ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ଜମି ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ ନେଇ ଜେଏମଏମ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ଜମି ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ ନେଇ ଜେଏମଏମ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

 ମୟୂରଭଂଜ – ୨୮/୦୭ — ରାଇରଙ୍ଗପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଜମିକୁ ଦଲାଲ,ଜମି ମାଫିଆ ମାନେ ବର୍ଷ ବର୍ଷ ଧରି ମାଡ଼ି ବସିବା ସହ ଘରଦ୍ଵାର କରିପକାଇ ଜବରଦଖଲ କରି ରଖିଛନ୍ତି ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ସୂଚନାଯୋଗ୍ଯ ରଘୁନାଥ ଜୀଉ ମନ୍ଦିରର ରାଇରଙ୍ଗପୁର ପୌରାଞ୍ଚଳର ଅଁଳାଡୁବା,ପିଛିଲିଘାଟୀ, କୁଚେଇବୁଢି, ରେ ୬୨.୨୮ ଏକର ଜମିକୁ ରାଇରଙ୍ଗସହରର ପ୍ରାକ୍ତନ ସରକାରୀ କର୍ମଚାରୀ, ଅଧ୍ୟାପକ,ରାଜନେତା,ବହୁ ଵ୍ଯଵସାୟୀ,ଜମି ମାଫିଆ ମାନେ ଲିଜ ଆକାରରେ ଏବଂ ଜବରଦଖଲ ଆକାରରେ ମାଡ଼ି ବସିଛନ୍ତି ।ସେହିଭଳି ଯାମଦା ତହସିଲ ଅଂଚଳରେ ୫୧ ଏକର ୭୮ ଡେସିମିୱ ଜମି ଏବଂ କୁସୁମି ବ୍ଳକର ୩ ଏକର ୨୮ ଡେସିମିଲ ଜମି ଜବରଦଖଲ ଏବଂ ବୀଜ ଆକାରରେ ମୂଲ୍ୟବାନ ଜମିକୁ ମାଡ଼ି ବସିଛନ୍ତି ।ଅର୍ଥ ଅଭାଵରୁ ଜଗନ୍ନାଥ ମନ୍ଦିରରେ ଅରୁଣ ସ୍ତମ୍ଭ ,ପାର୍ଶ୍ବ ମନ୍ଦିର,ପାଚେରୀ ଏବଂ ଫାଟକ ନିର୍ମାଣ ହୋଇ ପାରୁ ନାହିଁ ପଣ୍ଡା ଏବଂ ପଢିଆରୀ ମାନଙ୍କୁ ଉଚିତ୍ ପ୍ରାପ୍ୟ ଦିଆ ଯାଇପାରୁ ନାହିଁ । ଠାକୁରଙ୍କ ନୀତିବାନ।ତି ଠିକ ଭାବରେ ହୋଇପାରୁନାହିଁ ।ତେଣୁ ତୁରନ୍ତ ରଘୁନାଥ ଜୀଉ ମନ୍ଦିରର ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ କରିବା ପାଇଁ ଦାବି କରାଯାଇଥିଲା ।ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ଜେଏମଏମ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆ ,ପ୍ରବକ୍ତା ସୁନିଲ ମାଝୀ,କେନ୍ଦ୍ରୀୟ କମିଟି ସଦସ୍ୟ ସାଲୁ କିସ୍କୁ ଏଵଂଵହୁ ଦଳୀୟ କର୍ମୀ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

masiha

ପାପଡ଼ାହାଣ୍ଡ ୧୨ ଘଣ୍ଟା ବନ୍ଦ 

masiha

ରାୟଗଡା ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

Leave a Comment

error: Content is protected !!