ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

ଢେଙ୍କାନାଳ (ମନିସ )25/7/25 — ଢେ଼ଙ୍କାନାଳ ସଦର ବ୍ଲକ ସାଙ୍କୁଲେଇ ଗ୍ରାମପଞ୍ଚାୟତ ବେବର୍ତ୍ତା କାଟେଣୀରେ ରହିଛି ଜୁଆଙ୍ଗସାହି । ସାହିରେ ୭୦ ପରିବାର ସମସ୍ତେ ବିପିଏଲ ଅନ୍ତରର୍ଭୁକ୍ତ ବିପିଏଲ ପରିବାରଙ୍କ ପାଇଁ ସରକାର ମାଗଣା ବିଦ୍ୟୁତ ଯୋଗାଣକରି କିଛି ସ୍ଥାନରେ ବିଦ୍ୟୁତ ଯୋଗାଇ ଦେଇଛନ୍ତି । ହେଲେ ଏହି ସାହିରେ ବିଦ୍ୟୁତ ଖୁଣ୍ଟ ପଡ଼ିଛି,ତାର ଭିଡା ଯାଇଛି, ଟ୍ରାନସଫର୍ମ ମଧ୍ୟ ବସିଛ,ଏପରି କି ଘରେ ଘରେ ମିଟର ବସା ଯାଇଛି । ହେଲେ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ । ଦୀର୍ଘ ୭ବର୍ଷ ବିତି ଯାଇଥିଲେ ମଧ୍ୟ ଟ୍ରାନସଫାର୍ମଟି ଲଟାବୁଦା ହୋଇ କାନ୍ଥତଳକୁ ଝୁଲି ପଡ଼ିଲାଣି ହେଲେ ଲାଇନ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ସାହିଟି ଜଙ୍ଗଲ ମଧ୍ୟରେ ରହୁଥିବାରୁ ସାପ ତଥା ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି । ଲାଇନ ନ ଥିବାରୁ ପିଲାମାନଙ୍କର ପାଠପଢାରେ ବ୍ୟାଘାତ ଘଟୁଛି । ଆଜିର ଯୁଗରେ ଲାଇନ ନ ଥାଇ ଅଭିଶପ୍ତ ଜୀବନ କାଟୁଛନ୍ତି । ସାହିବାସିନ୍ଦା ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି । ଯଦି ଦୃଷ୍ଟି ଦିଆ ନ ଯାଏ,ତେବେ ଏମାନେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜ୍ୟସ୍ତରୀୟ ଭାଇ ଭଉଣୀ ଶିଶୁ ସାହିତ୍ୟ ଉତ୍ସବ

masiha

ନବରଙ୍ଗପୁର ଜିଲ୍ଲାରେ ‘”ପି ଏମ କିସାନ ” ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ 

Sunil Chandra Nayak

ନାବାଳିକା ଦାଦନ ଝିଅ ବନ୍ଧକ ଘଟଣା, 10 ଦିନ ପରେ ବି ପୁଲିସ ହାତ ଖାଲି, ସର୍ଦାର ଗିରଫ ହେବ କେବେ ଆଜି ଦଶାହ ପାଳୁଛନ୍ତି ପରିବାର

masiha

Leave a Comment

error: Content is protected !!