ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମିନି ବିଜ୍ଞାନ କେନ୍ଦ୍ରର ଶୁଭ ଉଦ୍ ଘାଟନ 

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମିନି ବିଜ୍ଞାନ କେନ୍ଦ୍ରର ଶୁଭ ଉଦ୍ ଘାଟନ 

ଢେଙ୍କାନାଳ: ତା. ୨୬.୦୭.୨୦୨୫ ରିଖ:( ): ନିକଟରେ ଐତିହ୍ୟସମ୍ପନ୍ନ ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ଦିବା ୧୧ ଘଟିକା ସମୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ସହାୟତାରେ ଷ୍ଟେମ୍ ଲର୍ଣିଂ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ପ୍ରତିନିଧି ମୀନକେତନ ସାହୁଙ୍କ ବଳିଷ୍ଠ ସଂଯୋଜନାରେ ଏହି ବିଦ୍ୟାଳୟ ସମେତ ଢେଙ୍କାନାଳ ଜିଲ୍ଲାର ମୋଟ ଦଶଟି ବିଦ୍ୟାଳୟରେ ନବନିର୍ମିତ ହୋଇଥିବା ଏକ ଏକ ମିନି ବିଜ୍ଞାନ କେନ୍ଦ୍ର ସବୁର ଶୁଭଉଦ୍ ଘାଟନ ଓ ମାଲିକାନା ସତ୍ଵ ଓ ଦାୟିତ୍ବ ହସ୍ତାନ୍ତରଣ ଅନୁଷ୍ଠିତ ହୋଇଛି।ଏସବୁକୁ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଶୁଭ ଉଦଘାଟନ କରି ପ୍ରତ୍ୟେକ ବିଦ୍ୟାଳୟକୁ ମାଲିକାନା ସତ୍ଵ ଓ ଦାୟିତ୍ୱ ହସ୍ତାନ୍ତରଣ କରିଛନ୍ତି ଏହି ଶତାୟୁ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ,ବିଜ୍ଞାନ ଓ ବୈଷୟିକ ବିଜ୍ଞାନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଆମ ରାଜ୍ୟ ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି ବା ନଲେଜ ଇକୋନୋମି ଦିଗରେ ଅଗ୍ରସର ହେବା ନିମନ୍ତେ ସମସ୍ତ ପ୍ରଚେଷ୍ଟା କରୁଛନ୍ତି ମୋହନ ସରକାର।ଏହି ପ୍ରକିୟାକୁ ଜାରି ରଖିବା ନିମନ୍ତେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି,ଅନୁସନ୍ଧିତ୍ସୁ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ରହିବା ତଥା ସମାଜରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କସଙ୍ଗତ ଚିନ୍ତାଧାରା ବୃଦ୍ଧି ପାଇବା ପାଇଁ ଏହି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ ଵୋଲି ମାନ୍ୟବର ମନ୍ତ୍ରୀ ଦୃଢ଼ ଆଶାପୋଷଣ କରିଛନ୍ତି। ଅନ୍ୟତମ ମଞ୍ଚାସୀନ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ରଞ୍ଜନ ଦଳେଇ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ଼ର ଚିଫ୍ ଜେନେରାଲ ମ୍ୟାନେଜର ତଥା ଓଡ଼ିଶା ରାଜ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ କମଳ ଶୀଲ, ମାନବ ସମ୍ବଳ ବିଭାଗର ଡେପୁଟି ଜେନେରାଲ ମ୍ୟାନେଜର ଉତ୍ପଳ ଚୌଧୁରୀ,ସିଏସ୍ ଆର୍ ଡେପୁଟି ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ପଣ୍ଡା,ସେବା ସହୟୋଗ ଫାଉଣ୍ଡେସନ୍ ର ପ୍ରକଳ୍ପ ସଂଯୋଜକ ଅମିତ କୁମାର ଓ ଷ୍ଟେମ୍ ଲାର୍ଣିଂ ର ଆଞ୍ଚଳିକ ମ୍ୟାନେଜର ମେହାକ ସରାଫ୍ ପ୍ରମୁଖ ଯୋଗଦାନ କରି ସ୍ୱ ସ୍ଵ ବକ୍ତବ୍ୟରେ କହିଥିଲେ ଯେ “ମଣିଷ ସଭ୍ୟତାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଗୁରୁତ୍ବପୂର୍ଣ ଭୂମିକା ରହିଛି। ବିଜ୍ଞାନ ବିନା ଆଜି କେହି ମଧ୍ଯ ଜୀବନଯାପନ କରିବା ସମ୍ଭବ ନୁହେଁ।ଏଣୁ, ଛାତ୍ରଛାତ୍ରୀମାନେ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତ୍ତି ନେଇ ଜୀବନରେ ଆଗକୁ ବଢ଼ିବା ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇଙ୍କ ସମେତ ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ ସ୍ଵୀୟ ବକ୍ତବ୍ୟ ମାଧ୍ୟମରେ ନିଜ ନିଜର ଆଭିମୁଖ୍ୟ,ଚେତନା,ବିଚାର ଓ ଦୃଢ଼ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ।ପ୍ରକାଶ ଥାଉକି ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ସମେତ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ,ପିଏମ୍ ଶ୍ରୀ କାଇମାଟି ସରକାରୀ ଉଚ୍ଚ ବିଦ୍ୟାଳୟ,ରାଧାକାନ୍ତ ଜୀଉ ନୋଡାଲ ବିଦ୍ୟାପୀଠ,ଯୋରନ୍ଦା ସରକାରୀ ହାଇସ୍କୁଲ୍,ପିଙ୍ଗୁଆ ସରକାରୀ ହାଇସ୍କୁଲ୍,ନିହଲ ପ୍ରସାଦ ସରକାରୀ ହାଇସ୍କୁଲ୍,ଡାଳସିଂହ ମାର୍ଥାପୁର ସରକାରୀ ହାଇସ୍କୁଲ୍,ଖଙ୍କିରା ସରକାରୀ ହାଇସ୍କୁଲ୍ ଓ କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ଏକାବେଳେ ଦଶଟି ପ୍ରତ୍ୟେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ମିନି ସାଇନ୍ସ ସେଣ୍ଟର୍ ସ୍ଥାପିତ ହୋଇପାରିଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ କାରଣ ଢେଙ୍କାନାଳ ଜିଲ୍ଲାର ସମୁଦାୟ ୩୨ ଟି ବିଦ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ଓ ଏହାଦ୍ବାରା ପ୍ରାୟ ୧୫୦୦୦ ଛାତ୍ରୀ,ଛାତ୍ର ଓ ପ୍ରାୟ ୨୫୦ ଜଣ ଶିକ୍ଷୟିତ୍ରୀ,ଶିକ୍ଷକ ଏହାକୁ ବ୍ୟବହାର କରି ଉପକୃତ ହେବେ ବୋଲି ଆକଳନ କରାଯାଇଛି।ଷ୍ଟେମ୍ ଲର୍ଣିଂ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ପକ୍ଷରୁ ଅବିନାଶ ତରାଇ,ଆଶିଷ ମିଶ୍ର, ମୀନକେତନ ସାହୁ ଓ ରାକେଶ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ସାକାର କରିବାକୁ ସହଯୋଗୀ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ହୋଇଥିବା ଟିଙ୍କ ରିଂ ବିଭାଗ ପ୍ରତିଯୋଗିତାରେ ଏକ ନମ୍ବର କ୍ଲଷ୍ଟର ପକ୍ଷରୁ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଅରୁପ ଅନୁପମ ସାହୁ,ସୌରଭ ସିଂ,ଆୟୁଷ ସାହୁ ଓ ମଡେଲ ପ୍ରସ୍ତୁତି ବିଭାଗରେ ସମ୍ବିତ ଦାଶ,ସାନ୍ ଭି ତ୍ରିପାଠୀ ଓ ଆରିଫା ଜାରିନ୍ ପ୍ରମୁଖ ଜୋନାଲ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ କୋଲକୋତାଠାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି।ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଭାରତର ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଆଜୀବନ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ଆବାହକ,ବିଦ୍ୟାଳୟର ପ୍ରାକ୍ତନ ଛାତ୍ର,ବରିଷ୍ଠ ଅବସରପ୍ରାପ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ରଞ୍ଜନ କୁମାର ରଣା,ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ,ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ,ଶିକ୍ଷକ,କର୍ମଚାରୀ ବୃନ୍ଦ ଓ ଛାତ୍ରୀ ଛାତ୍ର ବୃନ୍ଦ ଉଦ୍ ଘାଟନ ଉତ୍ସବରେ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।ପରିଶେଷରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ର ଡେପୁଟି ଜେନେରାଲ ମ୍ୟାନେଜର( ସିଏସ୍ ଆର୍ )ପ୍ରଦୀପ କୁମାର ପଣ୍ଡା ଢେଙ୍କାନାଳ ଜିଲ୍ଲାର ୩୨ ଗୋଟି ବିଦ୍ୟାଳୟରେ ସ୍ଥାପିତ ମିନି ସାଇନ୍ସ ସେଣ୍ଟର୍ ଗୁଡ଼ିକ କିପରି କାର୍ଯ୍ୟକାରୀ କରାଯାଇ ଛାତ୍ରୀ, ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ଦ୍ଵାରା କିପରି ବ୍ୟବହୃତ ହୋଇ ବିଜ୍ଞାନ ଓ କାରିଗରୀ ବିଜ୍ଞାନ ଶିକ୍ଷାକୁ ସରଳ,ସୁନ୍ଦର ଓ ବୋଧଗମ୍ୟ କରାଯାଇ ଏହାକୁ କିପରି ଏକ ବୈପ୍ଳବିକ ପରିବର୍ତ୍ତନ ମାଧ୍ୟମ କରାଯାଇ ପାରିଛି ବଡ଼ ବଡ଼ ଏଲ୍ ଇ ଡି ପ୍ରୋଜେକ୍ଟର ମାଧ୍ୟମରେ ଏକ କ୍ଷୁଦ୍ର ରଙ୍ଗୀନ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନର ସୁତ୍ରଧର ସାଜିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର, ଙ୍କ ରିପୋର୍ଟ୍ 

Related posts

ଆଦ୍ୟାସା ଚାରିଟେବଲ୍ ଫାଉଣ୍ଡେସନର ନୂତନ କାର୍ଯ୍ୟାଳୟ ଗ୍ରୁହ ଉଦଘାଟନ

masiha

ବ୍ଲକସ୍ତରୀୟ କ୍ରୁଷକ ଦିବସ ପାଳିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଭିଜନ ୨୦୩୬ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!