ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ଧୁଗାଁ ବ୍ଲକ ବିଜେପି ଦଳର କର୍ମକର୍ତ୍ତା ନୂତନ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ ଓ ଅଭିନନ୍ଦନ ଜଣାଇଲେ  ,୨- ୟୁ.ଏ.ଏସ.ଯୁନାଫ ଇଡି ଅଟୋମେସନ କୁ ସ୍ତଗିତ ରଖିବା ନିମନ୍ତେ ରାଲି ସହ ଦାବିପତ୍ର ପ୍ରଦାନ 

ବନ୍ଧୁଗାଁ ବ୍ଲକ ବିଜେପି ଦଳର କର୍ମକର୍ତ୍ତା ନୂତନ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ ଓ ଅଭିନନ୍ଦନ ଜଣାଇଲେ 

ବନ୍ଧୁଗାଁ ତା ୩୧/୭/୨୫,କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର କୁମ୍ଭାରିପୁଟୁ ମଣ୍ଡଳ ଅଧିନରେ ରହିଥିବା ବିଜେପି ଦଳର କର୍ମକର୍ତ୍ତା ଆଜି କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନଜ ସତ୍ୟୱାନ ମହାଯନ ଙ୍କୁ  କୋରାପୁଟ ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବନ୍ଧୁଗାଁ ବ୍ଲକର ବିଜେପି କର୍ମୀ ଫୁଲତଡ଼ା ଦେଇ ସ୍ୱାଗତ ଜଣାଇ ସାକ୍ଷାତ କରିଥିଲେ I ଜିଲ୍ଲାପାଳ ଙ୍କ ସହ ଭେଟି ବନ୍ଧୁଗାଁ ଗୋଟିଏ କୋରାପୁଟ ଜିଲ୍ଲାର ଶେଷ ବ୍ଲକ ତଥା ଆନ୍ଦ୍ର ସୀମାନ୍ତ ବ୍ଲକ ଓ ଏହି ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସବୁଠୁ ପଛୁଆ ବ୍ଲକ ଭାବରେ ରହିଅଛି I ଶିକ୍ଷା ହଊ କି ଉନ୍ନୟନ ବା, ରାସ୍ତାଘାଟ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଟିକେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।ଏଥିରେ  ବନ୍ଧୁଗାଁ ବ୍ଲକର ଜୋନ-ର ମଣ୍ଡଳିର ପୁର୍ବତନ ସଭାପତି ମକରଧ୍ବଜ ଖରା ଏବଂ ଚୈତନ୍ୟ ନନ୍ଦିବାଲି, ଆକାଶ ପୂଜାରି,ସେମଲିଗୁଡା ବ୍ଲକର ମହିଳା କାର୍ଯ୍ୟକର୍ତ୍ତା,ବରିଷ୍ଠ ନେତା ତପି ତେଣ୍ଟାବାରିଆ ମହୋଦୟ ଏବଂ ସହକର୍ମୀ ନୂତନ ଜିଲ୍ଲାପାଳ ମହୋଦୟ ଙ୍କୁ କୋରାପୁଟ ଜିଲ୍ଲାରେ ନୂତନ ଭାବରେ ଯୋଗଦେଇଥିବା ଯୋଗୁଁ ଅଭିନନ୍ଦନ ଜଣାଇଥିଲେ I

ୟୁ.ଏ.ଏସ.ଯୁନାଫ ଇଡି ଅଟୋମେସନ କୁ ସ୍ତଗିତ ରଖିବା ନିମନ୍ତେ ରାଲି ସହ ଦାବିପତ୍ର ପ୍ରଦାନ 

ବନ୍ଧୁଗାଁ ତା ୩୧/୭/୨୫, ଆଜି ବନ୍ଧୁଗାଁ ବ୍ଲକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ବନ୍ଧୁଗାଁ ବ୍ଲକର ଶିକ୍ଷକ ସଙ୍ଘର ସଭାପତି ମନୋଜ ବାଗ ଙ୍କ ନେତୃତ୍ୱରେ  ବନ୍ଧୁଗାଁ ଶିକ୍ଷକ ସଙ୍ଘ ଗୃହରୁ ବାହାରି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ଲୋଗାନ ସହ ରାଲି କରି   ବାହାରିଥିଲେ I ଆଜିର ମୁଖ୍ୟ ଉଦ୍ୟେଶ ଥିଲା କି ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ୟୁ.ଏ.ଏସ. ୟୁନିଫା ଇଡ ଅଟମେସନ ସିଷ୍ଟମକୁ ସ୍ତଗିତ ରଖାଯିବା ପାଇଁ ଦାବି ପାଇଁ ରାଲି କରିଥିଲେ I ଏଥିସହ ବିଦ୍ୟାଳୟ ରେ ଭିତିଭୂମି ଓ ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟତ୍ରି ଓ ବିଦ୍ୟାଳୟ ରେ ପାଠ ପଡିବା ଛାତ୍ରଛାତ୍ରୀଙ୍କ ଅନୁଯାଇ  ପାଠ ପଢିବା ପାଇଁ ସମସ୍ତ ଶ୍ରେଣୀ ପାଇଁ ଶ୍ରେଣୀ ଗୃହ ଆବଶ୍ୟକ, ଓ ମୋବାଇଲ ନଥାଇ ଏହିପରି ବ୍ୟବସ୍ତା କରିବା ପ୍ରାୟ ବିଦ୍ୟାଳୟ ମାନଙ୍କରେ ମୋବାଇଲ ନେଟୱର୍କ ନଥାଇ ଦୈନିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉପସ୍ଥାନ କୁ ମୋବାଇଲ ଜରିଆରେ ଛାଡିବା, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପରେ ଏକ ମାନସିକ ଚାପ ପଡୁଛି ବୋଲି ବନ୍ଧୁଗାଁ ବ୍ଲକର ନିଖିଳ ପ୍ରାଥମିକ ଶିକ୍ଷକ ସଙ୍ଘର ସମ୍ପାଦକ କେ.ପ୍ରତାପ କୁମାର ଗଣ ମାଧ୍ୟମକୁ କହିଛନ୍ତି I  ଉକ୍ତ ବିଷୟକୁ ନେଇ ଆଜି ବ୍ଲକର ନିଖିଳ ପ୍ରାଥମିକ ଶିକ୍ଷକ ସଙ୍ଘର ସତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଶିକ୍ଷକ ସଙ୍ଘ ଗୃହରୁ ରାଲି କରି  ରାଜ୍ୟପାଳ ଓଡିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା, ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଧେଶକ, ଓସେପା, ଓଡ଼ିଶା, ନିର୍ଦ୍ଧେଶକ ପ୍ରାଥମିକ ଶିକ୍ଷା ଓଡିଶା, ଜିଲ୍ଲାପାଳ କୋରାପୁଟ, ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଙ୍କ ଉଦ୍ୟେଶରେ ବନ୍ଧୁଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ପହଁଞ୍ଚି କାର୍ଯ୍ୟାଳୟରେ  ଦାୟୀତ୍ୱରେ ରହିଥିବା କନିଷ୍ଟ କିରାଣୀ ଶ୍ରୀ ଅବନି ତ୍ରିପାଠିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ I ଆଜିର ରାଲିରେ ନିଖିଳ ପ୍ରାଥମିକ ଶିକ୍ଷକ ସଙ୍ଘର ଉପ ସଭାପତି ଦେବେନ୍ଦ୍ର ଗମାଙ୍ଗ, ଜିଲ୍ଲା ସଂଘ ପ୍ରତିନିଧୀ ସନ୍ୟାସୀ ରାଓ ଦେବରପଳି, ବରିଷ୍ଠ ଶିକ୍ଷକ ଧ୍ରୁବ ଚରଣ ବଳବନ୍ତ ରାୟ, ପରୀକ୍ଷିତ ଦାସ, ଗୟାଧର ସାମଲ,ଚନ୍ଦ୍ରକଳା ଦେବୀ, ଏ.ଭେଙ୍କଟ ରାବନା ସହ ବ୍ଲକ୍ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ପାରିବାରିକ ଗଣ୍ଡଗୋଳ କୁ ନେଇ ପଥର ଖମ୍ବ ଦଳିତ ସାହି ବସ୍ତିରେ ଭୟଭୟ ଅଗ୍ନିକାଣ୍ଡ,30ରୁ ଉର୍ଦ୍ଧ୍ବ ଘର ଭସ୍ମୀଭୂତ

Sunil Chandra Nayak

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ: ସର୍ଚ୍ଚ ଅପରେସନ ଜାରୀ

masiha

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!