ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

ରାଉରକେଲା,୨୯/୮: ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ହନୁମାନ ବାଟିକା ଛକ ପର୍ଯ୍ୟନ୍ତ ସାଜସଜ୍ଜା ସହିତ ନୃତ୍ୟ, ଗୀତ, ହାସ୍‌ଯ ଅଭିନେତାଙ୍କ କମେଡି ସହ ଫୁଡ ଷ୍ଟଲରେ ଶୋଭା ପାଇଥିଲା ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ । ସ୍ୱାୟତ୍ତ ଶାସନ ଦିବସ ଅବ୍‌ଯବହିତ ପୂର୍ବରୁ ଏହି ପଥ ଉତ୍ସବ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହନୁମାନ ବାଟିକା ରାଉରକେଲା ଛକ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ସଙ୍ଗୀତ ପରିବେଷଣ କରିଥିଲେ ଓଲିଉଡ ଗାୟକ ଟି ସୌରୀ, ସତ୍‌ଯଜିତ୍ ପ୍ରଧାନ, ଗାୟିକା ବର୍ଣ୍ଣାଳୀ ହୋତା, ଲିପ୍ସା ମହାପାତ୍ର, ହାସ୍ୟ ଅଭିନେତା ବାପି, ବଂଶୀ ବାଦକ ବିଭୁ ଦାସ, ଉତ୍ଥାପିକା ଓ ଅଭିନେତ୍ରୀ ଅଙ୍କିତା ମହାନ୍ତି, ଆର୍ ଜେ ଗୁଡ୍ଡୀ ଏବଂ ଉତ୍ଥାପକ ଓ ଅଭିନେତା କୈଳାଶ ପାତ୍ର (କେ ପି) । ଏଥିସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ, ବ୍‌ଯାୟାମ, ଓଡଶୀ ନୃତ୍ୟ ପରିବେଷଣ କରାଯିବା ସହିତ ମହିଳାଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବାଲୁକା ଶିଳ୍ପୀଙ୍କ ଦ୍ୱାରା ରାଉରକେଲା ମହାନଗର ନିଗମ ଲୋଗୋର ଚିତ୍ର ସହିତ ଅଙ୍କିତ କରାଯାଇଥିଲା ବାଲୁକା କଳା । ଏଥିସହିତ ଗରିଲା, ଜୋକର, ବାମନ ଏବଂ ହାସ୍ୟ ଅଭିନେତାଙ୍କ ହାସ୍‌ରୋଳରେ ଉଛୁଳି ଉଠିଥିଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଥ । ସ୍ୱାୟତ୍ତ ଶାସନ ଦିବସ ଅବ୍‌ଯବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଥ ଉତ୍ସବ କରାଯାଇ ରାଉରକେଲା ଜନସାଧାରଣଙ୍କୁ ସ୍ୱଚ୍ଛ, ସୁସ୍ଥ ରାଉରକେଲା ଗଠନ ପାଇଁ ଆହ୍ୱାନ ଦିଆଯାଇଛି । କିଛି ମାସ ବ୍ୟବଧାନରେ ଏହି ପଥ ଉତ୍ସବ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଆରଏସପି ଡ଼ିଆଇସି ଆଲୋକ ବର୍ମା,ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ପଶ୍ଚିମାଚଂଳ ଡିଆଇଜି ବ୍ରିଜେଶ କୁମାର ରାୟ, ସମେତ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀ,ର୍ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାଏକ, ଉପ-ପୌର ଆୟୁକ୍ତ ବିଶ୍ୱରଞ୍ଜନ ମଲ୍ଲିକ, ଶ୍ରୀମତୀ ଅନୀତା ନାଏକ, ତରୁଣକାନ୍ତଙ୍କ ସହିତ ମହାନଗର ନିଗମର କର୍ମଚାରୀ ବୃନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଯୋଗ୍ୟତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ମହାନଗର ନିଗମ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ପଥ ଉତ୍ସବରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଥିଲା କ୍ଷ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ, ବରିଷ୍ଠ ନାଗରିକ, ମହିଳା ତଥା ଦିବ୍ୟାଙ୍ଗମାନଙ୍କ ଲାଗି ବିଭିନ୍ନ ପ୍ରକାରର କ୍ରିୟାକଳାପ ଦେଖାଇଛନ୍ତି କ୍ଷ ଯୋଗ, ଜୁମ୍ବା, ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟ ସହ ରଙ୍ଗୋଲି, ବାଲୁକା କଳା, ଡଗ୍ ସୋ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି କ୍ଷ ଏଥିସହ ସ୍ଥାନୀୟ ରାସ୍ତା ପାର୍ଶ୍ୱ ବ୍ୟବସାୟୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ସାଞ୍ଝା ଉତ୍ସବ ତଥା ଖାଦ୍ୟ ମେଳା ବେଶ ଆକର୍ଷଣ ସାଜିଛି କ୍ଷ ସଙ୍ଗୀତର ଯାଦୁରେ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରୁଛନ୍ତି କ୍ଷ ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ଟି. ସୌରୀଙ୍କ ସହ ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ, ଲିପ୍ସା ମହାପାତ୍ର, ବର୍ଣ୍ଣାଳୀ ହୋତାଙ୍କ ସହ ସୁପରିଚିତ ଉପସ୍ଥାପକ ଓ ଅଭିନେତା କେପି, ଉପସ୍ଥାପିକା ଓ ଅଭିନେତ୍ରୀ ଗୁଡ଼ି ଓ ଅଙ୍କିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି କ୍ଷ ରାଉରକେଲା ମହାନଗର ନିଗମ ଆୟୁକ୍ତ ସ ଦୀନା ଦସ୍ତଗୀଙ୍ର୍କ ସମେତ ଆରଏମସିର ବହୁ ଅଧିକାରୀ ସାମିଲ ହୋଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖବରକାଗଜ ବିତରକ ଭାଇ ଙ୍କ ସହ ବିଧାୟକଙ୍କ ଆଲୋଚନା 

masiha

ରାୟଗଡ଼ା ସ୍ୱଳ୍ପ ସଞ୍ଚୟ ସଂସ୍ଥା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ମା ମଙ୍ଗଳା ମନ୍ଦିରରେ ବୈଠକ:ଶ୍ରଦ୍ଧାଳୁ ଭକ୍ତବୃନ୍ଦ ମନ୍ଦିରକୁ କଲେ ଦାନ 

Sunil Chandra Nayak

Leave a Comment

error: Content is protected !!