ରାଇରଙ୍ଗପୁର ରୋଟାରୀ କ୍ଳବର ନବମ ଅଧିଷ୍ଠାନ ଉତ୍ସଵ
ସେବା ମାନବ ଜୀଵନକୁ ଧନ୍ୟ କରିଥାଏ – ରୋଟାରିଆନ ଇନ୍ଦ୍ରଜିତ ସାହୁ
ମୟୂରଭଂଜ – ୩/୦୮ — ରାଇରଙ୍ଗପୁରର ହୋଟେଲ ହିନ୍ଦୁସ୍ତାନ ଇନନ୍ ସମ୍ମିଳନୀ କକ୍ଷରେ ଶନିବାର ଦିନ ସଂନ୍ଧ୍ୟାରେ ରୋଟାରୀ କ୍ଳବ୍ ରାଇରଙ୍ଗପୁର ରୟାଲ ର ନବମ ଅଧିଷ୍ଠାନ ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଆରଟିଏନ୍ ଇନ୍ଦ୍ରଜିତ ସାହୁ,ସମ୍ମାନିତ ଅତିଥି ଭାବେ ଆରଟିଏନ ଜ୍ୟୋତି ରଞ୍ଜନ ସାହୁ,ବିଶେଷ ଅତିଥି ଇଂ ଜେ. ସୌଭାଗ୍ଯରଶ୍ମି ସାହୁ, ରାଇରଙ୍ଗପୁର ରୋଟାରୀ କ୍ଳବ୍ ସଭାପତି ଆରଟିଏନ ବାସୁଦେବ ପାଲ,ସଂପାଦକ ଆରଟିଏନ ପ୍ରତ୍ୟୁଷ ପରିଡ଼ା,ସ୍ବତନ୍ତ୍ର ଅତିଥି ଭଦ୍ରକର ଆରଟିଏନ ଅମ୍ବିକା ସ୍ବାଇଁ,କରଞ୍ଜିଆ ର ଆରଟିଏନ୍ ଜୟନ୍ତ ମହାନ୍ତ,ଜଳେଶ୍ଵର ର ଆରଟିଏନ ସୁକୁମାର ରଣା,ଆରଟିଏନ ଅନିଲ ସାହା,ଭୂବନେଶ୍ବରର ପିପି ଆରଟିଏନ ସୋନାଲି ରଥ,ଆରଟିଏନ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ,ଆରଟିଏନ ନିରଜ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଆରଟିଏନ ବିକାଶ ଭୁତ ମଂଚ ପରିଚାଳନା କରିଥିବାବେଳେ ଉପସଭାପତି କାଳି ପ୍ରସନ୍ନ ମହାନ୍ତି ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ।ସଭାପତି ବାସୁଦେବ ପାଲ ତାଙ୍କ ସମୟରେ ଜନକଲ୍ଯାଣ କାର୍ଯ୍ଯକ୍ରମ ଉପରେ ବକ୍ତବ୍ୟ ରଖିଥିଲେ ।ପରେ ୨୦୨୫-୨୦୨୬ ପାଇଁ ସଭାପତି ଭାବେ ଆରଟିଏନ ଅରବିନ୍ଦ ବାଗାଡିଆ ଏଵଂ ସଂପାଦକ ଭାବେ ଆରଟିଏନ ରାମବତାର ପାଡିଆ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଅତିଥି ଗଣ ରାଇରଙ୍ଗପୁର ରୋଟାରୀ କ୍ଳବର ବହୁ ଜନକଲ୍ଯାଣ ଯଥା ବୃକ୍ଷ ରୋପଣ,କମ୍ବଳ ବଣ୍ଟନ,ଚକ୍ଷୁ ପରୀକ୍ଷା,ଗୁରୁ ସମ୍ବର୍ଦ୍ଧନା,ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ,ସଡ଼କ ସୁରକ୍ଷା ସଚେତନତା ସଭା,କନ୍ୟା ଅନମୋଲ କାର୍ଯ୍ୟକ୍ରମ,ଶୀତଳ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ,ରକ୍ତଦାନ ଶିବିର,ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନ, କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ।ମାନବ ସେବା ପାଇଁ ରୋଟାରୀ କ୍ଳବ୍ ସଦା ସର୍ବଦା ଉତ୍ସର୍ଗୀକୃତ ।ସେବାରେ ହିଁ ଶାନ୍ତି ମିଳିଥାଏ ।ପରେ ଅତିଥିଗଣ କୋଭିଡ ଯୋଦ୍ଧା ବିଳାସିନୀ ବାରିକ ଏବଂ ରାଇରଙ୍ଗପୁର ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ଦୀପକ ଦଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସେହିଭଳି ଅତିଥିଗଣ ଦୁଇ ମହିୟସୀ ମହିଳା ଯେଉଁମାନେ ଅଙ୍ଗଦାନ ଚୁକ୍ତି କରିଥିବା ଅବସରପ୍ରାପ୍ତ ଅଧ୍ୟାପିକା ସସ୍ମିତା ମହାନ୍ତି ଏବଂ ଶିକ୍ଷୟତ୍ରୀ ଜୟଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ବିଭିନ୍ନ ରୋଟାରୀ କ୍ଳବ୍ ଆସିଥିବା ସମସ୍ତ ରୋଟାରୀଆନଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ ।
ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

