ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

ଢେଙ୍କାନାଳ : ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ନେଇ ସକ୍ଷୀ ୱାନ ଷ୍ଟପ ସେଣ୍ଟର ପକ୍ଷ ରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସକ୍ଷୀ ୱାନ ଷ୍ଟପ ସେଣ୍ଟର କେନ୍ଦ୍ର ପ୍ରଶାସିକା ରଞ୍ଜିତା ମଞ୍ଜରୀ କର, ଆଡଭୋକେଟ ରଞ୍ଜନ କୁମାର ମିଶ୍ର କର୍ମକ୍ଷେତ୍ର ରେ ମହିଳା ମାନଙ୍କ ଉପରେ ଯୋ÷ନଗତ ନିର୍ଯାତନା(ନିବାରଣ, ନିଷେଧ, ଓ ନିରାକରଣ) ଆଇନ ୨୦୧୩ ଉପରେ ଆଲୋକପାତ କରି ଧାରା ୪(୧) ଅନୁସାରେ ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ଉପରେ ଚର୍ଚ୍ଚା କରିଥିଲେ । ଏହି ସଭା ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ଆଇନ ବିଭିନ୍ନ ଦିଗ ଉପରେ ଆଲୋଚନା ରେ ଭାଗ ନେଇଥିଲେ ।ସକ୍ଷୀ ୱାନ ଷ୍ଟପ ସେଣ୍ଟର ର କର୍ମଚାରୀ ମାନେ କେସ ୱର୍କର ଲିପ୍ସା ପାତ୍ର, ମୋନାଲିସା ସାହୁ, କାଉନସିଲର ଯାଜ୍ଞସେନୀ ନାଏକ, ଜିଏନଏମ ସ୍ୱାଗତିକା ସାହୁ ଯୋଗ ଦେଇଥିଲେ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ୱେଲକୋମ ଭିଜିଲାନ୍ସ- ଯୋଡ଼ା’କୋଇଡାରେ ମାଳ’ମାଳ ବ୍ରହ୍ମରାକ୍ଷାସ ଖଣି ଅଫିସର

masiha

ରାଇରଙ୍ଗପୁରରେ କୃଷି ଜିଲ୍ଲା ସ୍ତରୀୟ ‌ କୃଷକ ମେଳା

Sunil Chandra Nayak

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର 

Sunil Chandra Nayak

Leave a Comment

error: Content is protected !!