ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା; ବାଇଦାପୋଷୀ ଗ୍ରାମ ଡୁଙ୍ଗୁରିସାହି ରାସ୍ତା ମରଣଯନ୍ତା

ରାଇରଙ୍ଗପୁର ପୌରପାଳିକା; ବାଇଦାପୋଷୀ ଗ୍ରାମ ଡୁଙ୍ଗୁରିସାହି ରାସ୍ତା ମରଣଯନ୍ତା

  ମୟୂରଭଂଜ- ୨୫/୦୭ —  ସାରା ବିଶ୍ବରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକାର ୨ ନମ୍ବର ଓ୍ଵାର୍ଡ ବାଇଦାପୋଷୀ ଗ୍ରାମ ବହୁ ଗୁରୁତ୍ବପୁର୍ଣ ଅଂଚଳ ବହନ କରେ ।ଏହି ଓ୍ବାର୍ଡର ବାସିନ୍ଦା ମହାମହିମ ରାଷ୍ଟ୍ରପତି ପ୍ରଥମେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।ଏହି ଓ୍ଵାର୍ଡରୁ କାଉନସିଲର ହୋଇଥିଲେ ,ଦୁଇଥର ବିଧାୟକ ଓ ମନ୍ତ୍ରୀମଧ୍ଯ ହୋଇଥିଲେ,ପରେ ପରେ ଝାଡ଼ଖଣ୍ଡ ରାଜ୍ୟପାଳ ଏବେ ଭାରତର ରାଷ୍ଟ୍ରପତି ପଦ ଅଳଂଙ୍କୃତ କରୁଛନ୍ତି ।ଏହି ଓ୍ବାର୍ଡର ମୂଳ ବାସିନ୍ଦା ମଧ୍ୟ ଶାମ ଚରଣ ହାଁସଦା କଂଗ୍ରେସ ବିଧାୟକ ହୋଇଥିଲେ ।ଏହି ଓ୍ଵାର୍ଡରୁ ବିଜେଡ଼ିର ସୁକଦେବ ବେହେରା ବର୍ତମାନ କାଉନସିଲର ଦାୟିତ୍ବରେ ଅଛନ୍ତି ।କିନ୍ତୁ ଦୁଃଖର ବିଷୟ ରାଇରଙ୍ଗପୁର‌ ପୌରପାଳିକା ତରଫରୁ ଏହି ଓ୍ବାର୍ଡକୁ ଅଣଦେଖା କରାଯାଉଛି ।ଏହି ବୃହତ ଓ୍ବାର୍ଡର ଡୁଙ୍ଗୁରିସାହି ରାସ୍ତା ତଥା ଜାତୀୟ ରାଜପଥ ୨୨୦ ନମ୍ଵରକୁ ଛୁଇଁ ଜଳସେଚନ ବିଭାଗ କାର୍ଯ୍ଯାଳୟ‌ ପର୍ଯ୍ଯନ୍ତ ଯାଇଥିବା ରାସ୍ତାଟି ଖାଲ ଓଖମାଲରେ ଭର୍ତି ହୋଇଯାଇଛି ।ଗୋଡ଼ି ମାଟି ଉଠି ଯାଇଛି । ରାସ୍ତା ସଂପୁର୍ଣ ଵେହାଲ ।ଏହି ଡୁଙ୍ଗୁରିସାହିରେ ୬୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ଏହି ରାସ୍ତା ପାର୍ଶ୍ବରେ ଆଭେଞ୍ଜିକାଲ ସୋସାଇଟି ମିଶିଓନାରୀ ଚର୍ଚ ଅଛି ।ଯେଉଁଠାରେ ବହୁ ଚର୍ଚିତ ଅଷ୍ଟ୍ରେଲିଆର ଗ୍ରାହାମ ଷ୍ଟେନସ,ତାଙ୍କ ସ୍ତ୍ରୀ,ଛୁଆମାନେ ଆସି ରହି ଆଦିବାସୀଙ୍କ ସେବା କରୁଥିଲେ । ସାହିବାସୀ ସ୍କୁଲ ଛୁଆ,ବୟସ୍କ ଲୋକମାନେ ଯିବା ଆସିଵାରେ‌ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ।ଗାଡି ,ବାଇକ,ସାଇକେଲ ଚଳାଇବା କଷ୍ଟ । ରୋଗୀ ଏଵଂ ଦିଵ୍ଯାଙ୍ଗମାନେ ମଧ୍ୟ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାକୁ ନେଇ ସାହିଵାସୀ ସୁଵୋଧ ଗିରି ଏବଂ ଅନ୍ୟମାନେ ପୌରପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଲିଖିତ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ତରଫରୁ ତତ୍ପରତା ଦେଖାଯାଉନାହିଁ । ତେଣୁ ପୌରପ୍ରଶାସନ ଏହି ଖାଲ ଖମାଲ ରାସ୍ତାକୁ ପରିଦର୍ଶନ କରି ମରାମତି ଏବଂ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସାହିବାସୀ ନିବେଦନ କରିଛନ୍ତି ।ଅପରପକ୍ଷରେ ଓ୍ବାର୍ଡ କାଉନସିଲର ସୁକଦେବ ବେହେରାଙ୍କୁ ପଚାରିବାରୁ ସେ କହିଲେ ମୁଁ ବହୁତ ଥର କାଉନସିଲ ରେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି ହେଲେ ପ୍ରଶାସନ ମୋ କଥା ଶୁଣୁ ନାହାନ୍ତି ।ମୁଁ ଅସହାୟ ହୋଇପଡିଛି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

୨୦୧୭ ମାଟ୍ରିକ ବ୍ୟାଚର ବନ୍ଧୁ ପାଇଁ ଦିନଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ 

Sunil Chandra Nayak

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ 

masiha

Leave a Comment

error: Content is protected !!