ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମଣ୍ଡେଇ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଆଜି

ମଣ୍ଡେଇ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଆଜି

ନବରଙ୍ଗପୁର:( ୮/୧୨) ମଣ୍ଡେଇ ମହୋତ୍ସବ ଅବସରରେ ସ୍ଥାନୀୟ କଲେଜ ପଡିଆ ଠାରେ ନବରଙ୍ଗପୁର ଜୋନ ଏବଂ ଉମରକୋଟ ଠାରେ ଉମରକୋଟ ଜୋନ ଭଲିବଲ ଏବଂ ଫୁଟବଲ ଖେଳ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଡେପୁଟି କଲେକ୍ଟର ବିନାୟକ ଖାଡାଙ୍ଗା, କ୍ରୀଡ଼ା ଅଧିକାରୀ ଏନ୍. ଶ୍ରୀନୁ, ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଏମ. ବାଲାକ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ପିଇଏ ପ୍ରଭାତ ପଟ୍ଟନାୟକ, ବରିଷ୍ଠ କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ପ୍ରହାରଜ ପ୍ରମୁଖ ଯୋଗ ଦେଇଥିଲେ। ନବରଙ୍ଗପୁର ଠାରେ ଅନୁଷ୍ଠିତ ପ୍ରଥମ ଦିନ ଫୁଟବଲ କ୍ରୀଡାରେ ତେନ୍ତୁଳିଖଣ୍ଟି ଦଳ କୋଷାଗୁମୁଡ଼ା ବ୍ଲକ ଦଳକୁ ୩-୧ ଗୋଲ ରେ ହରାଇ ଥିଲେ । ପାପାଡାହାଣ୍ଡି ଦଳ ନବରଙ୍ଗୁର ବ୍ଲକ ଦଳକୁ ତ୍ରାଇବ୍ରେକର ରେ ୭-୬ ଗୋଲରେ ହରାଇ ଥିବା ବେଳେ ଅନ୍ୟତମ ମ୍ୟାଚରେ ନବରଙ୍ଗପୁର ବ୍ଲକ ଏବଂ ନନ୍ଦାହଣ୍ଡି ବ୍ଲକ ମଧ୍ୟରେ ଅନୁଷ୍ଠିତ କ୍ୱାଟର ଫାଇନାଲ ରେ ୧- ଗୋଲରେ ବିଜୟ ଲାଭ କରି ସେମି ଫାଇନାଲ କୁ ଉନ୍ନୀତ ହୋଇଥିଲେ। ନବରଙ୍ଗପୁର ମୂନ୍ସିପାଲିଟି ଏବଂ ତେନ୍ତୁଳିଖଣ୍ଟି ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଟର ଫାଇନାଲ ରେ ଟାଇ ବ୍ରେକର ରେ ବିଜୟ ଲାଭ କରି ସେମି ଫାଇନାଲ କୁ ଉନ୍ନୀତ ହୋଇଥିଲା l ସେହିପରି ଉମରକୋଟ ଠାରେ ଅନୁଷ୍ଠିତ ଫୁଟବଲ ମ୍ୟାଚରେ ରାଇଘର ବ୍ଲକ ଦଳ ଝରିଗାଁ ବ୍ଲକ ଦଳକୁ ୧-୦ ଗୋଲରେ ହରାଇ ଥିବା ବେଳେ ଅନ୍ୟ ଏକ ମ୍ୟାଚରେ ଉମରକୋଟ ଦଳ ଡାବୁଗାଁ ୫-୩ ଗୋଲରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ lସେହିପରି ଭଲିବଲ୍ ରେ ଝରିଗାଁ ବ୍ଲକ ଦଳ ରାଇଘର ୩୬-୧୯ ସେହିପରି ଉମରକୋଟ ବ୍ଲକ ଦଳ ଚାନ୍ଦାହାଣ୍ଡି ବ୍ଲକ ଦଳକୁ ୩୯-୨୧ ରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଶେଷରେ ସେମିଫାଇନାଲ ଫୁଟବଲ ମ୍ୟାଚ ରେ ତେନ୍ତୁଳିଖୁଣ୍ଟି ବ୍ଲକ ଦଳ ନବରଙ୍ଗୁରର ବ୍ଲକ ଦଳକୁ ହରାଇ ଫାଇନାଲ ରେ ପ୍ରବେଶ କରିଥିବା ବେଳେ ଉମରକୋଟ ଠାରେ ଅନୁଷ୍ଠିତ ଅନ୍ୟ ଏକ ସେମି ଫାଇନାଲ ରେ ଉମରକୋଟ ବ୍ଲକ ଦଳ ଉମରକୋଟ ମୁନ୍ସିପାଲଟି ଦଳକୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଛନ୍ତି । ସେହିପରି ଭଲି ବଲ ମ୍ୟାଚ ସେମିଫାଇନାଲ ରେ ଡାବୁଗାଁ ବ୍ଲକ ଦଳ ଏବଂ ନନ୍ଦାହଣ୍ଡି ଖେଳାଳି ମାନେ ଫାଇନାଲ ରେ ପ୍ରବେଶ କରିଛନ୍ତି। ନବରଙ୍ଗପୁର କଲେଜ ପଡିଆ ଠାରେ ଫୁଟବଲ ରେ ଉମରକୋଟ ଦଳ ସହ ତେନ୍ତୁଳଖୁଣ୍ଟି ଏବଂ ଭଲି ବଲ୍ ମ୍ୟାଚ ରେ ଡାବୁଗାଁ ଦଳ ନାନ୍ଦାହାଣ୍ଡି ଦଳ ସହ ଭେଟିବ।ନବରଙ୍ଗପୁର ଜୋନରେ କ୍ରୀଡ଼ା ଶିକ୍ଷକ ବି. ଯୋଗେଶ କୁମାର, ଫିରଜ ହିଆଲ୍, ଡେଭିଡ ସ୍ମିତ ସାଧୁ, ଶେଖ୍ ସମିରୁଦ୍ଦିନ, ବିଭାଷିସ ଦେ, ଅଟଳ ବିହାରୀ ହୋତା, ଅଜିତ ପରିଜା, ପ୍ରଣବ ବିଶ୍ଵାଳ, ଅଜୟ ଦାସ, ଦୁର୍ୟ୍ଯ ହରିଜନ ପ୍ରମୁଖ ସହଯୋଗ କରିଥିବା ବେଳେ ଉମରକୋଟ ଜୋନରେ ବ୍ରଜବନ୍ଧୁ କାଣ୍ଡି, କିଶୋର ସିଲ, ପ୍ରଦିପ ବିଶ୍ୱାସ, ସପନ ବୈରାଗୀ, ଏମ. ବିଜୟ, ସୁବାସ ସାନ୍ତା, ନରସିଂହ ହରିଜନ, ଅରୁଣ ଶାନ୍ତା, ଚୈତନ୍ୟ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାହାଡାପଦା ଠାରେ ଦଶ ଦିବସିୟ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ସିନାପାଲି କ୍ରିକେଟ୍ କପ୍ କାଶୀବାହାଲ କୁ ହରାଇ କରଙ୍ଗାମାଲ ଚମ୍ପିୟାନ 

Sunil Chandra Nayak

ମୁଣ୍ତମରାଇ ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

Leave a Comment

error: Content is protected !!