ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବୃକ୍ଷରୋପଣ ଓ କର୍ମଶାଳା ଆୟୋଜିତ

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବୃକ୍ଷରୋପଣ ଓ କର୍ମଶାଳା ଆୟୋଜିତ

ବକ୍ତବ୍ୟ ରଖିଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର

ଭବାନୀପାଟଣା,୨୬/୭: ସ୍ଥାନୀୟ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ପକ୍ଷରୁ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ନିମନ୍ତ୍ରିତ ବକ୍ତା ଭାବେ ଯୋଗ ଦେଇଥିଲେ। ସାଂସଦ ଶ୍ରୀ କୁମାର ‘ ବିଙ୍ଗ ଫ୍ୟୁଚର ରେଡି’ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କିପରି ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ତିଆରି କରିବେ ସେ ଉପରେ ଆଲୋକପାତ କରିଥିଲେ। ସେହିପରି ଚଳନ୍ତି ସମୟର ଏଆଇର ଭୂମିକା ଓ ବ୍ୟବହାର ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ। ପ୍ରଶ୍ନୋତ୍ତର ସମୟରେ ସେ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାସ ଚନ୍ଦ୍ର ଦାସ ସଭା ପରିଚାଳନା କରିଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ସେହିପରି ବିଶ୍ଵବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ‘ ଏକ ପେଡ୍ ମା କେ ନାମ ‘ କାର୍ଯ୍ୟକ୍ରମ ଆଧାରରେ ସାଂସଦ ଶ୍ରୀ କୁମାରଙ୍କ ସମେତ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ସାମିଲ ହୋଇଥିଲେ । ଏଥିରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ। 

ମ ନି ସ 

Related posts

ଆଇନଜୀବୀ ଦିବସ ପାଳିତ 

Sunil Chandra Nayak

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

masiha

ଫେରୋସ୍କ୍ରାପ ନିଗମ ର ଘରୋଇକରଣ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ କର୍ମଚାରୀ ଙ୍କ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ

masiha

Leave a Comment

error: Content is protected !!