ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

ଢେଙ୍କାନାଳ : ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ନେଇ ସକ୍ଷୀ ୱାନ ଷ୍ଟପ ସେଣ୍ଟର ପକ୍ଷ ରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସକ୍ଷୀ ୱାନ ଷ୍ଟପ ସେଣ୍ଟର କେନ୍ଦ୍ର ପ୍ରଶାସିକା ରଞ୍ଜିତା ମଞ୍ଜରୀ କର, ଆଡଭୋକେଟ ରଞ୍ଜନ କୁମାର ମିଶ୍ର କର୍ମକ୍ଷେତ୍ର ରେ ମହିଳା ମାନଙ୍କ ଉପରେ ଯୋ÷ନଗତ ନିର୍ଯାତନା(ନିବାରଣ, ନିଷେଧ, ଓ ନିରାକରଣ) ଆଇନ ୨୦୧୩ ଉପରେ ଆଲୋକପାତ କରି ଧାରା ୪(୧) ଅନୁସାରେ ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ଉପରେ ଚର୍ଚ୍ଚା କରିଥିଲେ । ଏହି ସଭା ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ଆଇନ ବିଭିନ୍ନ ଦିଗ ଉପରେ ଆଲୋଚନା ରେ ଭାଗ ନେଇଥିଲେ ।ସକ୍ଷୀ ୱାନ ଷ୍ଟପ ସେଣ୍ଟର ର କର୍ମଚାରୀ ମାନେ କେସ ୱର୍କର ଲିପ୍ସା ପାତ୍ର, ମୋନାଲିସା ସାହୁ, କାଉନସିଲର ଯାଜ୍ଞସେନୀ ନାଏକ, ଜିଏନଏମ ସ୍ୱାଗତିକା ସାହୁ ଯୋଗ ଦେଇଥିଲେ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ଆଜି ବ୍ଲକ ସ୍ତରୀୟ ପରବ ୨୦୨୪ ମହୋତ୍ସବ ଉଦ୍ଘାଟନ ହୋଇଯାଇଛି 

masiha

Youth Journalist Amit Kumar Parija received the”Kalinga Gourav Samman”

Sunil Chandra Nayak

ଟିପିଡବ୍ଲୁଓଡିଏଲ ସହାୟତା ରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ମୈ।ଳିକ ଅଧିକାର ଉପରେ ଏକ ଦିନିକିଆ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!