ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବୟିତ୍ରୀ ରଞ୍ଜୁଲତା ପାଢ଼ୀଙ୍କୁ ପୁରସ୍କୃତ କଲେ ସମ୍ଭୁନାଥ ସେଠୀ

କବୟିତ୍ରୀ ରଞ୍ଜୁଲତା ପାଢ଼ୀଙ୍କୁ ପୁରସ୍କୃତ କଲେ ସମ୍ଭୁନାଥ ସେଠୀ

ଖଇରା,୨୬/୭/୨୫- ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ବିଭିନ୍ନ ପ୍ରତିଭାଧାରୀ ମାନଙ୍କୁ ନେଇ ଆଗେଇ ଚାଲିଛି । ଏହା ଏକ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ କହିଲେ ଅତ୍ଯୁକ୍ତି ହେବ ନାହିଁ । ଏଠି ନୂଆ ପୁରୁଣା ସମସ୍ତଙ୍କ ସୃଷ୍ଟିକୁ ସମ୍ମାନ ଦିଆଯାଏ । ଗଳ୍ପ, ପ୍ରବନ୍ଧ ଓ ମେଧାଅନ୍ବେଷଣ ପରି ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ତା’ ମାଧ୍ୟମରେ ଅନେକ କିଛି ଶିକ୍ଷା ଦେଇଥାଏ ଅନୁଷ୍ଠାନ । ପ୍ରତ୍ୟେକ ରବିବାର କିଛି ନା କିଛି ବିଷୟବସ୍ତୁକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । କବି କବୟିତ୍ରୀ ମାନେ ମଧ୍ୟ ଆଗ୍ରହର ସହିତ ଭାଗନେଇ ଥାଆନ୍ତି । ପବିତ୍ର ଚିତାଲାଗି ଅମାବାସ୍ୟା ଉପଲକ୍ଷେ ” ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପରେ ଗତ ତା ୨୩/୭/୨୦୨୫ ରିଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ଚିତାଲାଗି ଅମାବାସ୍ୟା ” । ମୋଟ ୧୦ ଜଣଙ୍କ ମଧ୍ୟରୁ ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଅନୁଷ୍ଠାନର ଗୌରବ ବୃଦ୍ଧି କରିଥିଲେ । ସମୀକ୍ଷା କରିଥିଲେ ଝାରସୁଗୁଡାର କବୟିତ୍ରୀ ମାଧୁରୀ ମିଶ୍ର । ଫଳାଫଳ ପ୍ରକାଶ ପରେ ” ମସୀହା ” ପୋଟାଲରେ ନିଉଜ୍ ପ୍ରକାଶ ପାଇଥିଲା । ସୋସିଆଲ ମିଡ଼ିଆରୁ ଖବର ପଢି ” ମୋ ଅନୁଷ୍ଠାନ ” କାର୍ଯ୍ଯାଳୟ ସହିତ ଯୋଗାଯୋଗ କରିଥିଲେ ସମ୍ଭୁନାଥ ସେଠୀ । ସମ୍ଭୁନାଥ ଜଣେ ସମାଜସେବୀ । ପରିବାର ପ୍ରତି ପୋଷଣ ପାଇଁ ଖଇରା ବଜାରରେ ସେ ଏକ ଲଣ୍ଡ୍ରି ଦୋକାନ କରିଛନ୍ତି । ମୋ ଅନୁଷ୍ଠାନକୁ ସେ ଅତିମାତ୍ରାରେ ଭଲ ପାଆନ୍ତି । ଅନୁଷ୍ଠାନର ସମାଜସେବା କାର୍ଯ୍ୟରେ ମଧ୍ୟ ଯୋଗ ଦିଅନ୍ତି । ନିଜର ସ୍ବଳ୍ପ ଆୟରୁ କମ୍ବଳ ବଣ୍ଟନ କାର୍ଯ୍ୟ ପାଇଁ କିଛି ଦାନ ମଧ୍ୟ କରନ୍ତି । ମୋ ଅନୁଷ୍ଠାନର ପ୍ରତିଟି କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ଦେଖି ବହୁ ଖୁସି ଅନୁଭବ କରନ୍ତି । ରଞ୍ଜୁଲତା କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୋସିଆଲ ମିଡ଼ିଆରୁ ଜାଣି ହଠାତ୍ କାର୍ଯ୍ଯାଳୟରେ ପହଞ୍ଚି ନିଜର ମନକଥା ଖୋଲି କହିଥିଲେ ଏବଂ ରଞ୍ଜୁଲତାଙ୍କୁ କିଛି ଅର୍ଥ ପୁରସ୍କାର ଦେବାପାଇଁ ମନସ୍ଥ କରିଥିବା କହିଥିଲେ । ପୁରସ୍କାର ସ୍ବରୂପ ରଞ୍ଜୁଲତାଙ୍କୁ ଶ୍ରୀ ସେଠୀ ୧୦୦ ଟଙ୍କା ପ୍ରଦାନ କରି ସାହିତ୍ୟ ଜୀବନ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କାର୍ଯ୍ଯାଳୟରୁ ଫେରିଥିଲେ । ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମ୍ଭୁନାଥଙ୍କ ଏପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ 

masiha

ମୁଣ୍ଡଫଟା ଖରା ସାଙ୍ଗକୁ ଦାଉ ସାଧୁଛି ବିଦୂତ କାଟ

Sunil Chandra Nayak

ନବନିର୍ମିତ ପୋଲର ଅବସ୍ଥା ଖରାପ ଭୂଷୁଡି ଯିବା ସମ୍ଭାବନା

Sunil Chandra Nayak

Leave a Comment

error: Content is protected !!