ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରଞ୍ଜୁଲତା

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରଞ୍ଜୁଲତା

ଖଇରା,୨୫/୭/୨୫- ପବିତ୍ର ଚିତାଲାଗି ଅମାବାସ୍ୟା ଉପଲକ୍ଷେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ରାଜ୍ୟ ସ୍ତରୀୟ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ଚିତାଲାଗି ଅମାବାସ୍ୟା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ଡଃ ଅନୁପମା ବିଶ୍ବାଳ, ସମ୍ବଲପୁର (୩) ନିବେଦିତା ପଣ୍ଡା, ରାଉରକେଲା, ସୁନ୍ଦରଗଡ (୪) ରୁନିବାଳା ମଲ୍ଲିକ(ଶିକ୍ଷୟିତ୍ରୀ), କୁଜଙ୍ଗ, ଜଗତସିଂହପୁ (୫) ସ୍ମିତାଲି ବେହେରା, ଝାଡ଼ବନ୍ଧ, ଢେଙ୍କାନାଳ (୬) ଗୀତାଞ୍ଜଳୀ ଗନ୍ତାୟତ(ଅଧ୍ଯାପିକା), ରାଇକିଆ, କନ୍ଧମାଳ (୭) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୮) ଦଶରଥ ମାଝୀ, କୁରୁମାଚୁଆଁ, କଳାହାଣ୍ଡି (୯) ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ (୧୦) ଅମ୍ବୁଜାକ୍ଷୀ ବେହେରା, ଜୟପାଟଣା, କଳାହାଣ୍ଡି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ ଝାରସୁଗୁଡା ଅଞ୍ଚଳର ସେବାନିବୃତ୍ତ ଶିକ୍ଷୟିତ୍ରୀ ତଥା ଜିଲ୍ଲାର ଜଣାଶୁଣା ସୁ କବୟିତ୍ରୀ ମାଧୁରୀ ମିଶ୍ର । ତାଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢ଼ୀଙ୍କୁ ପ୍ରଥମ ସ୍ଥାନ ମିଳିଥିବା ବେଳେ ଅନୁପମା ବିଶ୍ବାଳ ଓ ନିବେଦିତା ପଣ୍ଡା ଦ୍ୱିତୀୟ ଏବଂ ରୁନିବାଳା ମଲ୍ଲିକଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟମାନେ କୌଣସି ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ନାହାନ୍ତି । ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଲେଖା ଜାରି ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । କଥାରେ ଅଛି ଅପେକ୍ଷାର ଫଳ ମିଠା । ଫଳାଫଳକୁ ନେଇ କେହି ମନଦୁଃଖ ନ କରି ଉଦ୍ୟମ ଜାରିରଖନ୍ତୁ ନିଶ୍ଚୟ ଦିନେ ନା ଦିନେ ସ୍ଥାନ ଅଧିକାର କରିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ 

Related posts

ୟୁରୋପର ଡେନମାର୍କ ରେ ବିଶେଷ ସତସଙ୍ଗର ଆୟୋଜନ 

masiha

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ

masiha

ଫରେଷ୍ଟର ଅଫିସ ଆଗରେ ଗଣ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!