ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେନସନ ଗ୍ରାହୀ ସଙ୍ଘ ର ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପେନସନ ଗ୍ରାହୀ ସଙ୍ଘ ର ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ରବିବାର କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ପେନସନ ଗ୍ରାହୀ ସଙ୍ଘ ର ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ସଙ୍ଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ବ୍ଲକ ପେନସନ ଗ୍ରାହୀ ସଙ୍ଘ ସଭାପତି ତ୍ରିନାଥ ଠାକୁର ପୌରହିତ୍ୟ ରେ ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରା ଯାଇଥିଲା।ମୁଖ୍ୟବକ୍ତା ଭାବେ ଉପଦେଷ୍ଟା ଅମଲା ସଙ୍ଘ କଳାହାଣ୍ଡି ରୂପ କେଶରୀ ଦଳେଇ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପେନସନ ଗ୍ରାହୀ ସଙ୍ଘ ର ସଭାପତି ଶରତ ଚନ୍ଦ୍ର ନାଏକ,ବ୍ଲକ ପେନସନ ଗ୍ରାହୀ ସଙ୍ଘ ସଦସ୍ୟ କେଶବ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ବିଧାୟକ ଙ୍କୁ ପେନସନ ଗ୍ରାହୀ ସଙ୍ଘ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କ ଦାବି ଗୁଡିକୁ ରାଜ୍ୟ ସରକାରଙ୍କୁ ଜଣାଇବା ସହ ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଛନ୍ତି। ବିଧାୟକ ଶ୍ରୀ ପାଟ୍ଟଯୋଶୀ ପେନସନ ଗ୍ରାହୀ ସଙ୍ଘ ର କର୍ମକର୍ତ୍ତା ଓ ଉପସ୍ଥିତ ବରିଷ୍ଠ ନାଗରିକ ଙ୍କୁ ସସମ୍ମାନ ଜଣାଇବା ସହ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର କୁ ରାଜ୍ୟ ସରକାର ନିଶ୍ଚୟ ସକାରାତ୍ମକ ଭାବେ ବିଚାର କୁ ନେବେ ବୋଳି କହିଛନ୍ତି। 

ଏହି ଅବସରରେ ପେନସନ ଗ୍ରାହୀ କୋକସରା ବ୍ଲକ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ବ୍ଲକ ସଙ୍ଘ ସଭାପତି ଭାବେ ଲକ୍ଷ୍ମଣ କୁମାର ଶବର, ଉପ ସଭାପତି ଭାବେ ଗରୁଡ଼ ଧ୍ଵଜ ମାଝୀ, ସାଧାରଣ ସମ୍ପାଦକ ଭାବେ ଶ୍ରୀନିବାସ ପ୍ରଧାନୀ, ସହ ସମ୍ପାଦକ ଗଣେଶ୍ୱର ସତନାମୀ, କୋଷାଧ୍ୟକ୍ଷ ଧବଳେଶ୍ବର ନାଗ,କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମୁକ୍ତେଶ୍ଵର ପଟ୍ଟନାୟକ, ଅଶୋକ କୁମାର ପୁଝାରି, ତୁଳସିରାମ ଜାଲ,ଅଶୋକ କୁମାର ଦାସ,ବିଘ୍ନସ୍ୱର ପୁରୋହିତ,ପ୍ରହଲ୍ଲାଦ ଠାକୁର, ସୁମତି ଲତା ରାଉତ,ଉପଦେଷ୍ଟା କମିଟି ରେ ତ୍ରିନାଥ ଠାକୁର, ମିନିକେତନ ପ୍ରଧାନୀ,ବୁଟୁନାଥ ସରାବୁ,ଗୁଣନିଧି ବାଗ, ଗରୁଡ଼ଧ୍ୱଜ ବାଗ ରହିଛନ୍ତି। କାର୍ଯ୍ୟକ୍ରମ କୁ ବ୍ଲକ ସଙ୍ଘ ସମ୍ପାଦକ ମିନିକେତନ ପ୍ରଧାନୀ ପରିଚାଳନା କରିଥିବା ବେଳେ ଆଗାମୀ ଦିନରେ ସଙ୍ଘ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଲୋଚନା ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କୋମନା ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜନସଚେତନତା ଶୋଭାଯାତ୍ରା 

masiha

ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!