ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ଲାଞ୍ଜିଗଡ଼, ୦୨/୦୮(ମନିସ)- ଆଜି ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ଭିଡିଓ କନଫରେନ୍ସ ହଲଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାଆ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ଡିଗ୍ରୀ ମହାବିଦ୍ୟାଳୟର ପିଇଟି ଜି. ଶ୍ରୀନିବାସ ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜୟ ପଲେଇ, ବରିଷ୍ଠ ନାଗରିକ ବଳରାମ ବେହେରା, କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ, ଗୋପବନ୍ଧୁ ହାଇସ୍କୁଲର ପିଇଟି ଧରିତ୍ରୀ ବିଷୋୟୀ, ବ୍ଲକ କଳାକାର ସଂଘର ହରେକୃଷ୍ଣ ଘଡେଇ, ବନପାଳ ଏସ. କେ ଦୁର୍ଗା, କ୍ଳଷ୍ଟର ସଂଯୋଜକ ଦୁଃଖିଶ୍ୟାମ ବାରିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଜୋର ଧରିଲା ନୂତନ ବ୍ଲକ ପ୍ରତିଷ୍ଠା ଦାବି

masiha

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ଏନ୍‌ଆଇଟି ରାଉରକେଲାର ଦ୍ରୁତ ବିକାଶ ଗାଥା ର ମଙ୍ଗୁଆଳ – ପ୍ରଫେସର ଉମାମହେଶ୍ଵର ରାଓ

Sunil Chandra Nayak

Leave a Comment

error: Content is protected !!