ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣା କଂ ଗତକାଲି ରାତ୍ର ସମୟ ରେ ମହାପ୍ରୟାଣ

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣା କଂ ଗତକାଲି ରାତ୍ର ସମୟ ରେ ମହାପ୍ରୟାଣ l

ନବରଙ୍ଗପୁର:(୨୭|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣାଙ୍କର ଗତକାଲି ରାତ୍ର ସମୟରେ ମହାପ୍ରୟାଣ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷପୂର୍ତ୍ତି ହୋଇଥିଲା । ତାଙ୍କୁ “ବ୍ରହ୍ମାଗାରୁ” ବୋଲି ମଧ୍ୟ ଲୋକେ ଜାଣିଥିଲେ । ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ । ତାଙ୍କ ପୁତ୍ର ସ୍ବର୍ଗତ ସି. ଏଚ ରାମ କ୍ରିଷ୍ଣା କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ, ମଝିଆଁ ପୁଅ ସି ଏଚ ଶିବା ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟରେ ବରିଷ୍ଠ କିରାଣି, ସାନପୁଅ ସି .ଏଚ ଶ୍ରୀଧର ଜଣେ ସାମାଜିକ କର୍ମୀ। ତାଙ୍କ ପରିବାର କୁ ଭଗବାନ ଶକ୍ତି ଓ ଧର୍ଯ୍ୟ ଦିଅନ୍ତୁ। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଓ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଶ୍ରୀ ଜଗନ୍ନାଥ ତ୍ରିପାଠୀ କଂ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସହିତ ନବରଙ୍ଗପୁର ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ତାଙ୍କର ବିୟୋଗରେ ନବରଙ୍ଗପୁର ଜିଲ୍ଲାବାସୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦାଗତୀ ନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ

Sunil Chandra Nayak

ଶିକ୍ଷୟିତ୍ରୀ ଙ୍କୁ ବିଦାୟି କାଳିନ ସମ୍ବର୍ଦ୍ଧନା

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!