ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଫ୍. ଏମ୍. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ର ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବଳଙ୍ଗା, ନବରଙ୍ଗପୁର ସହ ଜଗତ୍ସିଂହପୁର ଛାତ୍ରୀ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ଵଳନ 

ଏଫ୍. ଏମ୍. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ର ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବଳଙ୍ଗା, ନବରଙ୍ଗପୁର ସହ ଜଗତ୍ସିଂହପୁର ଛାତ୍ରୀ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ଵଳନ 

   ଯାଜପୁର ୨୪ ଜୁଲାଇ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଆହ୍ଵାନ କ୍ରମେ ଆଜି ଚବିଶ ଜୁଲାଇ ଗୁରୁବାର ପୂର୍ବାହ୍ନ ଦଶ ଘଟିକା ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ଏଆଇସିସି ସଭ୍ଯ ପଦ୍ମାକର ଗୁରୁ ଙ୍କ ନେତୃତ୍ଵରେ ବିଞ୍ଝାରପୁର ବ୍ଲକ୍ ବିତନାସ୍ଥିତ ଜୁଣଭଦ୍ରା କଲେଜ୍ ମୁଖ୍ୟ ଫାଟକ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା. ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଦିବଙ୍ଗତ ସୌମ୍ୟାଶ୍ରୀ ଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ନାବାଳିକା ଛାତ୍ରୀ ଓ ମହିଳାମାନେ ନୂଆଦିଲ୍ଲୀ ଓ ଭୁବନେଶ୍ବର ଏମ୍ସରେ ରେ ଚିକିତ୍ସା ହେଉଥିବାରୁ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ. ଜୀବନରେ ଯେତେବେଳେ କଷ୍ଟ, କସଣ ଓ ଯନ୍ତ୍ରଣାର ସମ୍ମୁଖୀନ ହେଲେ ବି ଧର୍ଯ୍ୟ ଓ ସାହାସର ସହ ସମୂଖୀନ ହେବା ହେଲେ କଦାପି ଆତ୍ମହତ୍ୟା ର ରାସ୍ତା ନ ବାଛିବାକୁ ଏଆଇସିସି ସଭ୍ୟ ପଦ୍ମାକର ଗୁରୁ ବିଭିନ୍ନ ଉଦାହରଣ ଦେଇ ନିଜ ବକ୍ତବ୍ୟରେ କହିଥିଲେ. ବରିଷ୍ଠ କଂଗ୍ରେସ ନେତା ନାରାୟଣ ମଲ୍ଲିକ ସଂଯୋଜନା କରୁଥିବା ବେଳେ ସର୍ବଶ୍ରୀ ସରୋଜ କୁମାର ନାୟକ, ପ୍ରକାଶ ଦାସ, ସୁଲୋଚନା ଦାସ, ଏସ. କେ ଆବୁବକର୍ , ବିରେନ୍ଦ୍ର କୁମାର ଦାସ, ଶରତ ମହାଳିକ, ଜୀବନ୍ ବଲ୍ଳଭ ଜେନା, ନାରାୟଣ ମଲ୍ଲିକ, ସୁଶ୍ରୀ ଭାନୁପ୍ରିୟା ବରାଳ , ଶେଖ ଜାହାଙ୍ଗୀର ଆଲାମ୍ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ନିଜର ବକ୍ତବ୍ୟ ରଖିଥିଲେ. ସମଗ୍ର ନାରୀ ଜାତିର ସୁରକ୍ଷା, ସମ୍ମାନ ଓ ନ୍ୟାୟ ଲାଗି ରାଜ୍ୟର ବିଜେପି ନେତୃତ୍ୱ ମୋହନ ସରକାର ସମୁର୍ଣ୍ଣ ମାତ୍ରାରେ ଧ୍ୟାନ ନ ଦେଉଥିବାରୁ ଆଜି ଏପରି ଅବସ୍ଥା ଘଟୁଛି. ଦୈନିକ ପନ୍ଦର ଜଣ ଛାତ୍ର ଛାତ୍ରୀ ଦୁଷ୍କର୍ମ, ଗଣ ଦୁଷ୍କର୍ମର ଶିକାର ହେବା ପ୍ରମାଣିତ କରୁଛି ଯେ ରାଜ୍ୟ ସରକାର ନାରୀ ଜାତିକୁ ଅସୁରକ୍ଷିତ ପରିବେଶ ରେ ବଞ୍ଚିବାକୁ ଛାଡିଛନ୍ତି ବୋଲି ସମ୍ପୂର୍ଣ୍ଣ ବାରି ହେଇ ପଡୁଛି . ପୁନଶ୍ଚ ଦିବା ବାର ଘଟିକା ସମୟରେ କଂଗ୍ରେସ ନେତା ଜ୍ଞାନେନ୍ଦ୍ର ବେଉରିଆ ଙ୍କ ସଂଯୋଜନାରେ ଖରସ୍ରୋତା ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଆଉ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରଦୀପ ପ୍ରଜ୍ଜ୍ଵଳନ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା. ଖରସ୍ରୋତା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିବା ସହ ସୌମ୍ୟାଶ୍ରୀ ର ଆତ୍ମାର ସଦ୍ ଗତି ନିମନ୍ତେ ନୀରବ ପ୍ରାର୍ଥନା, ପ୍ରଦୀପ ପ୍ରଜ୍ଜ୍ଵଳନ ସହ ସ୍ମୃତି ଚାରଣ କରିଥିଲେ. ପ୍ରତିକୂଳ ପରିସ୍ଥିତି ଓ ଚାପଗ୍ରସ୍ତ ସମୟରେ ଭାଙ୍ଗି ନପଢି ସମସ୍ୟାକୁ ଧୈର୍ଯ୍ୟର ସହ ସମ୍ମୁଖିନ ହେଲେ ଯେତେ ବଡ଼ ବିପଦରୁ ବି ମୁକ୍ତି ମିଳି ପାରିବ ବୋଲି ନିଜ ବକ୍ତବ୍ୟରେ ଏଆଇସିସି ସଭ୍ୟ ପଦ୍ମାକର ଗୁରୁ କହିଥିଲେ . ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ କୁମାର ଦାସ, ଅଶ୍ଵିନି ସାମଲ, ଦୀପକ କୁମାର ଦାସ. ବାଇନ କାଣ୍ଡି, ବାବୁରାମ ରାଉତ୍, ଫକୀର ଚରଣ ବେଉରିଆ, ଘନଶ୍ୟାମ ଥାଟୋଇ, ସରୋଜ କୁମାର ସାହୁ ବିରେନ୍ଦ୍ର କାଣ୍ଡି ପ୍ରମୁଖ ରାଜ୍ୟ ସରକାର ଙ୍କ ନାରୀ ଜାତି ପ୍ରତି ବର୍ଦ୍ଧିତ ଅବହେଳାକୁ ବକ୍ତବ୍ୟରେ ରଖିଥିଲେ ବୋଲି ପିସିସି ମୁଖପାତ୍ର ତଥା ଏଆଇସିସି ସଭ୍ଯ ପଦ୍ମାକର ଗୁରୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି.|

Related posts

କଳମପୁର ଥାନା କୁ ପୁରିଲା ଦୁଇ ବର୍ଷ ବଦଲି ହେଲେଣି ଚାରି ଥାନା ଅଧିକାରୀ ଫାଣ୍ଡି ଅଧିକାରୀ ଉପରେ କାର୍ଯ୍ୟକ୍ରମ ଭାର 

masiha

ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

masiha

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁ ସୂଦନ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!