ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆପେକ୍ସ ଆଇ.ଟି.ଆଇର ଦ୍ୱିତୀୟ ବାର୍ଷିକ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଆପେକ୍ସ ଆଇ.ଟି.ଆଇର ଦ୍ୱିତୀୟ ବାର୍ଷିକ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା 

କଟକ : ନିଆଳି ବ୍ଲର ଦେବୀ – କନ୍ଦଳ ଦ୍ବୀପlଞ୍ଚଳ ଅନ୍ତର୍ଗତ ପତ୍ରକଣା ଆପେକ୍ସ ଆଇ.ଟି.ଆଇର ଦ୍ୱିତୀୟ ବାର୍ଷିକ ଛାତ୍ରମାନଙ୍କୁ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରତିବର୍ଷ ପରି ଏବର୍ଷ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଗବେଷକ ଇଂ.ଶ୍ରୀସନ୍ନ୍ୟାସୀ ଜୀ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ବିଶିଷ୍ଟ କର୍ମକାଣ୍ଡବିତ,ଅଭିନେତା, ଉପସ୍ଥାପକ ତଥା ସାମ୍ବାଦିକ ବିନୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ପିତାମାତା ଓ ଗୁରୁଙ୍କ ପ୍ରତି ଭକ୍ତି ରଖିବା ସହ ଯେଉଁଠି ରହିଲେ ଵି ଅନୁଷ୍ଠାନକୁ ନ ଭୁଲିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶାସନିକ ଅଧିକାରୀ ମିହିରକାନ୍ତ ମହାପାତ୍ର ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ପ୍ରାରମ୍ଭରେ ପ୍ରଥମ ବାର୍ଷିକ ପିଲାମାନେ ଧୂପ ଦୀପ ଓ ଚନ୍ଦନ ପ୍ରଦାନ କରି ଦ୍ୱିତୀୟ ବାର୍ଷିକ ପିଲାମାନଙ୍କୁ ବନ୍ଦାପନା କରିବା ସହିତ ବିଭିନ୍ନ ଉପଢୌକନ ପ୍ରଦାନ କରିଥିଲେ । ଦ୍ୱିତୀୟ ବାର୍ଷିକ ଛାତ୍ରମାନେ ନିଜ ନିଜର ଅନୁଭୂତିକୁ ବର୍ଣ୍ଣନା କରି ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ହେବାପାଇଁ ଉପଦେଶ ଦେଇଥିଲେ । ଆଇ.ଟି.ଆଇ ପକ୍ଷରୁ ଫିଟର ବିଭାଗର ଭଗବାନ ଯାନୀ ଏବଂ ଇଲେକଟ୍ରିସିଆନ୍ ବିଭାଗର ହିମାଂଶୁ ସାମଲଙ୍କୁ “ଭଲ ପିଲା ସମ୍ମାନ – ୨୦୨୫”ରେ ସମ୍ମାନିତ କରାଯାଇଥିଲା । ବୈଠକରେ ଉପାଧ୍ୟକ୍ଷ ଇଂ.ବିପ୍ଳବ ଦାସ,ଅଧ୍ୟାପକ ମଦନ ମାଝୀ,ସୌମ୍ୟରଞ୍ଜନ ଶତପଥୀ, ତରଣୀସେନ ମହାନ୍ତି, ସୁଧୀର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଚାକିରୀ ପାଇଥିବା ଦ୍ୱିତୀୟ ବାର୍ଷିକ ସମସ୍ତ ଛାତ୍ରମାନଙ୍କୁ କମ୍ପାନୀରେ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଭାତୀ ମଲ୍ଲିକ, ବିଶ୍ୱଜିତ ପାଇକରାୟ,ବିକାଶ ପ୍ରଧାନ,ପବିତ୍ର ମିନିଆକା,ନବୀ କlଡ଼lରକା,ଶୁଭମ ମୁଦୁଲି, କୈବଲ୍ୟ ମଲ୍ଲିକ,ସୌମ୍ୟରଞ୍ଜନ ଜେନା, ପ୍ରହଲ୍ଲାଦ ସେଠୀ,ଆଶିଷ,ସଂଗ୍ରାମ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଜାତଳା ରେ ଆୟୁଷ୍ମାନ କାର୍ଡ ଲାଗୁ 

masiha

ହାଇୱାକୁ ପିଟି ବାଇକ ଆରୋହୀଙ୍କ ମୃତ୍ୟ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

masiha

ଡାବୁଗାଁ ମିଶନଶକ୍ତି ମହାସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ 

masiha

Leave a Comment

error: Content is protected !!