ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ,୩ ଜଣଙ୍କୁ ମୋ ଅନୁଷ୍ଠାନ ଶ୍ରେଷ୍ଠ ରଜ ସମ୍ମାନ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ,୩ ଜଣଙ୍କୁ ମୋ ଅନୁଷ୍ଠାନ ଶ୍ରେଷ୍ଠ ରଜ ସମ୍ମାନ

ବାଲେଶ୍ଵର,୧୪/୬/୨୪- ପ୍ରତିଯୋଗିତା ମାଧ୍ୟମରେ ପ୍ରତ୍ୟେକ ରବିବାର ସାହିତ୍ୟର ଉନ୍ନତି ନିମନ୍ତେ ମୋ ଅନୁଷ୍ଠାନ ଉଦ୍ୟମ ଜାରି ରଖିଛି । ହ୍ବାର୍ଟସ୍ଅପ୍ ଗୃପ୍ ରେ ଗଦ୍ଯ କିମ୍ବା ପଦ୍ଯକୁ ନେଇ ଅନଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୦୯/୬/୨୪ ରିଖରେ ଶୀର୍ଷକ ” ବରଷକେ ଥରେ ଆସିଛି ରଜ ” କୁ ନେଇ ପ୍ରତିଯୋଗିତା ହୋଇଥିଲା । ଯେଉଁଥିରେ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ସୁମିତ୍ରା ସାହୁ, ଯାଜପୁର୩) ଦେବସ୍ମିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୪) ପ୍ରେମଶିଳା ବେହେରା, ଭବାନୀପାଟଣା, କଳାହାଣ୍ଡି (୫) ଅଭିପ୍ସା ପ୍ରିୟଦର୍ଶିନୀ, ଜଟଣୀ, ପୁରୀ (୬) ରାମଚନ୍ଦ୍ର ବେହେରା, ତେନ୍ତୁଳିପଦା, ଜଗତସିଂହପୁର (୭) ଲିଳାମୟୀ ଦାଶ, ଧନିଆପଡା, କେନ୍ଦ୍ରାପଡା (୮) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୯) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୧୦) ସୀମା ସ୍ବାଇଁ, ଗରାପୁର, କପାଳେଶ୍ବର, କେନ୍ଦ୍ରାପଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି ।

      ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଶିକ୍ଷୟିତ୍ରୀ ଓ ସୁ ସାହିତ୍ୟିକା ଡଃ ତାନଶ୍ରୀ ପାଣିଗ୍ରାହୀ । ତାଙ୍କ ସମୀକ୍ଷାରୁ ଅଭିପ୍ସା ପ୍ରିୟଦର୍ଶିନୀ, ସଞ୍ଜୁକ୍ତା ସାହୁ ଓ ସୀମା ସ୍ବାଇଁଙ୍କୁ ମିଳିଛି ମୋ ଅନୁଷ୍ଠାନ ଶ୍ରେଷ୍ଠ ରଜ ସମ୍ମାନ । ଉକ୍ତ ୩ ଜଣଙ୍କୁ ଅର୍ଥରାଶି, ଡିଜିଟାଲ ପ୍ରମାଣ ପତ୍ର ଓ ମାନପତ୍ର ଦେଇ ଚଳିତ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଅନୁରୋଧ ଉପସ୍ଥିତ ରହି ନିଶ୍ଚୟ ଗ୍ରହଣ କରିବା ହେବେ । ଏଥିସହିତ ଉପସ୍ଥିତ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ । ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ସାହିତ୍ୟର ଉନ୍ନତି ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ନିବେଦନ ଲେଖା ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

କାଉଙ୍କ ସହିତ ପବିତ୍ର ରଜ ଉତ୍ସବ ପାଳିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

ଜିଲ୍ଲାସ୍ତରୀୟ କୁଇଜ୍,ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

masiha

Leave a Comment

error: Content is protected !!