ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡି ସଭାପତି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି କାମ କରୁ ନାହିଁ ଆୟୁଷ୍ମାନ କାର୍ଡ 

ବିଜେଡି ସଭାପତି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି କାମ କରୁ ନାହିଁ ଆୟୁଷ୍ମାନ କାର୍ଡ 

ବନ୍ଧୁଗାଁ ତା ୨୬/୭/୨୫ ବନ୍ଧୁଗାଁ ବ୍ଲକ ବିଜେଡି ସଭାପତି ବାଲା ନାଗ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ବିଶାଖାପାଟଣା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୁଚନା ଅନୁଯାୟୀ ଚଳିତ ମାସ ୧୫ ତାରିଖ ରୁ ଭୀଷଣ ଜ୍ଵର ଦେଉଥିବାରୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୬ ଦିନ ଧରି ଚିକିତ୍ସିତ ହେଉଥିଲେ। ପରେ ଜ୍ଵର ନ କମିବା, କାଶ ସହିତ ନିଶ୍ୱାସ ପ୍ରଶ୍ଵାସ ନେବାରେ ବାଧା ସୃଷ୍ଟି ହେବାରୁ ବିଶାଖାପାଟଣା ଆପଲା ଆରିଲୋଭା ନିକଟସ୍ତ ବର୍ମା ହସ୍ପିଟାଲ ରେ ଫାଷ୍ଟ ଫ୍ଲୋର ୨୦୪ ବଖରା ରେ ରହି ଚିକିତ୍ସିତ ହେଉଛନ୍ତି। ସେ ଡ଼ା କେ ଭେଙ୍କଟସ୍ୱର ରାଓ ଚେଷ୍ଟ ବିଶେଷଜ୍ଞ ଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି, ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ କାମ କରୁ ନ ଥିବା ଜାଣିବାକୁ ମିଳିଛି। ସେ କାହାରିକୁ କଥାବାର୍ତ୍ତା କରି ପାରୁ ନାହାନ୍ତି,  ପାଖରେ ସ୍ତ୍ରୀ, ବଡପୁଅ ଓ ପୁତୁରା ରହି ଦେଖା ସାକ୍ଷାତ କରୁଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ  ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚାରେ ଲୋକପ୍ରତିନିଧି ,ଦୁଇଟି ପଦବୀରେ ସମିତିସଭ୍ୟ ଓ ଗାଁସାଥି 

Sunil Chandra Nayak

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

masiha

ଲଡୁଗାଁ ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!