ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ 

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ 

ନବରଙ୍ଗପୁର:(୨୭.୦୭.୨୫)(ରବିନାରାୟଣମହାନ୍ତି)ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ସମ୍ମାନୀତ ଆଦିବାସୀ ଜନଜାତି ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ନାୟକ, ସଂଗଠନ ସମ୍ପାଦକ ଶ୍ରୀ ରାମାକାନ୍ତ ସାହୁ, ରାଜ୍ୟ କୋଷାଧ୍ଯକ୍ଷ କିର୍ତ୍ତୀ ରଞ୍ଜନ ପ୍ରଧାନ, ଦାକ୍ଷିଣାଞ୍ଚଳ ଖଣ୍ଡିୟ ସଭାପତି କୈଳାଶ ଚନ୍ଦ୍ର ଦାସ, କୋରାପୁଟ ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ବୌଦ୍ଧ ଜିଲ୍ଲା ସଭାପତି ମାନସ ରଞ୍ଜନ ସେଠି, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅରୁଣ କୁମାର ମୁଦୁଲି, କଟକ ଜିଲ୍ଲାର ସମ୍ପାଦକ ସୂର୍ଯ୍ୟ କାନ୍ତ ପାଣି, ନେତୃ ବୃନ୍ଦ ମଞ୍ଚାସୀନ ଥିଲେ l ସଭାର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା I ଜିଲ୍ଲା ସଂଘ କାର୍ଯ୍ୟକର୍ତ୍ତା ଙ୍କ ର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା l ଜିଲ୍ଲା ସଭାପତି ଭାବେ ଗଣେଶ ନାୟକ, ଉପସଭାପତି କେ. ଗୌତମ ରାଓ (ବାଲିଗୁଡା ଉପଖଣ୍ଡ), ଶ୍ରୀମତୀ ରୁପମ୍ବିକା ତ୍ରିପାଠୀ (ଫୁଲବାଣୀ ଉପଖଣ୍ଡ), ସମ୍ପାଦକ-ଶ୍ରୀ ସିମାଞ୍ଚଳ ପଣ୍ଡା, କୋଷାଧକ୍ଷ ସୁନୀତ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ନିଖିଲ ଚନ୍ଦ୍ର ସାହା, ସଂଗଠନ ସମ୍ପାଦକ ବିଶ୍ଵଜିତ ପଣ୍ଡା, ଶ୍ରୀମତୀ କ୍ଷୀରାଦ୍ଦିତନୟା ଦିଗାଲ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଗଲା I ଶେଷରେ ନୂତନ କର୍ମକର୍ତ୍ତା ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଶପଥପାଠ କରାଇଥିଲେ l ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରଯାଇଥିଲା I ଏହି ଅବସରରେ ଜିଲ୍ଲାର ଦୁଇଟି ଉପଖଣ୍ଡ ସ୍ତରର ରାଜସ୍ୱ ଅମଲା ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

ଧାମରା ସଂଘରେ ବର୍ଷା କବିତା ଆସର

Sunil Chandra Nayak

୧ – ପୂର୍ବତନ ବିଧାୟକଙ୍କ ପରଲୋକ , ୨- ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ଜଣେ ଗୁରୁତର , ୩- ଜଙ୍ଗଲ ମଧ୍ୟରେ ଚାଷ ନିଷ୍ପତି  , ୪- ଲମ୍ବୋଦରପୁର ଗ୍ରାମ ନିକଟ ଗଛରେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ  , ୫ – ଆଳତୁମା ଦଧିବାମନ ଜୀଉ ମନ୍ଦିର ପରିଚାଳନା କିମିଟି ତରଫରୁ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!