ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୁବନ ରେ ବିଜେପି ର ମହିଳା ସମାବେଶ

ଭୁବନ ରେ ବିଜେପି ର ମହିଳା ସମାବେଶ

କାମକ୍ଷାନଗର (ମନିସ)26/7/25 — ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ତରଫରୁ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜେପି ନଗର ମଣ୍ଡଳ ସଭାପତି ଅଜିତ କୁମାର ବିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନେ କେବଳ ଘରର ନୁହେଁ,ସମାଜ ଓ ରାଷ୍ଟ୍ର ଗଠନ ର ମୂଳ ଶକ୍ତି । ମହିଳା ମାନଙ୍କ ଆର୍ଥିକ ବିକାଶ ପାଇଁ ଲୋକପ୍ରିୟ ସରକାର ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରୁଛି ।ମହିଳା ମାନେ ସଶକ୍ତ ହେଲେ ଦେଶ ସମୃଦ୍ଧ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ରାସ ବିହାରୀ ବେହେରା,ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା,ପୂର୍ବତନ ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା,ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ ରଣା,ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଗତି କଅଁର ,ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ନରହରି ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୋଲିଂ ଏଜେଣ୍ଟ ରହିବାରୁ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ 

masiha

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ମିଶ୍ରଣ ପର୍ବ

Sunil Chandra Nayak

ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦ୍ବାରା ଖଵରଦାତା ସମ୍ମିଳନୀ

Leave a Comment

error: Content is protected !!