ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଜୁଡ଼ିଗଲାଣି ବାଉଁଶ କାରିଗରଙ୍କ କୌଳିକ ବୃତ୍ତି । ବିକ୍ରି ପାଇଁ ନାହିଁ ସ୍ବତନ୍ତ୍ର ବଜାର

ଉଜୁଡ଼ିଗଲାଣି ବାଉଁଶ କାରିଗରଙ୍କ କୌଳିକ ବୃତ୍ତି । ବିକ୍ରି ପାଇଁ ନାହିଁ ସ୍ବତନ୍ତ୍ର ବଜାର

ଢେଙ୍କାନାଳ (ମନିସ)27/7/25 — ଜିଲ୍ଲାର ବିଭିନ୍ନ ଗ୍ରାମର ଆଦିବାସୀ ସାହି ମାନଙ୍କରେ ଦେଖିବାକୁ ମିଳେ ବିଭିନ୍ନ ପ୍ରକାରର ବାଉଁଶ ତିଆରି ଜିନିଷ ଯଥା ଡଲା,କୁଲା,ବୋଝ,ତାଟି,ଟୋକେଇ, ଇତ୍ୟାଦି ବିଭିନ୍ନ ପ୍ରକାର ସାମଗ୍ରୀ ବାଉଁଶରେ ତିଆରି କରି ପର୍ବପର୍ବାଣୀ,ହାଟ,ବଜାର ଆଦି ଅଞ୍ଚଳରେ ବିକ୍ରୀ କରି ଥାଆନ୍ତି ଆଦିବାସୀ ମହିଳା ପୁରୁଷମାନେ କିନ୍ତୁ ସମ୍ପ୍ରତି ଲୋକଙ୍କ ଚାହିଦା,କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ କାରିଗରଙ୍କ ଏହି କୌଳିକ ବୃଦ୍ଧି ବୁଡ଼ିବାକୁ ବସିଲାଣି । ସେହିପରି ଆମ ଛଦେଶ ଅଞ୍ଚଳର ବିଭିନ୍ନ ଗ୍ରାମର ଆଦିବାସୀ ସାହି ମାନଙ୍କରେ ମହିଳା ଓ ପୁରୁଷମାନେ ବାଉଁଶ ତିଆରିର ସମସ୍ତ ଘରକରଣା ଜିନିଷ ବେଶ୍ ମନଲୋଭା ଓ ସୁନ୍ଦର । ଏଥିସହ ଏଠାକାର କାରିଗରମାନେ ବିଭିନ୍ନ ସାମଗ୍ରୀ ତିଆରିରେ ଅତି ନିପୁଣ କେଉଁ ଋତୁରେ କେଉଁ ଜିନିଷର ଚାହିଦା ରହିଛି,କାରିଗର ମାନେ ତାହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିକି ପରିବାର ପ୍ରତିପୋଷଣ କରିଥାନ୍ତି । ଭାପୁର,କଳାଙ୍ଗ,ବାଲ୍ୟାମ୍ୱା, ନୂଆହାଟ,ଅଉଖମା,ଏମିତି କି ଜିଲ୍ଲାର ବିଭିନ୍ନ ଗ୍ରାମର ବାଉଁଶ କାରିଗରୀ ଆଦିବାସୀ ସାହିରେ ବସବାସ କରୁଥିବା କାରିଗରଙ୍କ ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ଆସୁଥିଲେ । ହେଲେ ବିଭିନ୍ନ ପ୍ଲାଷ୍ଟିକ, ଇଲେକ୍ଟ୍ରି ଜିନିଷର ଚାହିଦା ବୃଦ୍ଧି ପାଇଥିବାରୁ ବାଉଁଶ କାରିଗରିକୁ ପୂର୍ବପରି ଆଉ ଲୋକେ ପସନ୍ଦ କରୁନାହାନ୍ତି ବୋଲି କାରିଗରମାନେ ପ୍ରକାଶ କରିଛନ୍ତି । ଏଥୁସହ ବାଉଁଶ କାରିଗରଙ୍କ ପାଇଁ ଏବେ ସ୍ୱତନ୍ତ୍ର ବଜାରର ସୁବିଧା ନାହିଁ କି ସରକାରୀ ପ୍ରୋତ୍ସାହନ ମିଳୁନାହିଁ ସରକାରୀ ସହାୟତା ମିଳିଲେ ରାଜ୍ୟ,ଜିଲ୍ଲା ଓ ବ୍ଲକରେ ବାଉଁଶ ତିଆରି ଜିନିଷର ଆଦର ବଢ଼ିବ ବୋଲି କାରିଗରମାନେ ପ୍ରକାଶ କରିଛନ୍ତି । ଏଥିସହ ପ୍ରୋତ୍ସାହନ ମିଳିଲେ ବାଉଁଶ କାରିଗରମାନେ ପୂର୍ବପରି ସେମାନଙ୍କ କୁଳବେଉସା ବଞ୍ଚାଇ ରଖୁବା ସହ ପରିବାର ପ୍ରତିପୋଷଣ କରିପାରିବେ । ସରକାର ଏ ଦିଗରେ ପଦକ୍ଷେପ ନେଲେ ବାଉଁଶ କାରିଗରମାନେ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

Utkal Alumina Hosts Health Workshop in Kashipur Block

masiha

ପି ଆଇ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

masiha

Leave a Comment

error: Content is protected !!