ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହ୍ୟ ଜଗତରୁ ବିଛିନ୍ନ ଗୋପିସାହି ରେ କୋଇଡା ପ୍ରେସ କ୍ଲବ ଓ କୋଇଡା ପ୍ରଶାସନ ର ମିଳିତ ପ୍ରୟାସ ରେ ବଣ୍ଟନ ହେଲା ରିଲିଫ ସାମଗ୍ରୀ 

ବାହ୍ୟ ଜଗତରୁ ବିଛିନ୍ନ ଗୋପିସାହି ରେ କୋଇଡା ପ୍ରେସ କ୍ଲବ ଓ କୋଇଡା ପ୍ରଶାସନ ର ମିଳିତ ପ୍ରୟାସ ରେ ବଣ୍ଟନ ହେଲା ରିଲିଫ ସାମଗ୍ରୀ 

କୋଇଡ଼ା ୨୯/୦୭/୨୦୨୫ — ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଅନ୍ତର୍ଗତ ଗୋପିସାହିରେ ବସବାସ କରନ୍ତି ତେଇଶି ଟି ପରିବାର ର ଶହେ ରୁ ଉର୍ଦ୍ଧ ସଦସ୍ୟ I ବିଗତ ଦିନରେ ହୋଇଥିବା ଲଗାଣ ବର୍ଷା ଯୋଗୁ ସୁନା ନାଳ ରେ ପାଣି ବଢିବା ଫଳରେ ବାହ୍ୟଜଗତ ରୁ ବିଛିନ୍ନ ହୋଇଛନ୍ତି ଗୋପୀସାହିର ଜନସାଧାରଣ । ସ୍ଥାନୀୟ ପ୍ରଶାସନ ଦୁଇ ଦିନ ପୂର୍ବେ ଶୁଖା ଖାଦ୍ୟ ସେମାନଙ୍କ ନିକଟରେ ପହଞ୍ଚାଇ ଥିଲା I ଆଜି ପୁଣି ଥରେ କୋଇଡା ତହସିଲଦାର ନିର୍ମଳ କୁମାର ବିଶ୍ୱାଳ, କୋଇଡା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି କୋଇଡା ପ୍ରେସ କ୍ଲବ ର ସଦସ୍ୟ ମାନେ କୋଇଡା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମ ରେ ନାଳ ପାର ହୋଇ ଘଟଣା ସ୍ଥଳରେ ପହଂଚିଥିଲେ I ସେଠାରେ ଉପସ୍ଥିତ ଥିବା ଜନସାଧାରଣ ଙ୍କ ସହିତ ଆଲୋଚନା କରିବା ସହିତ ଜନସାଧାରଣ ମାନଂକୁ ଶୁଖା ଖାଦ୍ୟ ଏବଂ ପାଣି ବୋତଲ ବଣ୍ଟନ କରିଥିଲେ I ଯଥାଶୀଘ୍ର ସୁନା ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ସରକାର ଙ୍କୁ ଅବଗତ କରିବା ନେଇ କୋଇଡା ତହସିଲଦାର ନିର୍ମଳ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି I କୋଇଡା ପ୍ରେସ କ୍ଲବ ସଦସ୍ୟ ମାନଙ୍କ ର ଏହି ମହତ କାର୍ଯ୍ୟ କୁ ନେଇ ଅଂଚଳବାସୀଙ୍କ ମଧ୍ୟ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବୁଦ୍ଧିଜୀବୀ ମହଲ ରୁ ପ୍ରଶଂସା ର ସୁଅ ଛୁଟୁଛି I 

କୋଇଡା ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ଼ ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଏନ୍ଏସି ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯକ୍ରମ ଅନୁଷ୍ଠିତ

masiha

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇମୃତ ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!