ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାଲଗୁମାରୁ ବାଙ୍କୀମୁଣ୍ଡା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି 

କୋକସରା,୨୧/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡାଲଗୁମା ପଞ୍ଚାୟତରୁ ବାଙ୍କୀମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତା ଏହି ଅଞ୍ଚଳବାସୀଙ୍କ ପାଇଁ ଏକ ମୂଖ୍ୟ ଯାତାୟାତର ମାଧ୍ୟମ ହୋଇଥିବା ବେଳେ ଦଶନ୍ଧି ପରେ ମଧ୍ୟ ଏହି ରାସ୍ତା ଉପରେ ପ୍ରଶାସନର ନଜର ପଡୁନାହିଁ । କୋକସରା ବ୍ଲକରୁ ଧର୍ମଗଡ ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଜନସାଧାରଣ ନିର୍ଭରଶୀଳ ହେଇଥିବା ବେଳେ ଡାଲଗୁମାରୁ ବାଙ୍କୀମୁଣ୍ଡା ୩ କିଲୋମିଟର ରାସ୍ତା ପାଇଁ ଅଞ୍ଚଳବାସୀ ଅନେକ ସମୟରେ ନିର୍ବାଚିତ ବିଧାୟକ, ଜନ ପ୍ରତିନିଧି, ବ୍ଲକ, ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ତେବେ ପଞ୍ଚାୟତ ଅନୁଦାନରୁ ପ୍ରତିବର୍ଷ ମାଟି ମୋରମ ପକାଇ ନାମକୁ ରାସ୍ତା ଉନ୍ନତି କରଣ ନାଁରେ ବାଟମାରଣା ହେଉଛି ସରକାରୀ ଅନୁଦାନ। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚିତାମୁଣ୍ଡାରୁ ଡାଲଗୁମା ବାଙ୍କୀମୁଣ୍ଡା ୬ କିଲୋମିଟର ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ଜଣାପଡିଛି ଓ ଆଗାମୀ ମାସେ ମଧ୍ୟରେ ରାସ୍ତା କାର୍ଯ୍ୟ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେବ ବୋଳି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା ସୁଚନା ଦେଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏପ୍ରିଲ ୨୧ ତାରିଖରେ ରାଉରକେଲା ଗସ୍ତ

Sunil Chandra Nayak

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଏକ ପେଡ ମାଁ କେ ନାମ” ୨.୦

Sunil Chandra Nayak

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓଲ୍ହେଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ

Sunil Chandra Nayak

Leave a Comment

error: Content is protected !!