ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

ରାଉରକେଲା : ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ଅଗଷ୍ଟ ମାସ ୪ ତାରିଖରେ ପତଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି ଦିବସ ସେକ୍ଟର-୧୬ ଡି ବ୍ଲକ ସ୍ଥିତ “ମା” ତାରିଣୀ ମନ୍ଦିର ପରିସରରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେବାକୁ ଆସିବା ମାତ୍ରେ ତାଙ୍କୁ ସ୍ବାଗତ କରିବା ସହିତ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସୁନ୍ଦରଗଡ ଜିଲ୍ଲା ଯୋଗ ପରିବାର ତରଫରୁ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀ ଆୟୁର୍ବେଦକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରି ଭାରତର ଗୌରବ ଓ ସଂସ୍କୃତି ବଜାୟ ରଖିଥିବାରୁ ତାହାର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସମସ୍ତେ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଦିବସରେ ଆମ ଔଷଧୀୟ ବୃକ୍ଷ ରୋପଣ କରିବା ସହିତ ଏହାର ଯତ୍ନ ନେବା । ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଏକ ବୃକ୍ଷ ରୋପଣ କରିବା , ଯାହା ଦ୍ଵାରା ଆମ ଆଗାମୀ ପିଢ଼ି ପିଠିରେ ଅମ୍ଳଜାନ ପାଇଁ ଅକ୍ସିଜେନ ସିଲିଣ୍ଡର ପିଠିରେ ବୋହିବାକୁ ପଡ଼ିବ ନାହିଁ । ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ଏହି ଦିବସ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଓ ସମସ୍ତେ ନିରୋଗ ଜୀବନ ଯାପନ କରନ୍ତୁ ବୋଲି କାମନା କରିଥିଲେ ଏବଂ ଜଡ଼ିବୁଟି ଦିବସର ମହତ୍ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନୀ ସ୍ୱାଇଁ , ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଓ ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ଜଡ଼ିବୁଟି ଦିବସ ଉପରେ ତାଙ୍କର ବକ୍ତବ୍ୟ ଦେଇଥିଲେ । ଏହାପରେ ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଦୀର୍ଘଜୀବନ କାମନା କରାଯାଇ ସମସ୍ତଙ୍କ ମଙ୍ଗଳାର୍ଥେ ବିଭିନ୍ନ ଜଡି ବୁଟି ଚାରା ଯଥା, ହରିଡା, ବାହାଡା, ନିମ୍ବ, ଅଁଳା, ପିଜୁଳି, ଅଶ୍ଵଗନ୍ଧା, ଗଙ୍ଗଶିଉଳି, ବୃସଙ୍ଗ ଆଦି ଚାରା ରୋପଣ କରାଯାଇଥିଲା । ଏହି ଯୋଗ କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ତଥା ପରିଚାଲିକା ଅନୁସୁୟା ବାରିକ ଓ ମନ୍ଦିର କମିଟିର ଅଧକ୍ଷ ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକ୍ରମର ଆୟୋଜକ ଥିଲେ ଏବଂ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପ୍ରଶାନ୍ତ କୁମାର ଦାସ, ଅରବିନ୍ଦ ଜଗଦେବ, ମାନସ ମହାପାତ୍ର, ରାମ ବର୍ମା,ଜଗନ୍ନାଥ ପାଣ୍ଡଵ ତଥା ସମସ୍ତ ଟ୍ରଷ୍ଟି ମେମ୍ବର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମହାମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ମହିହା ସଂଗଠନ ମନ୍ତ୍ରୀ ସଂଧ୍ୟାରାଣୀ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁ ପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି , ବରିଷ୍ଠ ଯୋଗ ଶିକ୍ଷୟତ୍ରୀ କୁନ୍ତଳା ସ, ସବିତା ପ୍ରଧାନ , ପ୍ରତିମା ଦାସ, ସସ୍ମିତା ସାହୁ, କନକ ଲତା ଜେନା,ମମତା ମହାନ୍ତି, ରେଣୁବାଳା ସ୍ୱାଇଁଙ୍କ ସମେତ ବହୁ ଯୋଗ ଶିକ୍ଷକ, ଶିକ୍ଷୟତ୍ରୀ ଓ ସାଧକ , ସାଧିକା ଭାଇ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ସେହି ଭଳି ବନ୍ଧମୁଣ୍ଡା ରେ ଯୋଗ ଶିକ୍ଷୟତ୍ରୀ ଏମ ମଧୂରା ୱାନୀଙ୍କ ସହଯୋଗ ଓ ଆୟୋଜନରେ ଜଡ଼ିବୁଟି ଦିବସ ପାଳନ କରାଯିବା ସହିତ ଔଷଧି ବୃକ୍ଷରୋପଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ମାନଙ୍କ ସହିତ ବରିଷ୍ଠ ଯୋଗ ଶିକ୍ଷକ ତଥା ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ କୁମାର ଜେନା, ଅଜିତ ପୃଷ୍ଟି, ଶିବାନୀ ଜେନା, ଗଙ୍ଗାଧର ତ୍ରିପାଠୀ, ରାମକୃଷ୍ଣ ପଣ୍ଡା, ଶ୍ରୀକର ତନ୍ତୀ, ନଗେନ୍ଦ୍ର ନାଥ ସ୍ୱାଇଁ, ଟିକେଶ୍ବର କାଲୋ , ପ୍ରଦୀପ ସାହୁ, ମଞ୍ଜୁଲତା ସାହୁଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ମୌଳିକ ସୁବିଧା ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

masiha

ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ  ଯୁବ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ସାମ୍ବାଦିକ ସୌରଭ ସମ୍ମାନ

Sunil Chandra Nayak

୧୦୦ପ୍ରତିଶତ ଶ୍ରବଣଶକ୍ତି ନଥିବା ପ୍ରମାଣପତ୍ରରେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ନନ୍ଦିନୀ 

Sunil Chandra Nayak

Leave a Comment

error: Content is protected !!