ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରାବଣ ମାସ ତୃତୀୟ ସୋମବାର ବାବା ବିଶେଶ୍ଵର ଶୈବପୀଠ ଚଳଚଞ୍ଚଳ 

ଶ୍ରାବଣ ମାସ ତୃତୀୟ ସୋମବାର ବାବା ବିଶେଶ୍ଵର ଶୈବପୀଠ ଚଳଚଞ୍ଚଳ 

ମୟୂରଭଂଜ – ୨୮/୦୭ — : କୁସୁମୀ ବ୍ଲକର ପ୍ରମୁଖ ଵଜାର ବାଦାମପାହାଡ଼ ସ୍ଥିତ ବାବା ବିଶେଶ୍ଵର ଶୈବପୀଠ ରେ ଶ୍ରାବଣ ତୃତୀୟ ସୋମବାର ଦିନ କାଉଡ଼ିଆ ଏବଂ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ପାଇଁ ପ୍ରଵଳ ଗହଳି ଲାଗିରହିଥିଲା । କାଉଡ଼ିଆଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା ।ଶହ ଶହ ଶ୍ରଦ୍ଧାଳୁ ଦୁରୁଦୂରାନ୍ତ ଜଳ ଆଣି ବାବାଙ୍କ ପାଖରେ ଜଳ ଲାଗି କରିଥିଲେ ।ଥିଲେ ଏହି ଅବସରରେ ଭୋର୍ ୫ ଟା ରେ ମନ୍ଦିରର ମୁଖ୍ୟ ପୂଜକ ବିମଳେନ୍ଦୁ ମିଶ୍ର ମନ୍ଦିର ଦ୍ବାର ଖୋଲି ଦୈନନ୍ଦିନ ପୂଜା ନୀତି କାନ୍ତି କରିଥିଲେ । କାଉଡ଼ିଆ ମାନେ ତୁରମୁଙ୍ଗା ଏବଂ କେଶନା ନିକଟସ୍ଥ ବୈତରଣୀ ନଦୀରେ ବୁଡ଼ ପକାଇ ଜଳ ସଂଗ୍ରହ କରିବା ପରେ ୬୦ ରୁ ୭୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସି ଜଳାଭିଶେକ କରିଥିଲେ ।କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ଗହଳିକୁ ଲକ୍ଷ୍ୟ କରାଯାଇ ଶୃଙ୍ଖଳା ଦର୍ଶନ ଵ୍ଯଵସ୍ଥା କରାଯାଇଥିଲା। ।ଶ୍ରଦ୍ଧାଳୁଙ୍କ ପାଇଁ କମିଟି ତରଫରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବିଳାସିନୀ ପୃଷ୍ଟି ଙ୍କ ଉପସ୍ଥାପନା // ମହା ଶିବରାତ୍ରି ଜାଗର 

Sunil Chandra Nayak

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

ମାଲପଡା ରେ ମା ପେଡ୍ର।ଣୀ ଙ୍କ ମଣ୍ଡେଇ ଯାତ୍ରା, ହଜାର ହଜାର ଭକ୍ତଙ୍କ ସମାଗମ

Leave a Comment

error: Content is protected !!