ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ସମ୍ମିଳନୀ 

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ସମ୍ମିଳନୀ 

ରାଉରକେଲା : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଉରକେଲା ଆଞ୍ଚଳିକ କମିଟିର ସମ୍ମିଳନୀ ହରିବନ୍ଧୁ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନାରେ ଖାଲି ପଡ଼ିଥିବା ପଦବୀ ପୁରଣ, ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନରେ ହୋଇଥିବା ଦୁର୍ନୀତିରେ ତଦନ୍ତ, ବେକାର ଯୁବକଙ୍କୁ ନିଯୁକ୍ତି, ପାନପୋଷ ସବ୍ ଡିଭିଜନରେ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ, ପରିବେଶ ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା, ଆର ଡି ଏ ପ୍ଲଟିଂ କରି ଜମି ନଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଜମି ପ୍ରଦାନ, ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ସ୍ବତନ୍ତ୍ର ରେଳ ଚଳାଚଳ, ସରକାରୀ ଶିକ୍ଷ।ନୁଷ୍ଠାନର ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ସମେତ ଅନ୍ୟାନ ଦାବିରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସାଥୀ ଅଶୋକ ଦାସ ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସାମ୍ପ୍ରଦାୟିକ ରାଜନୀତିକୁ ତୀବ୍ର ବିରୋଧ କରିବା ସହ ବିଜେପି ସରକାରର ଅପାରଗ ଶାସନ ପାଇଁ ନାରୀ ସୁରକ୍ଷିତ ନୁହନ୍ତି ବୋଲି କହିଥିଲେ । ଜିଲ୍ଲା ସମ୍ପାଦକ ପ୍ରଦୋଷ ମହାନ୍ତି ଅତିଥି ଭାବେ ଯୋଗଦାନ କରି କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷର ସଂଘର୍ଷ ମୟ ସମୟର ଇତିହାସ ସମ୍ପର୍କରେ ବକ୍ତବ୍ୟ ଦେବାସହ ସଂଗଠନକୁ ତଳସ୍ତରରୁ ସାଥୀମାନେ ମଜବୁତ୍ କରି ଜନଗଣଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ଏହାର ସମାଧାନ କରିବାକୁ ଆହ୍ବାନ ଦେଇଥିଲେ । ଜୋନ ସମ୍ପାଦକ ସଦାନନ୍ଦ ସାହୁ ସଂପାଦକୀୟ ରିପୋର୍ଟ ଉପସ୍ଥାପନ କରିବାସହ ଆଗାମୀ ଦିନରେ ପାର୍ଟିକୁ ଚଳଚଞ୍ଚଳ କରିବା ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଅନୁପମ ଦତ୍ତ, ଦସ୍ରୁ କିସାନ, ସବ୍ୟସାଚୀ ନାୟକ,ପ୍ରମୋଦ ବେହେରା,ଭ।ଗ୍ୟଧର ରାଉତ, ପଞ୍ଚାନନ ସୁନା, ପ୍ରଦୀପ କୁମାର ଲ।କ୍ରା, ରାମୁ କିଶାନ, ସୁଶାନ୍ତ କୁମାର ଲେଙ୍କା, ଅଜୟ କୁମାର ବାରାଙ୍କ ସମେତ ବହୁ ସାଥୀ ଆଲୋଚନାରେ ଯୋଗ ଦେଇଥିଲେ । ମେରୀ ବର୍ ଓ ମନୋଜ ଦାସଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୬ ଟି ପ୍ରସ୍ତବ ଗୃହୀତ ହୋଇଥିଲା । ଆଗାମୀ ତିନି ବର୍ଷ ପାଇଁ ଏକ ପନ୍ଦର ଜଣିଆ କମିଟି ଗଠନ କରାଯାଇଛି । ଶେଷରେ ମହେଶ୍ୱର ଦୀପ ଧନ୍ୟବାଦ୍ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରଜନୀକାନ୍ତ ସାସମଲ ହେଲେ ବିଧାୟକ ପ୍ରତିନିଧି

masiha

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

masiha

ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅଧ୍ୟକ୍ଷା , ପରାଜିତ ହେଲେ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ

masiha

Leave a Comment

error: Content is protected !!