ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହମ୍ମଦ ରଫି ଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ମହମ୍ମଦ ରଫି ଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

 ରାଉରକେଲା: ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍” ର ପ୍ରତିଭା ସମ୍ପନ୍ନ କଳାକାରମାନେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ୍ ଠାରେ ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ବଲିଉଡ୍ ର ବିଗତ ଦିନର ପ୍ରଖ୍ୟାତ ପ୍ରଛଦପଟ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ ଉପଲକ୍ଷେ ବିଶେଷ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଓବି ସୁରାଟ ର ମୁଖ୍ୟ ପ୍ରବନ୍ଧକ ତୁଷାର କାନ୍ତ ପୃଷ୍ଟି , ଅନୁଷ୍ଠାନର ଅଧ୍ୟକ୍ଷ ଲିଓନ ବିନୋଦ ମାହୁନ୍ତ, ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ , ଆରଏସପି ସିଜିଏମ ଏସ୍. ରାୟ ଚୌଧୁରୀ , ଭାରପ୍ରାପ୍ତ ମହାପ୍ରବନ୍ଧକ ଡକ୍ଟର୍ ପି କେ ସାହୁ, ସଭାପତି ତପନ ନାୟକ, ସାଧାରଣ ସମ୍ପାଦକ ସନ୍ତୋଷ ଦାସ, ସଂଗଠନ ସଚିବ ସତ୍ୟବ୍ରତ ମହାନ୍ତି, ପ୍ରଶାସନ ସଚିବ ପ୍ରଦୀପ ମହନ୍ତ, ଅର୍ଥ ସଚିବ ଜଗନ୍ନାଥ ସାହୁ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ | ପୁରୁଣା – ନୂଆ ବିଭିନ୍ନ ସ୍ୱାଦର ରଫି ଙ୍କ ଗାଇଥିବା ଗୀତ ପରିବେଷଣ କରି କଳାକାର ମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ | ମାଉଥି ହାର୍ମୋନିମରେ ଲିଓନ ଶ୍ରୀ ମାହୁନ୍ତଙ୍କ ଏ ଦିଲ୍ ହୈ ମୁଶ୍କିଲ୍ ଜୀନା ଯହାଁ ,ବଂଶୀ ଓ ସେକ୍ସୋଫୋନର ଯୁଗ୍ମ ପରିବେଷଣରେ ଓ ହସୀନା ଯୁଲ୍ଫୱାଲୀ ଜାନେଜାହାଁ, ବେନ୍ ଜୋ ରେ ତୁମ୍ ସେ ଆଚ୍ଛା କନ୍ ହେ ଗୀତ ର ଧୁନ୍ ପରିବେଷଣ କରି ମାଷ୍ଟର ସୌମ୍ୟ ସାହୁ, ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଓ ଡକ୍ଟର ପ୍ରଫୁଲ୍ଲ ଦାସ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ଇସ୍ପାତ ସହରରେ ପ୍ରଥମ ଥର ପାଇଁ ଫ୍ୟୁଜିୟନ୍ ଯୁଗଲବନ୍ଦି (କଣ୍ଠ ସଂଗୀତ ଓ ବଂଶୀ) ଭାରତୀୟ ଶାସ୍ତ୍ରୀୟ ସଂଗୀତ ତଥା ପାଶ୍ଚାତ୍ୟ ସଂଗୀତର ସୁନ୍ଦର ମିଳନ | ତପନ ନାୟକ , ସୌମ୍ୟା ସାହୁ, ଅରଣ୍ୟ ମୁଖାର୍ଜୀ , ରଜତ ପାଣ୍ଡା , ସୁଶୀଳ ଟିଗା ସଂଗୀତା ଓ ଶ୍ଵେତା ପ୍ରମୁଖ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରଜତ, ତପନ୍ ,ସୌମ୍ୟ ,ଓ ସୁଶୀଲ୍ ଟିଗାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା | ଅନ୍ୟ  କଳାକାରଙ୍କ ମଧ୍ୟରେ ସୋମା, ସଙ୍ଗୀତା, ମିନତୀ, ଡିମ୍ପଲ୍, ଶୁଭଶ୍ରୀ, ଦେବଦତ୍ତା, ନିବେଦିତା, ହିମାନୀ, ସସ୍ମିତା, ଶ୍ୱେତା ,ବିନୋଦ ମାହୁନ୍ତ, ମନୋରଞ୍ଜନ ଦାଶ, ଏସ୍. ରାୟ ଚୌଧୁରୀ , ଡକ୍ଟର୍ ପି କେ ସାହୁ, ଡକ୍ଟର୍ ପି. କେ. ଦାସ, ଡା ଜୟନ୍ତ ଆଚାର୍ଯ୍ୟ ,ବଲ୍ଜିତ୍ ସିଂହ, ତପନ ନାୟକ, ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ଜଗନ୍ନାଥ ସାହୁ,ସୁରେଶ, ହଲିନ୍ଦର୍, ଅଶ୍ଵିନୀ ସିଂ, ଅଶୋକ ପଟେଲ, ରାମ ମହନ୍ତ, ନରେନ୍ଦ୍ର, ବନୋଜ, ପ୍ରଭାତ, ବିକାଶ, ବିଭୁଦତ୍ତ, ସୌମେନ୍ଦ୍ର, ରଞ୍ଜିତ, ଉତ୍ତମ, ଯୋଗେନ୍ଦ୍ର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଫିରୋଜ୍ ଓ ଶ୍ଵେତଲୀନା ମଞ୍ଚ ସଞ୍ଚାଳନ କରିଥିଲେ। ସଂଗଠନ ସଚିବ ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

masiha

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପ୍ରଦାନ

masiha

Leave a Comment

error: Content is protected !!