ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ଘଣ୍ଟି ମା ମଙ୍ଗଳା ମନ୍ଦିର କୁ ସମାଜସେବୀ ଯୁବକ କଲେ ଦାନ 

ବଡ ଘଣ୍ଟି ମା ମଙ୍ଗଳା ମନ୍ଦିର କୁ ସମାଜସେବୀ ଯୁବକ କଲେ ଦାନ 

ନବରଙ୍ଗପୁର:(୨୬|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ର ନୂଆଗୁଡା ରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା l ନୂଆଗୁଡା ନିବାସୀ ସମାଜସେବୀ ତଥା ମା ମଙ୍ଗଳା ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ଏ ଶିବ ପ୍ରସାଦ ରାଓ ମନ୍ଦିରରେ ବଡ ଘଣ୍ଟିର ଆବଶ୍ୟକତା ଥିବା ଜାଣି ସେ ନିଜେ ନିଜ ସ୍ଵଇଚ୍ଛାରେ ମନ୍ଦିରର ଏଇ ଅଭାବକୁ ପୂରଣ କରି ନିଜେ ଆଶ୍ୱସ୍ତି ଅନୁଭବ କରିଛନ୍ତି l ତାଙ୍କର ଏପରି କାର୍ଯ୍ୟକଳାପକୁ ଜନସାଧାରଣରେ ଭୂୟସୀ ପ୍ରଶଂସା କରିଛନ୍ତି l ସେ ସବୁବେଳେ ଡାବୁଗାଁ ର ଉନ୍ନୟନ ଉପରେ ସଦା ସର୍ବଦା ଚିନ୍ତିତ ରହୁଥିବା ଦେଖାଯାଉଛି l ତାଙ୍କର ସହଯୋଗୀ ସଞ୍ଜୟ ଶତପଥୀ ତାଙ୍କ ସହିତ ରହି ସବୁ ସମୟରେ ସହଯୋଗ କରି ଆସୁଛନ୍ତି l ଏପରି ଯୁବଗୋଷ୍ଠୀ ବାହାରି ଆସିଲେ ଗ୍ରାମର ବହୁ ଉନ୍ନୟନମୂଳକ କାର୍ଯ୍ୟ ଅନାୟସରେ ସମାଧାନ ହୋଇପାରିବ ଏଥିରେ ସନ୍ଦେହ ର ଅବକାଶ ନାହିଁ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ 

masiha

ମୋ ସ୍କୁଲ ଅଭିଯାନ ବିଦ୍ୟାଳୟମାନଙ୍କରେ ମୌଳିକ ସୁବିଧା ଦେଇଛି

Sunil Chandra Nayak

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

masiha

Leave a Comment

error: Content is protected !!