ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ତାଲବନ୍ଧପଡ଼ା ଠାରେ ମୋଦୀଜୀଙ୍କ ମନ କୀ ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ନାଗରିକ 

ଜୁନାଗଡ ତାଲବନ୍ଧପଡ଼ା ଠାରେ ମୋଦୀଜୀଙ୍କ ମନ କୀ ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ନାଗରିକ 

ଜୁନାଗଡ଼ – ୨୭/୭ (ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତାଲବନ୍ଧ ପଡା ଠାରେ ଆଜି ଦିବା ୧୧ ଘଣ୍ଟା ସମୟରେ ଟିଭି ମାଧ୍ୟମରେ live ରେ ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କର ମନ୍ କୀ ବାତ କାର୍ଯ୍ୟକ୍ରମରେ ଜୁନାଗଡ଼ ତାଲବନ୍ଦ ପଡା ତଥା ୱାର୍ଡ ନମ୍ବର ୮,୯,୧୦ ର ସମସ୍ତ ଜନସାଧାରଣ ସାମିଲ ହୋଇଥିବା ଦେଖାଦେଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ବହୁଜନ ସଂଗ୍ରାମ ସମିତି ସଭାପତି ତଥା ବିଜେପିର ଜୁନାଗଡ଼ ନଗର ସଂପାଦକ ରଞ୍ଜନ କୁମାର ଜାଲଙ୍କ ନିଜ ବାସ ଭବନ ତାଲବନ୍ଦ ପଡା ଠାରେ ସମସ୍ତ କର୍ମୀ ତଥା ୱାର୍ଡ ର ସମସ୍ତ ନାଗରିକଙ୍କୁ ଏକଜୁଟ କରି ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଜଣାଇବା ସକାଶେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ କି ବାତ କାର୍ଯକ୍ରମରେ ସାମିଲ କରାଇଥିଲେ । ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ଲାଇଭ କାର୍ଯ୍ୟକ୍ରମକୁ ଉପସ୍ଥିତ ଥିବା ସମସ୍ତ ସକ୍ରିୟ ସଦସ୍ୟ ସଦସ୍ୟା ଓ ୱାଡର୍ ଜନସାଧାରଣ ଦିର୍ଘ ୩୦ ମିନିଟ ଧରି ଧ୍ୟାନର ସହିତ ଦେଖିବା ପରେ ଆମେ ମୋଦୀଙ୍କ ସଚେତନତାର ବାର୍ତ୍ତା ପାଇଥିବାରୁ ଜୁନାଗଡ଼ ତାଲବନ୍ଦ ପଡା ବାସିନ୍ଧା ଯଶଶ୍ୱୀ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଥିଲେ ଏବଂ ମୋଦୀଜୀଙ୍କ ଏ ଭଳି ପଦକ୍ଷେପକୁ ବହୁତ ପ୍ରଶଂସା କରିଥିଲେ । ଏହି ମନ୍ କି ବାତ କାର୍ଯ୍ୟକ୍ରମରେ ଜୁନାଗଡ଼ର ନଗର ସଂପାଦକ ରଞ୍ଜନ କୁମାର ଜାଲ,ଜୁନାଗଡ ନଗର ଉପସଭାପତି ବିଜୟ ଭୂଷଣ ଦଣ୍ଡସେନା , ବଂଶୀ ଧର ମଶ୍ରା,ପଙ୍କଜ ପୁଝାରୀ ତଥା ବିଜେପିର ସକ୍ରିୟ ସଦସ୍ୟ ସଦସ୍ୟା ମଳୟ ପୁଝାରୀ , ପୁସ୍ତମ୍ ଚଲାନ ,ଆକାଶ ପାଟମାଝି ,ମୋହନଲାଲ ନାଏକ ,ରବି ଶଙ୍କର ସୁନାନୀ ,ପ୍ରଶାନ୍ତ ପୁଝାରୀ ,ରମା ଦେଇ ,ତପସ୍ୟା ସୁନାନୀ ଏଵଂ ହେମାଙ୍ଗିନି ଜାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ମନ୍ କି ବାତ କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ ତଲମଲା ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ଲିଙ୍ଗରାଜ ସେନାପତିଙ୍କ ସହିତ ତାଙ୍କର ସହକର୍ମୀ ମଧ୍ୟ ସାମିଲ ହୋଇଥିବା ଦେଖାଦେଇଛି । ସର୍ବ ଶେଷରେ ଜୁନାଗଡ଼ର ବିଜେପିର ନଗର ସମ୍ପାଦକ ରଞ୍ଜନ କୁମାର ଜାଲ ମନକି ବାତ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତଙ୍କୁ ମୋଦୀଜୀଙ୍କ ସଚେତନତାର ବାର୍ତ୍ତାକୁ ନେଇ ଏକ ସାଧାରଣ ସଭା ମାଧ୍ୟମରେ ସମସ୍ତ ସଭ୍ୟ ସଭ୍ୟାଙ୍କୁ ବୁଝାଇ ଅନେକ ପ୍ରକାରର ସଚେତନତାର ବାର୍ତ୍ତା ଦେଇଥିବା ଦେଖାଦେଇଥିଲା । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ର ଶୁଭାରମ୍ଭ

Sunil Chandra Nayak

Local Employment Crisis: Bissamcuttack MLA Slams Vedanta

masiha

ବାବାସାହେବଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!