ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପଘରା ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷୟତ୍ରୀ ରେ ଚାଲୁଛି ଶିଶୁବାଟିକାରୁ ୫ ମ ଶ୍ରେଣୀ

ସାପଘରା ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷୟତ୍ରୀ ରେ ଚାଲୁଛି ଶିଶୁବାଟିକାରୁ ୫ ମ ଶ୍ରେଣୀ

 ମୟୂରଭଂଜ – ୨୪/୦୭ —  ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ସୁରୁଦା- ଯଶିପୁର ପଞ୍ଚାୟତ ଅନ୍ତର୍ଗତ ସାପଘରା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ରେ ଶିଶୁବାଟିକାରୁ ୫ ମ ଶ୍ରେଣୀ ଦୁଇଟି ଶ୍ରେଣୀଗୃହରେ ଚାଲୁଛି ।

  ଆଦିବାସୀ ଅଧ୍ୟୁଷିତ ଝାଡ଼ଖଣ୍ଡ ସିମାନ୍ତ ବିଦ୍ୟାଳୟଟି ୧୯୬୨ ମସିହାରେ ସ୍ଥାପିତ ହୋଇଛି l ବିଦ୍ୟାଳୟରେ ବର୍ତ୍ତମାନ ୪୨ ଜଣ କୋମଳମତି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।ବିଦ୍ୟାଳୟଟି ଅସୁରକ୍ଷିତ ଥିବା ପରି ମନେ ହୁଏ l ବର୍ଷା ହେଲେ ଛାତରୁ ପାଣି ଗଳୁଛି l ବିଦ୍ୟାଳୟ ମଧ୍ୟରେ ଥିବା ନଳକୂପରେ ଠିକ୍ ଭାବରେ ପାଣି ଵିହାରୁନି ବ ତେଣୁ ସ୍ବଛ ପାଣି ପିଇବା ପାଇଁ ହନ୍ତସନ୍ତ ହେଉଛନ୍ତି ପିଲାମାନେ ।ତଦସହ ସ୍କୁଲର ପାଚେରୀ ନାହିଁ ତେଣୁ ପିଲାମାନେ ଅସୁରକ୍ଷିତ ଅଛନ୍ତି ।ସ୍କୁଲ ଭିତରେ ଥିବା ଶୌଚାଳୟଟି ମଧ୍ୟ ଖରାପ ହୋଇଯାଇଛି ।ଯାହାଫଳରେ କାମରେ ଲାଗୁନି ।ତେଣୁ ଗ୍ରାମବାସୀ ଏବଂ ଅଭିଭାବକ ମହଲରୁ ଆଉ ଜଣେ ଶିକ୍ଷକ ନିଯୁକ୍ତି ,ନୂତନ ଶ୍ରେଣୀ ଗୃହ,ପିଇବା ପାଣି ବ୍ୟବସ୍ଥା,ବିଦ୍ୟାଳୟ ପାଚେରୀ,ଏବଂ ଶୌଚାଳୟ ମରାମତି ପାଇଁ ଦାବି ହେଉଛି ।

 ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ଦାଦନ ଶ୍ରମିକର ମୃତ୍ୟୁ ବେସାହାରା ସ୍ତ୍ରୀ ଓ ପୁଅ , ନୂଆଖାଇ ପଡିଲା ଫିକା

masiha

ଇଫୁନା ଓ ଉଫୁନା ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ 

masiha

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ୍

Sunil Chandra Nayak

Leave a Comment

error: Content is protected !!