ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଣ୍ଟାମଡା ଗାଁରେ ପୁନର୍ବାର ୪ ଜଣ ଖ୍ରୀଷ୍ଟିଆନ ପରିବାରଙ୍କ କୁଡ଼ିଆ ଘର ପୁଡ଼ାଇଲେ , ଗାଁ ରୁ ତଡା ଖାଇ ଥାନାର ଦ୍ୱାରସ୍ଥ ହେଲେ, ଗାଁରେ ଶାନ୍ତି ବଦଳରେ ଅଶାନ୍ତି ସୃଷ୍ଟି ହେଉଛି 

ଅଣ୍ଟାମଡା ଗାଁରେ ପୁନର୍ବାର ୪ ଜଣ ଖ୍ରୀଷ୍ଟିଆନ ପରିବାରଙ୍କ କୁଡ଼ିଆ ଘର ପୁଡ଼ାଇଲେ , ଗାଁ ରୁ ତଡା ଖାଇ ଥାନାର ଦ୍ୱାରସ୍ଥ ହେଲେ, ଗାଁରେ ଶାନ୍ତି ବଦଳରେ ଅଶାନ୍ତି ସୃଷ୍ଟି ହେଉଛି 

ବନ୍ଧୁଗାଁ ତା ୪/୮/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଯାଗୁଗୁଡା ପଞ୍ଚାୟତ ଅଣ୍ଟାମଡା ଗ୍ରାମରେ ଦୁଇ ମାସ ତଳେ ୪ ଜଣ ଖ୍ରୀଷ୍ଟିଆନ ପରିବାରଙ୍କୁ ମାଡ, ଘର ଭଙ୍ଗା ଓ ଗାଁ ଛାଡି ଜଙ୍ଗଲ ରେ ଥିବା ପରେ ଗାଁରେ ଶାନ୍ତି ଫେରିବା ବଦଳରେ ପୁନର୍ବାର ଗାଁ ଲୋକେ କୁଡ଼ିଆ ଘର ରେ ନିଆଁ ଲଗାଇ ଗାଁ ରୁ ଘଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ସୁଚନା ଅନୁଯାୟୀ ଆଜକୁ ଦୁଇ ମାସ ତଳେ ଖ୍ରୀଷ୍ଟିଆନ ଧର୍ମ ଗ୍ରନ୍ଥ ବାଇବଲ ପ୍ରଚାର ଶୁଣିବା ପାଇଁ ଯାଇଥିଲେ। ଗାଁ ଲୋକେ ଖ୍ରୀଷ୍ଟିଆନ ହୋଇଛ ଗାଁ ରେ ରହିବାକୁ ହେବ ନାହିଁ କହି ଗାଁ ଲୋକେ ୪ ଟି ପରିବାରଙ୍କୁ ମାଡ ମାରି, ଘର ଭାଙ୍ଗି ଗାଁ ରୁ ତଡି ଦେଇଥିଲେ। ସେମାନେ ସମସ୍ତେ ପୁଲିସ ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ଥାନା ତରଫରୁ ଗାଁର ୬ ଜଣ ଙ୍କ ନାମ ରେ କେସ ରୁଜୁ କରି କୋର୍ଟ କୁ ପଠାଇ ଦେଇ ଥିଲେ। ଏହି ଦିନରୁ ଖ୍ରୀଷ୍ଟିଆନ ୪ ପରିବାର ଭୟରେ ଦାହସିଲଦର୍ ଙ୍କ ଦ୍ଵାରା ଦେଇ ଥିବା ଟାରପଲ ପାଇ ବର୍ଷା ପାଣି ରକ୍ଷା ପାଇଁ ପାହାଡ ଉପରେ କୁଡ଼ିଆ ଘର କରି ବସବାସ କରୁ ଥିଲେ। ସମସ୍ୟାର ସମାଧାନ ପାଇଁ ଗାଁ ରେ ଶାନ୍ତି କମିଟି ଗଠନ କରି ଶାନ୍ତି ଫେରାଇ ଆଣିବା ଲାଗି ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର,ସ୍ଥାନୀୟ ତହସିଲଦାର, ଶ୍ରୀମତୀ ସୋନାଲି ପାତ୍ର, ଏସଡିପିଓ ବିରଞ୍ଚି ନାରାୟଣ ଜଗଦେବ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଓ କୋଟପାଡ଼ ବିଧାୟକ ଗାଁ ରେ ପହଞ୍ଚି ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରି ଥିଲେ। କୌଣସି କାରଣରୁ ଗାଁ ଲୋକେ ସେହି ୪ ପରିବାରଙ୍କୁ ଗାଁରେ ଥିବା ଘରକୁ ଆସିବାକୁ ଦେଇ ନ ଥିଲେ। କିନ୍ତୁ ସେହି ୪ ପରିବାର ଆଜକୁ ୪ ଦିନ ତଳେ ନିଜ ଚାଷ ଜମି କୁ ଆସି ଆଗରେ ଥିବା କୁଡ଼ିଆ ଘର ଉପରେ ଆଗରୁ ମିଳିଥିବା ଟାରପଲ ରଖି ପରିବାର ସହିତ ରହୁଥିଲେ। ଶନିବାର ଦିନ ରାତ୍ର ୯ ଘଣ୍ଟା ସମୟରେ ପୁନର୍ବାର ଗାଁ ଲୋକେ କୁଡ଼ିଆ ଘରେ ଅସ୍ତ୍ର  ଧରି ଲୋକଙ୍କୁ ମାରିବା ପାଇଁ ପହଞ୍ଚିବା ପରେ ୪ ପରିବାର ଜୀବନ ବିକଳରେ ପାହାଡ ଉପରକୁ ଚାଲି ଯାଇଥିଲେ। ପରେ ଗାଁ ଲୋକେ କୁଡ଼ିଆ ଘର ଭାଙ୍ଗିବା ସହିତ ପିନ୍ଧିବା ବସ୍ତ୍ର, ଟାରପଲ, ଖାଦ୍ୟ ସାମଗ୍ରୀ କୁ ନିଆ ଲଗାଇ ଦେଇଛନ୍ତି। ରବିବାର ସକାଳେ ୪ ପରିବାର ସମସ୍ତ ସଦସ୍ୟ ବନ୍ଧୁଗାଁ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରିଛନ୍ତି। ବର୍ତ୍ତମାନ ଅସହାୟ ଅବସ୍ଥାରେ ଲୋକଙ୍କ ପିଣ୍ଡାରେ କିଏ ଦେଲେ ମୁଠାଏ ଖାଇ ଘୁରି ବୁଲି ଶୋଉଛନ୍ତି। ଗାଁ ରେ ଶାନ୍ତି କେବେ ଫେରିବ, କେବେ ଏହି ୪ ପରିବାର ନ୍ୟାୟ ପାଇ ନିଜ ଘରକୁ ଫେରି ବେ? ଆଜି ପର୍ଯ୍ୟନ୍ତ ଗାଁ ରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଯେଉଁ କିଛି ଲୋକ ଙ୍କ ହାତ ଅଛି ସେମାନେ ବାହାରେ ରହି ମଜା ନେଉଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

Sunil Chandra Nayak

କୃଷି ନିର୍ଦ୍ଧାରଣ କମିଟିର ବୈଠକ ୟୁରିଆ ସାର ଗଛିତ ରଖିବାକୁ ନିର୍ଦେଶ

masiha

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ନେଇ ଧର୍ମଗଡ଼ ରେ ଶୋକସଭା

masiha

Leave a Comment

error: Content is protected !!