ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏ.ଆଇ.ଡି.ଏସ୍‌.ଓ.ପକ୍ଷରୁ ଗୋପବନ୍ଧୁଙ୍କ ୧୪୯ତମ ଜୟନ୍ତୀ-୨୦୨୫ ନିରାଡ଼ମ୍ବର ଭାବରେ ପାଳିତ 

ଏ.ଆଇ.ଡି.ଏସ୍‌.ଓ.ପକ୍ଷରୁ ଗୋପବନ୍ଧୁଙ୍କ ୧୪୯ତମ ଜୟନ୍ତୀ-୨୦୨୫ ନିରାଡ଼ମ୍ବର ଭାବରେ ପାଳିତ 

ଢେଙ୍କାନାଳ:ତା.୦୯.୧୦.୨୦୨୫ରିଖ: ଆଜି ଦିବା ୧୦ ଘଟିକା ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଅବସରରେ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ ପକ୍ଷରୁ ଗୋପବନ୍ଧୁଙ୍କ ଜୟନ୍ତୀ-୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଢେଙ୍କାନାଳର ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖସ୍ଥ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଜୀବନ ସଂଗ୍ରାମ ଉପରେ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏଆଇଡିଏସ୍‍ଓ ଓଡ଼ିଶା ସଂପାଦକମଣ୍ଡଳୀ ସଦସ୍ୟ ବିନୋଦ ସେଠୀଙ୍କ ଆବାହକତ୍ୱରେ ଛାତ୍ରନେତା ଗାୟତ୍ରୀ ମଲ୍ଲିକ, ସବ୍ୟସାଚୀ ଧଳ,ଗୌତମ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଅବସରପ୍ରାପ୍ତ ବରିଷ୍ଠ ବିଜ୍ଞାନ ଶିକ୍ଷକ ଡକ୍ଟର ଦେବୀ ପ୍ରସାଦ ମିଶ୍ର ଓ ବିଶିଷ୍ଟ ଇଂଜିନିୟର ଲଳିତ ମୋହନ ବେହେରା ଉପସ୍ଥିତ ରହି ଛାତ୍ରୀ,ଛାତ୍ରଙ୍କୁ ଉତ୍ସାହିତ କରିଥିଲେ। 

ଏଠାରେ ସୂଚନାଯୋଗ୍ୟ,ଆଜିକାର ସାମାଜିକ ପରିସ୍ଥିତିରେ ସାମାଜିକ ଆନ୍ଦୋଳନକୁ ଆଗେଇ ନେବା ତଥା ଯେଉଁଭଳି ଭାବେ ସମାଜର ପ୍ରତ୍ୟେକଟି କ୍ଷେତ୍ରରେ ତୀବ୍ର ସାଂସ୍କୃତିକ ଅଧଃପତନ ଘଟୁଛି ଏବଂ ଯାହାର ପ୍ରଭାବ ବିଶେଷ ଭାବେ ଛାତ୍ର ଓ ଯୁବ ସମାଜ ଉପରେ ପଡୁଛି ତାକୁ ପ୍ରତିହତ କରି ଉନ୍ନତ ରୁଚି ସଂସ୍କୃତି,ନୀତି,ନୈତିକତାକୁ ଛାତ୍ର-ଯୁବ ସମାଜ ଭିତରେ ଗଢିତୋଳିବା ଏବଂ ଆଜିକାର ଅନ୍ୟାୟ, ଅତ୍ୟାଚାର ତଥା ଜନସାଧାରଣଙ୍କ ଉପରେ ଶାସକ ଶ୍ରେଣୀର ଫାସୀବାଦୀ ଆକ୍ରମଣ ବିରୁଦ୍ଧରେ ସଂଗ୍ରାମ ଜାରି ରଖିବା ପାଇଁ ଗୋପବନ୍ଧୁଙ୍କ ଜୀବନ ସଂଗ୍ରାମରୁ ଶିକ୍ଷା ନେବା ପାଇଁ ଛାତ୍ର,ଯୁବକମାନଙ୍କୁ ଆହ୍ୱାନ ଦିଆଯାଇଛି।ଅନ୍ୟ ଦିଗରେ ଗୋପବନ୍ଧୁଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସ୍ଥାନ ଦେବା,ତାଙ୍କ ଚିନ୍ତା,ଆଦର୍ଶ ଓଡ଼ିଶାର ଗାଁ ସହରରେ ପ୍ରଚାର କରିବା ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓଡ଼ିଶାର ପ୍ରତ୍ୟେକ ଅଂଚଳର ବିଶେଷ ସ୍ଥାନମାନଙ୍କରେ ସ୍ଥାପନ କରିବା ପାଇଁ ସଂଗଠନ ତରଫରୁ ସରକାରଙ୍କ ନିକଟରେ ଦାବି କରାଯାଇଛି।

ବିନୋଦ ସେଠୀ,

ଏଆଇଡିଏସ୍‍ଓ ଓଡ଼ିଶା ସଂପାଦକମଣ୍ଡଳୀ ସଦସ୍ୟ

Related posts

ରଙ୍କାବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନୂତନ ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନଙ୍କ ଯୋଗଦାନ

masiha

ପିକଅପ ଭ୍ୟାନ ଓଲଟିଲା… ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

masiha

Leave a Comment

error: Content is protected !!