ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଭାର ସମ୍ଭାଳିଲେ ନୂତନ SDPO ଅରୁଣ କୁମାର ସାହୁ

ବସ୍ତା ଭାର ସମ୍ଭାଳିଲେ ନୂତନ SDPO ଅରୁଣ କୁମାର ସାହୁ

ବସ୍ତା,08/12 ପୋଲିସ ଉପଖଣ୍ଡ ଅଧିକାରୀ ଭାବେ ଜଳନ୍ଧର ଜାଲୀଙ୍କ ପଦୋନ୍ନତି ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ସ୍ଥାନାନ୍ତରିତ ହେଲା ପରେ ଅସ୍ଥାୟୀ ଭାବେ ମାତ୍ର ୩ ମାସ ପାଇଁ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ ମାନସ କୁମାର ଦେଓ ମାତ୍ର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ବସ୍ତା ପୋଲିସ ଉପଖଣ୍ଡ ଅଧିକାରୀ ଭାବରେ ନୂତନ ଭାବେ ଅରୁଣ କୁମାର ସାହୁ ଯୋଗଦାନ କରିଛନ୍ତି। କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ଶ୍ରୀ ସାହୁ ଅନେକ ସୁନାମ ଅର୍ଜନ କରିଥିବା ବେଳେ ପୂର୍ବରୁ ବାଲେଶ୍ଵର ଜିଲ୍ଲାରେ STF ରେ ନିର୍ଭୀକ ଏବଂ ସାହସିକତା ସହକାରେ କାର୍ଯ୍ୟ ତୁଲାଇଛନ୍ତି। ବସ୍ତା ଅଞ୍ଚଳରେ ଏପରି ଜଣେ ଦକ୍ଷ ଅଫିସର ପୋଲିସ SDPO ହୋଇ ଆସିଥିବାରୁ ବୁଦ୍ଧିଜୀବୀ ମହଲ ରୁ ପ୍ରଶଂସାର ସୁଅ ଛୁଟିଛି। ଅପରାଧ ଏବଂ ଅପରାଧୀଙ୍କୁ ଅଙ୍କୁଶ ଲଗାଇବା ଦିଗରେ ସବୁ ପ୍ରକାରର ପ୍ରୟାସ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ବସ୍ତା ଅଞ୍ଚଳରେ ଅପରାଧ ଏବଂ ଅପରାଧୀଙ୍କୁ କୌଣସି ପ୍ରକାରର ପ୍ରଶ୍ରୟ ଦିଆଯିବ ନାହିଁ ଓ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

masiha

ଶିଶୁପୁତ୍ର ନିଖୋଜ ଘଟଣା , ଛଅ ଦିନ ପରେ ପୋଲିସ ହାତ ଖାଲି

Sunil Chandra Nayak

ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ସମାରୋହରେ ଯୋଗ ଦେବେ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା

masiha

Leave a Comment

error: Content is protected !!