ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ

କିଛିଦିନ ତଳେ ଘଟିଯାଇଥିବା ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାରେ ବିରୋଧଙ୍କ ଆନ୍ଦୋଳନ, ପରିବାରର ଅଭିଯୋଗ ଇତ୍ୟାଦିକୁ ବିଚାର କରି ସରକାର କ୍ରାଇମ୍ ବାଂଚ୍ ତଦନ୍ତ ପାଇଁ ଦେଇଥିବାରୁ ସାଗତ ଯୋଗ୍ୟ ବୋଲି ଅଉଖମା ଗ୍ରାମବାସୀ ଜଣାଇଛନ୍ତି । ଅଧ୍ଯକ୍ଷ, ଅଧ୍ୟାପକ, ଆସିସି ସଦସ୍ୟଙ୍କ ସମର୍ଥନ, ପୋଲିସ୍‌ର ନିରବତା, ସହ‌ପାଠୀଙ୍କର ତାଚ୍ଛଲ୍ୟ ମୃତ୍ୟୁ ପାଇଁ ଦାୟୀ ଏକଥା ନିରାଟ ସତ୍ୟ । ସୌମ୍ୟାଶ୍ରୀଙ୍କ ବକ୍ତବ୍ୟ ଥିଲା ଯେ, ବହୁ ଆଗରୁ ଅତିରିକ୍ତ ଏସ୍.ପି. ନିରଞ୍ଜନ ବେହେରା ଏବଂ ଇନିସେକ୍ଟର ମୁର୍ମୁଙ୍କୁ ଲିଖିତ ଅଭିଯୋଗ ଦେବା ଘଟଣାଟି ମଧ୍ୟ ସତ୍ୟ । ଆଇସିସି କମିଟି ବୈଠକରେ ପ୍ରିନ୍‌ସିପାଲଙ୍କ ରୁମ୍‌ରେ ଉପରୋକ୍ତ ଦୁଇ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ମଧ୍ୟ ସୌମ୍ୟାଶ୍ରୀଙ୍କୁ ଧମକ ଚମକ ଦେବା ଘଟଣାରେ ପୋଲିସ୍‌ର ନିରବତା ସୌମ୍ୟାଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି ଅଉଖମା ଗ୍ରାମବାସୀ ସୂଚାଇଛନ୍ତି । ପୋଲିସ୍ ଅଧୁକାରୀଙ୍କୁ ଏହି କାରଣରୁ ଅଦ୍ୟାବଧୂ ଆରେଷ୍ଟ ନକରିବା ସରକାରଙ୍କର ଅପାରଗତା ବୋଲି ଜଣାଇଛନ୍ତି । ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଗତ ୦୪.୦୬.୨୦୨୫ ରିଖରେ ଢେଙ୍କାନାଳ ମହିଷାପାଟ ବୈଠକ ପୂର୍ବରୁ ମଙ୍ଗଳପୁର ଠାରେ ସ୍ପୋର୍ଟସ୍ କଂପ୍ଲେକ୍ସ ଶୁଭ ଦେବା ସମୟରେ ଅଉଖମା ଗ୍ରାମବାସୀମାନେ ଉପରୋକ୍ତ ଅତିରିକ୍ତ ଏସ୍.ପି. ନିରଞ୍ଜନ ବେହେରାଙ୍କ ଗ୍ରାମରେ ଗରିବ ଜନସାଧାରଣଙ୍କ ଉପରେ କରି ଆସୁଥିବା ଗୁଣ୍ଡାଗିରି ଓ ମିଛ କେଶ୍ ସଂପର୍କରେ ଏକ ଲିଖୁତ ଅଭିଯୋଗ କରିଥିଲେ । ଅଦ୍ୟାବଧୂ ତା’ର କୌଣସି ସନ୍ତୋଷ ଜନକ ଉତର ମିଳିନାହିଁ । ତେଣୁ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଅତିରିକ୍ତ ଏସ୍‌ପି ନିରଞ୍ଜ ବେହେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଉଖମା ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ସମୟରେ ସରୋଜ କୁମାର ମହାପାତ୍ର, ପ୍ରମୋଦ ବେହେରା, ହିମାଂଶୁ ଶେଖର ମହାପାତ୍ର, ମୁନା ସାହୁ, ନାରଣ ବେହେରା, ଧନେଶ୍ଵର ସାହୁ, ଲମ୍ବୋଦର ମହାପାତ୍ର, ସନ୍ତୋଷ ବାରିକ, ନିରାକାର ସାହୁ ଓ ଜୟକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଏମଜିପିଏଲର ରାଇରଙ୍ଗପୁର ବ୍ଳକ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ 

Sunil Chandra Nayak

ଶ୍ରୀ ଶ୍ୟାମ ପରିବାର ପକ୍ଷ ରୁ ମଙ୍ଗଳ ପାଠ ଓ ସାମୁହିକ ଏକାଦଶୀ ବ୍ରତ ଉଦଯାପନୀ 

masiha

ନେହେରୁ ଯୁବ କେନ୍ଦ୍ର, ରାୟଗଡା ଦ୍ୱାରା ଜିଲ୍ଲା ସ୍ତରୀୟ ଯୁବ ପଡୋଶୀ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!