ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକ୍ଷାତ ପାଲାଗୁରୁ ରଘୁନାଥ ରଣାଙ୍କ ୧୬ ତମ ସ୍ମୃତିଚାରଣ ସଭା

ପ୍ରକ୍ଷାତ ପାଲାଗୁରୁ ରଘୁନାଥ ରଣାଙ୍କ ୧୬ ତମ ସ୍ମୃତିଚାରଣ ସଭା

ବସ୍ତା,୨୪/୭/୨୫- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତ ମୁକୁଳିସି ଗ୍ରାମର ସ୍ବର୍ଗତ ପାଲାଗୁରୁ ରଘୁନାଥ ରଣାଙ୍କ ଗୁରୁବାର ୧୬ତମ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ସୁରେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ବରେ ଏକ ସୃତି ସଭା ଆୟୋଜନ ହୋଇଥିଲା । ମୁଖ୍ଯ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ବିଶ୍ବାଳ ଯୋଗଦେଇ ଗୁରୁ ଭଗବାନଙ୍କ ସ୍ବରୂପ ଗୁରୁଙ୍କୁ ପୂଜିଲେ ସକଳ କାମନାର ଅନ୍ତଃ ଘଟେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ଯ ବକ୍ତା ଭାବରେ ଗାୟକ କେଶରୀ ପିତାମ୍ବର ଦାସ ଉପସ୍ଥିତ ହୋଇ ଗୁରୁ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଶୋକ ରଥ, ପାଲାଗାୟକ ହରିଶ୍ଚନ୍ଦ୍ର ବେହେରା, ଭଜହରି ଦାସ, ଦୀପକ ଅଣ୍ଡିଆ, ପର୍ଶୁରାମ ପରିଡ଼ା, ସଞ୍ଜିତ ବାରିକ, ଚନ୍ଦ୍ରକାନ୍ତ ପରିଡ଼ା, ରାଧାକୃଷ୍ଣ ରାଉତ, ଅଞ୍ଜଳୀ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ବିଷ୍ଣୁପଦ ପତି, ରମାନାଥ ଜେନା, ହରିଶ୍ଚନ୍ଦ୍ର ସେନାପତି ଶିବାନନ୍ଦ ରଣା, ବିବେକାନନ୍ଦ ରଣା ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ ।ଏଥିରେ ଅଦୈତ୍ଯ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପଞ୍ଚାନନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଉରକେଲାରେ ସମ୍ବର୍ଦ୍ଧିତ ହେବେ ମୋ ଅନୁଷ୍ଠାନ ସମ୍ପାଦକ ଓ ଜ୍ଯୋତ୍ସ୍ନାରାଣୀ

masiha

ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

masiha

ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନଙ୍କ ତରଫରୁ ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!