ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

ଧର୍ମଗଡ ବ୍ଲକ ଟିପିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବାସଙ୍ଘ ଓ ସମାଜ କଲ୍ୟାଣ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ଅଙ୍ଗନବାଡି କ୍ଷେତ୍ର ପରିଦର୍ଷିକା ବୈଜନ୍ତି ମହାରଥା, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ମୋହନ ନାଏକ, ଧର୍ମଗଡ ଶକ୍ତି ସଦନ ଗୃହର ପରିଚାଳିକା ସସ୍ମିତା ପାତ୍ର, କଳାହାଣ୍ଡି ଜିଲ୍ଲା ଓରମାସର ହିସାବ ରକ୍ଷକ ପୀୟୂଷ ଶତପଥୀ, ଟିପିଗୁଡା ସମିତିସଭ୍ୟା ଲତିକା ବାଗଙ୍କ ପ୍ରତିନିଧି ଚନ୍ଦ୍ର ବାଗ ମଞ୍ଚାସିନ ଥିଲେ l ଅତିଥିମାନେ ମହିଳାମାନେ କିଭଳି ଶିକ୍ଷା କ୍ଷେତ୍ରରେ କିଭଳି ଆଗକୁ ଯିବେ,ସେମାନେ କେମିତି ଆତ୍ମନିର୍ଭରଶିଳ ହେବେ, ସ୍ୱାସ୍ଥ୍ୟର ଯତ୍ନନେବେ,ନିର୍ଯାତନାରୁ କିଭଳି ଦୁରେଇ ରହିବେ ତଥା ବାଲ୍ୟ ଵିଵାହରୁ ଦୁରେଇ ରହିବା ସହ ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ବୁଝାଇ ଥିଲେ l ଅନୁଷ୍ଠିତ ସାଧାରଣ ସଭାରେ ଟିପିଗୁଡା ପଞ୍ଚାୟତର ସି ଆର ପି,ଏମବିକେ , ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ସମେତ ଗ୍ରାମର ଯୁବତୀ ମାନେ ବହୁ ସଂଖ୍ୟାରେ ସାମିଲ ଥିବା ବେଳେ ଧର୍ମଗଡ ଶକ୍ତି ସଦନ ଗୃହ କାର୍ଯ୍ୟାଳୟର ଦେବରାଜ ମହାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୋରନ୍ଦା ରେ ସୁରୁଖୁରୁରେ ଚାଲିଛି ମାଟ୍ରିକ ପରୀକ୍ଷା

masiha

ଚିଲିକା ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଓଡିଶା ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ

Sunil Chandra Nayak

କୌଳିକ ବୃତ୍ତି ରେ ଆଧୁନିକତା ର ଛାପ : ଟେରାକୋଟା କ୍ରାଫ୍ଟସ ତାଲିମ  

Sunil Chandra Nayak

Leave a Comment

error: Content is protected !!