ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

ଢେଙ୍କାନାଳ (ମନିସ )25/7/25 — ଢେ଼ଙ୍କାନାଳ ସଦର ବ୍ଲକ ସାଙ୍କୁଲେଇ ଗ୍ରାମପଞ୍ଚାୟତ ବେବର୍ତ୍ତା କାଟେଣୀରେ ରହିଛି ଜୁଆଙ୍ଗସାହି । ସାହିରେ ୭୦ ପରିବାର ସମସ୍ତେ ବିପିଏଲ ଅନ୍ତରର୍ଭୁକ୍ତ ବିପିଏଲ ପରିବାରଙ୍କ ପାଇଁ ସରକାର ମାଗଣା ବିଦ୍ୟୁତ ଯୋଗାଣକରି କିଛି ସ୍ଥାନରେ ବିଦ୍ୟୁତ ଯୋଗାଇ ଦେଇଛନ୍ତି । ହେଲେ ଏହି ସାହିରେ ବିଦ୍ୟୁତ ଖୁଣ୍ଟ ପଡ଼ିଛି,ତାର ଭିଡା ଯାଇଛି, ଟ୍ରାନସଫର୍ମ ମଧ୍ୟ ବସିଛ,ଏପରି କି ଘରେ ଘରେ ମିଟର ବସା ଯାଇଛି । ହେଲେ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ । ଦୀର୍ଘ ୭ବର୍ଷ ବିତି ଯାଇଥିଲେ ମଧ୍ୟ ଟ୍ରାନସଫାର୍ମଟି ଲଟାବୁଦା ହୋଇ କାନ୍ଥତଳକୁ ଝୁଲି ପଡ଼ିଲାଣି ହେଲେ ଲାଇନ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ସାହିଟି ଜଙ୍ଗଲ ମଧ୍ୟରେ ରହୁଥିବାରୁ ସାପ ତଥା ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି । ଲାଇନ ନ ଥିବାରୁ ପିଲାମାନଙ୍କର ପାଠପଢାରେ ବ୍ୟାଘାତ ଘଟୁଛି । ଆଜିର ଯୁଗରେ ଲାଇନ ନ ଥାଇ ଅଭିଶପ୍ତ ଜୀବନ କାଟୁଛନ୍ତି । ସାହିବାସିନ୍ଦା ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି । ଯଦି ଦୃଷ୍ଟି ଦିଆ ନ ଯାଏ,ତେବେ ଏମାନେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଜଗୋଡା ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଅଲଇତୁନ ଆଶ୍ଳା ଉଦଘାଟିତ

Sunil Chandra Nayak

ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର

masiha

ସମ୍ମାନିତ ଉତ୍ସବ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ , ବିଷ୍ଣୁ ଚରଣ ସ୍ୱାଇଁ ସମ୍ମାନିତ 

masiha

Leave a Comment

error: Content is protected !!