ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଝିବେକି ନୂଆ ସରକାର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଦୁଃଖ

ବୁଝିବେକି ନୂଆ ସରକାର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଦୁଃଖ

ତେନ୍ତୁଳିଖୁଣ୍ଟି ୧୩/୦୬/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ନାହିଁ। କିଛି ବର୍ଷ ତଳେ ଖାତିଗୁଡ଼ା ସ୍ଥିତ ପ୍ରକଳ୍ପ ପରିଚାଳିତ ଉଚ୍ଚ ବିଦ୍ୟାଳୟ କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଅଞ୍ଚଳ ବାସୀ ଖୁସି ହୋଇଯାଇଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟ ହେଲେ ଶିକ୍ଷକ ସମସ୍ୟା ସମାଧାନ ହୋଇଯିବ ପିଲା ଙ୍କ ଶିକ୍ଷାଦାନ ବ୍ୟବସ୍ଥା ଭଲ ହେବ। କିନ୍ତୁ ଇତିମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇ ପାରିନି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ବିଦ୍ୟାଳୟ କୁ ଯାହାକିଛି କାଗଜପତ୍ର ଓ ଡାଟା ମାଗୁଛି ବିଦ୍ୟାଳୟ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ଦେଉଛନ୍ତି। ବିଦ୍ୟାଳୟ ଇତି ମଧ୍ୟରେ ପୂର୍ବ ସରକାର ଙ୍କ ଫ୍ଲାଗ ଶିପ ଯୋଜନା ଫାଇବ ଟି ସ୍କୁଲ ହୋଇ ସାରିଛି । ବିଦ୍ୟାଳୟ ଏବେ ବି ପ୍ରକଳ୍ପ ଦ୍ଵାରା ପରିଚାଳିତ। ବିଦ୍ୟାଳୟ ରେ ଷଷ୍ଠ ରୁ ଦଶମ ଶ୍ରେଣୀ ରେ ପ୍ରାୟ ତିନି ଶହ ପଚାଶ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାଦାନ ପାଇଁ ଷ୍ଟାଫ୍ କହିଲେ ପ୍ରଧାନ ଶିକ୍ଷକ,ଦୁଇ ଜଣ ସି ଟି ତାଲିମ ପ୍ରାପ୍ତ ଶିକ୍ଷକ ଓ ଦୁଇ ଜଣ ଏ ନ ଇ ୱେନ। ବହୁ ଦାବୀ ପରେ ଜିଲ୍ଲା ଶିକ୍ଷାଧିକାରୀ ଦୁଇ ଜଣ ଟି ଜି ଟି କଳା ଶିକ୍ଷକ ଓ କ୍ଲାସିକାଲ ଓ ହିନ୍ଦୀ ଶିକ୍ଷକ ଙ୍କୁ ସପ୍ତାହ କୁ ତିନିଦିନ ଏବଂ ପି ଇ ଟି ଙ୍କୁ ଦୁଇ ଦିନ ଏହି ବିଦ୍ୟାଳୟ କୁ ଡେପ୍ୟୁଟ କରିଛନ୍ତି। ଗତ ଶିକ୍ଷାବର୍ଷ ର ସେପ୍ଟେମ୍ବର ମାସରୁ ଦୀର୍ଘ ଆଠ ମାସ ହେବ ଟି ଜି ଟି ବିଜ୍ଞାନ ଶିକ୍ଷକ ନାହାଁନ୍ତି । ସେହି ସ୍ଥିତି ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପରୀକ୍ଷା ଦେଲେ। ଆଉ ଦିନ କେଇଟା ପରେ ବିଦ୍ୟାଳୟ ଖୋଲିବ ପିଲାଙ୍କ ବିଜ୍ଞାନ ଶିକ୍ଷା ଦାନ କଣ ଗତବର୍ଷ ଭଳି ରହିବ ନା ନୂଆ ସରକାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି। ଏହି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଉପରେ ପରଜା ବାରଙ୍ଗ ପଦର ପଞ୍ଚାୟତର ଗତି ପୁଟ, ଖା ତିଗୁଡା ,ପରଜା ବାରଙ୍ଗ ପଦର ସମେତ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ର ସଦର ଗ୍ରାମ ,ବଙ୍ଗଳା ଗୁଡା, କେନ୍ଦୁ ଗୁଡ଼ା, ବେଡା ପଦର ଆଦି ଗ୍ରାମ ର ଛାତ୍ର ଛାତ୍ରୀ ନିର୍ଭରଶୀଳ। ବିଦ୍ୟାଳୟ ର ଶିକ୍ଷକ ସମସ୍ୟା ପାଇଁ ଏହି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଞ୍ଚାୟତ ଛାଡ଼ି ଅନ୍ୟ ପଞ୍ଚାୟତ ପିଲାଙ୍କୁ ଅନ୍ୟ ବିଦ୍ୟାଳୟ ରେ ପଢିବାକୁ କହିବାକୁ ବାଧ୍ୟ ହେଉଛନ୍ତି। ଗ୍ରୀଷ୍ମ ଅବକାଶ ପରେ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଦାନ ର ସମସ୍ୟା ନୂତନ ସରକାର ଙ୍କ ଦ୍ଵାରା ସମାଧାନ ହେଉଛି ନା ପୂର୍ବ ସରକାର ଭଳି ଫାଇଲ ଦିଆ ନିଆ ରେ ସମୟ ଗଡ଼ାଇ ଚାଲି ବେ ଦେଖିବାକୁ ବାକି ରହିଲା। ପ୍ରକଳ୍ପ ର ବିଦ୍ୟାଳୟ ଦାୟିତ୍ଵ ରେ ଥିବା ବିଭାଗୀୟ ଅଧିକାରୀ ଙ୍କୁ ଏ ସଂପର୍କ ରେ ପ୍ରଶ୍ନ କରିବାରୁ କହିଲେ ପ୍ରକଳ୍ପ ତରଫରୁ ଯାହା ଡାଟା ମାଗିଥିଲେ ଦେଇଛୁ ବର୍ତ୍ତମାନ ଏହା ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ସରକାର ଙ୍କ ନିଷ୍ପତ୍ତି ଉପରେ ହିଁ ରହିଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଆରଏମସି ତରଫରୁ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

Sunil Chandra Nayak

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

Sunil Chandra Nayak

ଏରଗଡା ରେ ଇଦୁଲ ଫିତର ପାଳନ

masiha

Leave a Comment

error: Content is protected !!