ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡମରାଇ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ମୁଣ୍ଡମରାଇ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ଆସିକା,୪/୮//୨୫ ଧରାକୋଟ ବ୍ଲକ୍ ଅନ୍ତର୍ଗତ ମୁଣ୍ଡମରାଇ ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷା ବିକାଶ ସମିତି ଯୋଜନା ଅନୁଯାୟୀ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଧରାକୋଟ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୌରି ଶଙ୍କର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏ ବି ଇ ଓ ବିଭୂତି ଭୂଷଣ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଶିଶୁ ମନ୍ଦିରର ସଭାପତି ଯୋଗେନ୍ଦ୍ର ସାସମଲ, ସମ୍ପାଦକ ଚିଦାନନ୍ଦ ପାତ୍ର ଶିଶୁମାନଙ୍କୁ ‌ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରୁ ମିଳୁଥିବା ଜ୍ଞାନ ଓ ଏହାର ଉପଯୋଗ ପାଇଁ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମହେଶ୍ଵର ସ୍ବାଇଁ ଅତିଥି ପରିଚୟ ସହ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କାର୍ଯକ୍ରମ ତଥା ଗଣିତ ପ୍ରକଳ୍ପ, ଗଣିତ ପ୍ରୟୋଗ, ପତ୍ର ବାଚନ, କଥାକଥନ, ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରୟୋଗ, ମୂର୍ତ୍ତିକଳା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ବରିଷ୍ଠ ଶିକ୍ଷକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଏହି ଉତ୍ସବରେ ସମସ୍ତ ଗୁରୁଜୀ, ଗୁରୁମା ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି ବ୍ୟାଙ୍କର ଉପର ମହଲା କୋଠା ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ

masiha

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ୧୭ତମ ବାର୍ଷିକ ଉତ୍ସବ 

masiha

ନାମ୍ପୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଙ୍ଗନ୍ କା ଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!