ୍ଡା, ଅଶୋକ ପ୍ରଧାନ, ବନମାଳୀ ମାଟି, ସୁଜାତା ବିଦର, ହରିହର ଦୀକ୍ଷିତ,ଶିବ ନାରାୟଣ ବାରିକ, ନାରାୟଣ ଜେନା, ସ୍ମିତାରାଣୀ, ଶତାବ୍ଦୀ ଏବଂ ଏସ.ବି. ମିଶ୍ର ସହିତ ବିଭିନ୍ନ ଯୋଗ ପରିବାରର ସଭ୍ୟ ସଭ୍ୟା, ପ୍ରାତଃ ଭ୍ରମଣର ବଂଧୁ ବାନ୍ଧବି ସମୂହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ନିମ୍ନମାନର କାମ ବର୍ଷାରେ ଭୁଷୁଡ଼ି ପଡ଼ିଲା ରାସ୍ତାର ସୁରକ୍ଷା ବାଡ଼, ତଦନ୍ତ ପାଇଁ ଦାବି

କାମାକ୍ଷା ନଗର ମହାବିଦ୍ୟାଳୟ ରେ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

masiha

Leave a Comment

error: Content is protected !!