ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ବରିଷ୍ଠ ନାଗରିକ ଦିବସ -୨୦୨୫ ପାଳିତ 

ଡାବୁଗାଁରେ ବରିଷ୍ଠ ନାଗରିକ ଦିବସ -୨୦୨୫ ପାଳିତ 

  ଡାବୁଗାଁ, ୧୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ନାଗରିକ ଦିବସ-୨୦୨୫ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ଭାଜପା ଜିଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଭାଜପା ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ବିଡିଓ ଶରତ ମାଝି, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ,ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ବରିଷ୍ଠ ବିଜେଡି ନେତା ଏମ୍. ଆପ୍ପା ରାଓ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତୋରୀୟ ଦେଇ ସମ୍ମାନୀତ କରାଯାଇଥିଲା | ଏଥିରେ ଉପସ୍ଥିତ ଅତିଥି ମାନେ ଆଜିର ଦିବସଟି ବିଷୟରେ ଆଲୋଚନା କରିବା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ସରକାର ଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ | ପୂର୍ବରୁ ଅନୁଷ୍ଠିତ ରଚନା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ରେବତୀ ମିର୍ଗାନ (୧ମ), ବନିତା ବିଶୋଇ (୨ୟ) ଓ ପରମାନନ୍ଦ ଭତ୍ରା (୩ୟ) ସ୍ଥାନ ଅଧିକାର କରିଥିବାରୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା | ଏହା ସହ ୫ ଟି ପରିବାର କୁ ରାଶନ କାର୍ଡ ପ୍ରଦାନ କରାଯାଇଥିଲା | ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତି, ସମ୍ପାଦକ ମୁରଲୀଧର ଡାକୁଆ, ନବ କିଶୋର ଜୟସିଂ, ସେନାପତି ବେହେରା, ପୀତାମ୍ବର ଜେନା, କାଶୀନାଥ ତ୍ରିପାଠୀ, ଲକ୍ଷ୍ମୀଧର ଶୁବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ପୂଜାରୀ, ରବିନାରାୟଣ ମହାନ୍ତି, ସିମାଞ୍ଚଳ ଦାସ, ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ମୋଟ ୭୦ ଜଣ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଆଭାସୀ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ

masiha

ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ 

କଳାହାଣ୍ଡି ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

Leave a Comment

error: Content is protected !!