ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଲେଇ ଛକରେ ବ୍ୟାଙ୍କ ଅଫ୍ ବରୋଦା ଶାଖା ଶୁଭ ଉଦଘାଟିତ

ରାଇରଙ୍ଗପୁର ଗୋଲେଇ ଛକରେ ବ୍ୟାଙ୍କ ଅଫ୍ ବରୋଦା ଶାଖା ଶୁଭ ଉଦଘାଟିତ

 ମୟୂରଭଂଜ -୨୫/୦୭ — ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର ।ଏହି ସହରରେ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ।ରାଇରଙ୍ଗପୁର ରେ ମଧ୍ୟ ନୂତନ ପୋଲିସ ଜିଲ୍ଲା ଘୋଷଣା ହୋଇଯାଇଛି ।ମହାମହିମ ରାଷ୍ଟ୍ରପତିଙ୍କ ନିବାସ ସ୍ଥଳୀ ମଧ୍ୟ ଏଠାରେ ।ବହୁ ସରକାରୀ,ବେସରକାରୀ ,ବାଣିଜ୍ୟ ପ୍ରତିଷ୍ଠାନ ,ଡାକ୍ତରଖାନା,ସ୍କୁଲ,କଲେଜ ଏଠାରେ ଅବସ୍ଥିତ ।ତେଣୁ ସହର ବାସୀଙ୍କୁ ଅଧିକ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାପାଇଁ ଵ୍ଯାଙ୍କ୍ ଅଫ୍ ବରୋଦା ଆଗେଇ ଆସିଛି ।ଆଜି ରାଇରଙ୍ଗପୁର ମୁଖ୍ୟ ବଜାର ଗୋଲାଇ ଛକରେ ଶୀତତାପ ନିୟନ୍ତ୍ରୀତ ବ୍ୟାଙ୍କ ଅଫ୍ ବରୋଦାର ନୃତନ ଗୃହର ବ୍ୟାଙ୍କ ମେନେଜର‌ଵରୁଣ ମନିଷଙ୍କ ପ୍ରତ୍ଯକ୍ଷତତ୍ବାଵଧାନରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ରାଜ୍ୟରେ ୨୦୨ ନମ୍ବର ଶାଖା ହୋଇଥିବାବେଳେ ମୟୂରଭଂଜ ଜିଲ୍ଲାରେ ଏହା ୯ ( ନବମ) ଶାଖା ଅଟେ ।ଲୋକଙ୍କୁ ସହଜରେ ସଞ୍ଚୟ ଖାତା ଖୋଲାଯିବା, ଋଣ ନେଇ ଦେଣ ବ୍ୟବସ୍ଥା,କୃଷି ଓ ସ୍ଵର୍ଣ ଋଣ,ଶିକ୍ଷା ଋଣ ଏବଂ ବ୍ୟାଙ୍କର ବିଭିନ୍ନ ସ୍କିମ ଉପରେ ଗ୍ରାହକମାନଙ୍କୁ ବ୍ୟାଙ୍କ ସଦା ସର୍ବଦା ସହଯୋଗର ହାତ ବଢାଇବ ।ଏଥିରେ ଭୁବନେଶ୍ଵର ଏବଂ ଵାରିପଦାରୁ ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

masiha

୧୧ ତମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ସମର୍ଥନ ଦେଲେ ରାଇରଙ୍ଗପୁର ଓକିଲ ସଂଘ ସଭାପତି

Sunil Chandra Nayak

ପ୍ରାକ୍ତନ ଉପବାଚସ୍ପତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ବିୟୋଗରେ ଶୋକ 

masiha

Leave a Comment

error: Content is protected !!