ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଣି ସନ୍ଦେହରେ ହତ୍ୟା ଉଦ୍ୟମ  , ୪ ଆକ୍ରମଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ 

ଗୁଣି ସନ୍ଦେହରେ ହତ୍ୟା ଉଦ୍ୟମ  , ୪ ଆକ୍ରମଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ 

ବନ୍ଧୁଗାଁ ତା ୨୪/୭/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ଅଧିନସ୍ତ ଏଲଙ୍ଗାବାଲସା ଗ୍ରାମରେ ଜଣେ ବୁଦ୍ଧ ଙ୍କୁ ସୋମବାର ଦିନ ଗୁଣି ସନ୍ଦେହରେ ହତ୍ୟା ଉଦ୍ୟମ କରାଯାଇଥିଲା। ଆକ୍ରମଣ ରେ ବୃଦ୍ଧ ଜଣକ କୋରାପୁଟ ଜିଲ୍ଲା ବଡ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନିଜର ପୁଅ କେଶିବ କାଡ୍ରାକା ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତରଫରୁ ତଦନ୍ତ କରାଯାଇଥିଲା। ସେହି ସମୟରେ ୪ ଜଣ ଆକ୍ରମଣକାରୀ ଫେରାର ହୋଇ ଯାଇ ଥିଲେ। ଆଜି ପୋଲିସ ସେହି ୪ ଜଣ ଆକ୍ରମଣ କରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଏଲଙ୍ଗାବାଲସା ଗ୍ରାମର ଆଚା କାଡ୍ରାକା ଗତ ବର୍ଷ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ। ସେଠାରେ ଜ୍ଵର ହେବାରୁ ଆଚା ନିଜ ଘରକୁ ଫେରି ଆସିଥିଲେ। ଜ୍ଵର ନ କମିବାରୁ ଆଚା ଚେରମୂଳି ଔଷଧ ଖାଉଥିଲେ । ଜ୍ଵର ଓ ଖାସ ଲାଗି ରହିବାରୁ ଗାଁ ର ଆଶା ଦିଦି ଲୀଳା କୁମାରୀ ଗୌଡ ଆଚା କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କଫ ନମୁନା ପରୀକ୍ଷା ପରେ ଆଚା କୁ ଯକ୍ଷ୍ମା ହୋଇଥିବା ଜଣା ପଡ଼ିଥିଲା। ପରେ ଆଶା ଦିଦି ଜଣକ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଔଷଧ ଆଣି ଆଚା କୁ ଖାଇବାକୁ ଦେଇଥିଲେ। କିନ୍ତୁ ଆଚା ଔଷଧ ନ ଖାଇ ଚେରମୂଳି ଖାଇବା ସହିତ କୁୱାକ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ। ସ୍ୱାସ୍ଥ୍ୟ ପରୀକ୍ଷାରେ ଟାଏଫଏଡ ହୋଇଥିବା ଜଣା ପଡ଼ିଥିଲା। ପୁଣି ଥରେ ଆଲମଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରକ୍ତ ପରୀକ୍ଷା କରିବା ପରେ ଜଣ୍ଡିସ ହୋଇଥିବା ଜଣାପଡ଼ି ଥିଲା। ଡାକ୍ତର ଦେଇଥିବା ଔଷଧ ବ୍ୟବହାର କରି ଆସୁଥିଲେ । ଔଷଧ ଖାଇବା ପରେ ମଧ୍ୟ ସୁସ୍ଥ ନ ହେବାରୁ ଗାଁର ବୃଦ୍ଧ ମାଲି କାଡ୍ରାକା ଙ୍କୁ ଗୁଣି ଗାରେଡ଼ି କରିଥିବା ସନ୍ଦେହ କରି ଥିଲେ। ପରେ ପରିବାର ଲୋକେ ମାଲି କୁ ଭେଟି ଗୁଣି ଗାରେଡ଼ି କରିଥିବା କହି ଧମକ ଦେଇ ଫେରି ଆସିଥିଲେ। ସୋମବାର ଦିନ ଅପରାହ୍ନ ୨ ଟା ସମୟରେ ଆଚା ଙ୍କ ସମ୍ପର୍କୀୟ ଭାଇ ଆଦମା କାଡ୍ରାକା, ଲାଚା କାଡ୍ରାକା, ଉଦେଶ କାଡ୍ରାକା ଓ ବତି କାଡ୍ରାକା ମିଳିତ ଭାବେ ମାଲି ଙ୍କ କୁଡ଼ିଆ ଘର କୁ ଯାଇ ମାଲିକୁ ଗାଁ ଦାଣ୍ଡ କୁ ନେଇ ଆସି ଥିଲେ। ପରେ ମାଲି କୁ ବାଉଁଶ ଠେଙ୍ଗା ରେ ମୁଣ୍ଡରେ ମାରୁ ଥିବା ବେଳେ ହାତ ଦେଇ ଥିଲେ ଯାହା ଦ୍ୱାରା ହାତ ଟି ଭାଙ୍ଗି ଯାଇଥିଲା । ପରେ ମାଲି କୁ ପାଖ ଜଙ୍ଗଲ କୁ ଫାଶୀ ଦେବା ପାଇଁ ଉଠେଇ ନେଇ ବେକ ରେ ଦୌଡ଼ି ଦେଇ ଏକ ଧାରୁଆ ଗାଗଡା ନେଇ ଥିଲେ। ଧାରୁଆ ଅସ୍ତ୍ର ଟି ଗାଁ ର ଜଣେ ଲୋକ ଛଡେଇ ନେଇ ଚାଲି ଯାଇ ଥିବା ମାଲି କହି ଥିଲେ। ଏ ନେଇ ବନ୍ଧୁଗାଁ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଖବର ପାଇବା ପରେ ଏଏସଆଇ ବି ଟି ସାଧୁ ଓ ପୁଲିସ ଟିମ ପହଞ୍ଚି ମାଲି ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରି ଥିଲେ। ଆକ୍ରମଣ କାରୀ ୪ ଜଣ ଫେରାର ହୋଇ ଯାଇ ଥିଲେ।ଗତ କାଲି ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଓ ପୁଲିସ ଟିମ ଗାଁ ରେ ପହଞ୍ଚି ୪ ଜଣ ଆକ୍ରମଣ କାରୀଙ୍କୁ ଗିରଫ କରିବା ସହିତ ଆକ୍ରମଣ କରିବା ବେଳେ ବ୍ୟବହୃତ ଠେଙ୍ଗା, ଅସ୍ତ୍ର ଓ ପୋଷାକ ଗୁଡିକୁ ଜବତ କରି ଆଜି କୋର୍ଟ ଚାଲାଣ କରିଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଲମ୍ବିତ, ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଘଟଣା

Sunil Chandra Nayak

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

masiha

ଖୁଲମ୍ ଖୁଲା ପେଟି ପେଟି ଚାଲାଣ ହେଉଛି ବିଦେଶୀ ମଦ , ପୋଲିସ,ଅବକାରୀ ବିଭାଗ ନିରବ

Sunil Chandra Nayak

Leave a Comment

error: Content is protected !!