ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ୪୪ତମ ଶୁଣାଣି 

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ୪୪ତମ ଶୁଣାଣି 

ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି । ଦୀର୍ଘ ଦିନ ପରେ ମହାନଦୀ ଜଳ ବିବାଦର ପୁଣି ଶୁଣାଣି ହେବ । ଟ୍ରିବ୍ୟୁନାଲରେ ଓଡ଼ିଶାର କ’ଣ ରହିବ ଆଭିମୁଖ୍ୟ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆପୋଷ ସମାଧାନ ସପକ୍ଷରେ ଅଛନ୍ତି ମୋହନ ସରକାର । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ୪୪ତମ ଶୁଣାଣି ।

ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଏହି ଶୁଣାଣିରୁ କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ଶୁଣାଣି ପୂର୍ବରୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ଦଳର ନେତା ଏକାଠି ହୋଇ ବିବାଦର ଆପୋଷ ସମାଧାନ ନେଇ ଆଲୋଚନା କରିଛନ୍ତି । ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ପରେ ସଂଗଠନ ପକ୍ଷରୁ ସରକାରଙ୍କୁ ଏକ ରିପୋର୍ଟ ଦିଆଯିବ।ଗତ ଶୁଣାଣି ପରେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

କିନ୍ତୁ ଆପୋଷ ଆଲୋଚନା ଦ୍ବାରା ମହାନଦୀ ବିବାଦର ସମାଧାନ ଏକ ଜଟିଳ ବ୍ୟାପାର ହୋଇଥିବାରୁ ସନ୍ଦେହ ରହିଛି । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବେ ନା ନ୍ୟାୟିକ ଲଢ଼େଇ ଲଢ଼ିବେ? ରାଜ୍ୟ ସରକାର ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ । ମହାନଦୀକୁ ନେଇ ବିବାଦ ଲାଗି ରହିଥିଲେ ବି ଉପରମୁଣ୍ଡରେ ନୂଆ ପ୍ରକଳ୍ପ ଜାରି ରଖିଛି ଛତିଶଗଡ଼ ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ତୁମେ ନୂଆ ତାଲିକା ବାହାରିଲେ ଘର ପାଇବ ! ଶୁଣି ଶୁଣି ପାଞ୍ଚ ବର୍ଷ ବିତିଗଲା ,ଏବେ ପୁଣି ସେହି ବାଣୀ !

Sunil Chandra Nayak

ପୂଜ୍ୟପାଦ ଗୁରୁ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ‘ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ’ ପ୍ରଦାନ ଉତ୍ସବ 

masiha

ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , କଳାହାଣ୍ଡି ପକ୍ଷରୁ ଆଲୋଚନା ପର୍ବ ଓ କବିତା ଆସର

masiha

Leave a Comment

error: Content is protected !!