ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

ଡାବୁଗାଁ, ୨୫/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଉପସ୍ଥିତ ରହି ବିଭାଗରେ କାର୍ଯ୍ୟକରି ହେଉଥିବା ସରକାରଙ୍କ ଜନହିତକର ଯୋଜନା ଯଥା:- ମଧୁବାବୁ ଓ ଇନ୍ଦିରାଗନ୍ଧି ପେନସନ ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା, ଭିନ୍ନକ୍ଷମ ଙ୍କ ପାଇଁ ଡି. ଆର. ଆଇ ଋଣ ଯୋଜନା, ଭିନ୍ନକ୍ଷମ ବ୍ୟକ୍ତି ପାଇଁ ବିବାହ ପ୍ରତ୍ସାହନ ରାଶି ଯୋଜନା, ଭିନ୍ନକ୍ଷମ ଙ୍କୁ ସହାୟକ ଉପକରଣ ପ୍ରଦାନ ଯୋଜନା ଓ ବାଣିଶ୍ରୀ ବୃତ୍ତି ଯୋଜନା ଉପରେ ଆଲୋକ ପାତ କରିଥିଲେ | ଉକ୍ତ ବିଭାଗର କାର୍ଯ୍ୟକୁ ସୁଚାରୁରୂପେ କାର୍ଯ୍ୟକାରି କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ, ଏସିଡିଓ ତୁଳାରାମ ଭତ୍ରା, ବୋରିଗାଁ ଓ ନନ୍ଦପୁରାଉ ପଞ୍ଚାୟତ ର ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ ପୁରସ୍କୃତ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଲୀ ମଣ୍ଡଳ ଓ ଦିବ୍ୟଶଙ୍କର ପୂଜାରୀ, ଏସିଡିଓ, ଗ୍ରାମ ରୋଜଗାର ସେବିକା ସେବକ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଅମୂଲ୍ୟ ଦଳାଇ ପରିଚାଳନା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ 

masiha

ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଉତ୍କଳ ସମ୍ମିଳନୀ ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତଥା ନବରଙ୍ଗପୁର ଜିଲ୍ଲା ସଂଗଠନର ବାର୍ଷିକ ଉତ୍ସବ ନେଇ ପୂର୍ବ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!