ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର 

ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର 

-୫୧ୟୁନିଟ ରକ୍ତ ସଂଗୃହୀତ

 ମୟୂରଭଂଜ – ୨୩।୭: — ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକଙ୍କ ‘ଭୀଷ୍ମ ପିତାମହ ସ୍ୱର୍ଗତଃ ଅମରେନ୍ଦ୍ରଲାଲ ବୋଷଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ବୁଧବାର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ପରିବାର, ମୟୂରଭଞ୍ଜ ପକ୍ଷରୁ ଆୟୋଜିତ ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସୟ ଉଦଘାଟନ କରିବା ସହିତ ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ରାମଚନ୍ଦ୍ର ଦାସ, ସୁକାନ୍ତ କୁମାର ଜିଉ, କବିବିଷ୍ଣୁ ଶତପଥି, ବିଭୁଦତ୍ତ ଦାସ ଓ ସମାଜସେବୀ ଅମରସେଠୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କୋଣ ଅନୁକୋଣରୁ ସାମ୍ବାଦିକ ଓ ସ୍ବେଚ୍ଛାକୃତ ରକ୍ତ ଦାତା ରକ୍ତ ଦାନ କରି ସ୍ବର୍ଗତ ଅମରେନ୍ଦ୍ର ଲାଲଙ୍କ ୬୦ବର୍ଷର ସାମ୍ବାଦିକତା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶିବିରରେ ମୋଟ ୫୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ଓ ରକ୍ତଦାତା କାର୍ଡ ସହିତ ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଓ ବୈଷୟିକ ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ଶିବିର ପରିଚାଳନାରେ ଅସୀମ ଚକ୍ରବର୍ତ୍ତୀ, ସୋମନାଥ ସିଂ ଓ ଶ୍ରୀମା’ ମହିଳା ମହାବିଦ୍ୟାଳୟର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ । ୨୦୨୬ ଜାନୁଆରୀ ୧୭ତାରିଖରେ ଜିଲ୍ଲାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମଳୟ ମହାନ୍ତଙ୍କ ସ୍ମୃତିରେ ମଧ୍ୟ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆବାସ ଯୋଜନା କାହାପାଇଁ ,ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ବେସାହାରା ଭୁଜବଲ

masiha

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

Sunil Chandra Nayak

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ: ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହୋଇଗଲାଣି 

masiha

Leave a Comment

error: Content is protected !!