ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ସରକାରୀ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ 

ଚାରବାହାଲ ସରକାରୀ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ 

ଜୁନାଗଡ଼,୨୫/୭(ମନୀସ)କଳା ହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚ।ରବାହାଳ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରସାଦ ସାହୁ ଏନର୍ଜି କ୍ଲବ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ର ସଭାପତୀ ତପନ ମାଝି ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଚାରବାହାଳ ଗ୍ରାମ ପଞ୍ଚାୟତ ସରପଂଚ ଶ୍ରୀମତୀ ସତ୍ୟଭମା ପଣ୍ଡା,ମ୍ୟୁଖ୍ୟ ବକ୍ତା ଭାବେ ଏସବିଆଇ ବ୍ୟଙ୍କ ଶାଖ ପରିଚାଳକ ତପନ କୁମାର ବରା, ସମ୍ମାନିତ ଅତିଥି ନୋଡାଲ ପ୍ରଧାନ ଶିକ୍ଷକ ଚନ୍ଦ୍ର ବାଗ , ଵିଆର ସିସି ସମ୍ପାଦକ ମଳୟ ପଣ୍ଡା , କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରସାଦ ସାହୁ ପ୍ରମୁଖ ମଞ୍ଚଷିନ ଥିଲେ। ମଞ୍ଚାସିନ ଅଥିତି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣୀୟ ଶିକ୍ଷା ଦେଇ ଥିଲା। ଉକ୍ତ ପ୍ରଦର୍ଶନୀ ରେ ପଚାଶ ଟି ପ୍ରକଳ୍ପ ୩୮ ରୁ ଉର୍ଦ୍ଧ ବିଦ୍ୟାଳୟ ରୁ ଆସି ଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସୂର୍ଯ୍ୟ ପ୍ରସାଦ ଠାକୁର ପରିଚାଳନା କରିଥିବା ବେଳେ ସତ୍ୟଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକଳ୍ପ ପ୍ରଦର୍ଶନ ସହ ବିଦ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ ବନୋମୋହସ୍ଵବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଜମନ ସାଗର,ସିଆରସିସି ଉମେଶ ନାଏକ, ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ସୁଚାରୁ ରୂପେ ପ୍ରଦର୍ଶନୀ ସମ୍ପାଦନ ହୋଇ ଥିଲା । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ 

masiha

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ 

Sunil Chandra Nayak

Leave a Comment

error: Content is protected !!