ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧ୍ୟାତ୍ମିକ ପତ୍ରିକା ପ୍ରୀତିର ପ୍ରୟାସ ର ସତର ତମ ବାର୍ଷିକ ଓ ଶ୍ରୀପଞ୍ଚମୀ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ଢେ଼ଙ୍କାନାଳ(ମ ସୀ ହା)୨୯/୦୧_ହିନ୍ଦୋଳ ର ଏକମାତ୍ର ଆଧ୍ୟାତ୍ମିକ ପତ୍ରିକା ପ୍ରୀତିର ପ୍ରୟାସ ର ସତରତମ ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ହିନ୍ଦୋଳ ରାଜା ସାହେବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରଫେସର ଦୁର୍ଗା ପ୍ରସାଦ ଆଚାର୍ଯ୍ଯ, ସମ୍ମାନିତ ଅତିଥି ଭାବେ ହେମନ୍ତ କୁମାର ପାଣିଗ୍ରାହୀ, ମାଆ ମୀନତି ସାମଲ ପ୍ରମୂଖ ଯୋଗ ଦେଇଥିଲେ। ଅଖିଳ କୁମାର ପୃଷ୍ଟି ଙ୍କ ସଂଯୋଜନା ଓ ବିଜୟ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପତ୍ରିକା ଉନ୍ମୋଚନ ହୋଇଥିଲା। ଚଳିତ ବର୍ଷ ନଅ ଜଣ କବି ସାହିତ୍ୟିକ କଳାକାର ଅଭିନେତ୍ରୀଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ କବି କରୁଣାକର ବାଇ ଓ ଚଳଚ୍ଚିତ୍ର ଅଭିନେତ୍ରୀ ରୁପାମ୍ବଦା ନାୟକ ସଂଯୋଜନା କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଳିଶ ଜଣ କବି ନିଜର ସ୍ଵରଚିତ କବିତା ପାଠ କରିଥିଲେ। ପତ୍ରିକା ସମ୍ପାଦକ ଅଭୟ ଆଚାର୍ଯ୍ୟ ଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗାୟତ୍ରୀ ପରିବାର ପଡା ପକ୍ଷରୁ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ରେ ସହଯୋଗ ରହିଥିଲା। ସର୍ବଶେଷରେ ସମାଜସେବୀ ତଥା କବି ରତିକାନ୍ତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସକ୍ରିୟ ହେବାରେ ଲାଗିଛନ୍ତି ବାଲି ଓ ଗୋଡ଼ି ଦଲାଲ,ବିଭାଗୀୟ ଅଧିକାରୀ ନୀରବ

masiha

ଲଡୁଗାଁ ଠାରେ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!