ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡମରାଇ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ମୁଣ୍ଡମରାଇ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ଆସିକା,୪/୮//୨୫ ଧରାକୋଟ ବ୍ଲକ୍ ଅନ୍ତର୍ଗତ ମୁଣ୍ଡମରାଇ ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷା ବିକାଶ ସମିତି ଯୋଜନା ଅନୁଯାୟୀ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଧରାକୋଟ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୌରି ଶଙ୍କର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏ ବି ଇ ଓ ବିଭୂତି ଭୂଷଣ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଶିଶୁ ମନ୍ଦିରର ସଭାପତି ଯୋଗେନ୍ଦ୍ର ସାସମଲ, ସମ୍ପାଦକ ଚିଦାନନ୍ଦ ପାତ୍ର ଶିଶୁମାନଙ୍କୁ ‌ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରୁ ମିଳୁଥିବା ଜ୍ଞାନ ଓ ଏହାର ଉପଯୋଗ ପାଇଁ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମହେଶ୍ଵର ସ୍ବାଇଁ ଅତିଥି ପରିଚୟ ସହ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କାର୍ଯକ୍ରମ ତଥା ଗଣିତ ପ୍ରକଳ୍ପ, ଗଣିତ ପ୍ରୟୋଗ, ପତ୍ର ବାଚନ, କଥାକଥନ, ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରୟୋଗ, ମୂର୍ତ୍ତିକଳା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ବରିଷ୍ଠ ଶିକ୍ଷକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଏହି ଉତ୍ସବରେ ସମସ୍ତ ଗୁରୁଜୀ, ଗୁରୁମା ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଚନ୍ଦ୍ରରେ ଚନ୍ଦ୍ରଯାନ ୩ ସଫଳ ପଦାର୍ପଣ ପାଇଁ ବନ୍ଧୁଗାଁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ

masiha

ରାୟଗଡ଼ ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା, ପଦଯାତ୍ରା ଓ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!