ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାବା ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରାବଣୀ ଉତ୍ସବ

ବାବା ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରାବଣୀ ଉତ୍ସବ

ମୟୂରଭଂଜ – ୪/୦୮ — ରାଇରଙ୍ଗପୁର ପୌରାଞ୍ଚଳର ୮ ନମ୍ବର ଓ୍ବାର୍ଡ ଗଢ ଗ୍ରାମର ବହୁ ରାଜାରୁଜୁଡା ଅମଳରୁ ପ୍ରଷିଦ୍ଧ ବାବା ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଅଛି ।ଶ୍ରାବଣ ମାସର ଚତୁର୍ଥ ସୋମବାର ଅବା ଶେଷ ସୋମଵାର ଭୋର ୪ ଟା ସମୟରେ ଐଶ୍ବାନେଶ୍ବର ମନ୍ଦିରରେ ଦବ ଦେଵ ମହାଦେବଙ୍କ ସ୍ଵତନ୍ତ୍ର ନୀତି କାନ୍ତି ସରିବାପରେ ପହଡ଼ ଖୋଲାଯାଇଥିଲା ବୈତରଣୀ ନଦୀରୁ ଜଳ ଭାର ଆଣି କାଉଡିଆମାନେ ମହାଦେବଙ୍କ ମଥାରେ ଜଳଲାଗି କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ମନ୍ଦିରରେ କାଉଡ଼ିଆ ଏବଂଶ୍ରଦ୍ଧାଳୁଙ୍କ ଦ୍ଵାରା ଵୋଲ୍ ଵୋମ୍,ହର ହର ମହାଦେବ,ଓମ୍ ନମୋ ଶିଵାୟଃ, ସତ୍ଯଂ ଶିବଂ ସୁନ୍ଦରଂ ଧ୍ଵନି ଉଚାରଣରେ ଗଗନ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।ମନ୍ଦିର କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ ସେବାଣ କରାଯାଇଥିଲା ।ଏକ ଶକ୍ତିମୟୀ,ରସମୟ ,ଶିବାୟ ପରିବେଶ ହୋଇ ଉଠିଥିଲା ।ଭଜନ କୀର୍ତନ ରେ ମନ୍ଦିର ଉଠୁଥିଲା ପଡୁଥିଲା ।ସମସ୍ତେ ବାବାଙ୍କ ଆଶୀର୍ବାଦ ନେଇ ମହା ଆନନ୍ଦରେ ଘରକୁ ଫେରିଥିଲେ ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜାମଝରଣ ଗ୍ରାମରେ ତୃତୀୟ ତମ ପବିତ୍ର ୧୬ପ୍ରହର ନାମଯଜ୍ଞ

Sunil Chandra Nayak

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

Sunil Chandra Nayak

ରାଇରଙ୍ଗପୁର ମା ‘ତାରିଣୀ ପୀଠ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ  

Sunil Chandra Nayak

Leave a Comment

error: Content is protected !!