ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବାକାର୍ଯ୍ୟ ଓ ପୂଜ୍ୟପୂଜା 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବାକାର୍ଯ୍ୟ ଓ ପୂଜ୍ୟପୂଜା 

 କଟକ : ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରଜ ଗ୍ରାମରେ ଭ୍ରାମ୍ୟମାଣ ସେବାକାର୍ଯ୍ୟ କରାଯାଇଛି । ଗ୍ରାମର ମା’ ବଜ୍ରସୁନା ଗ୍ରାମଦେବତୀ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଶାଢ଼ି ଏବଂ ପୁରୁଷମାନଙ୍କୁ ଛତା ବଣ୍ଟନ କରାଯାଇଛି। ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜା ଏବଂ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ନିଜ ପେନ୍‌ସନ୍‌ ଅର୍ଥରୁ କିଛି ସମାଜକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି । ମହାକାଳପଡ଼ା ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା,ବରଜ ରାମନାଟ୍ୟରେ ରାବଣ ଭୂମିକାରେ ଅଭିନୟ କରୁଥିବା ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇର ଭଜନାନନ୍ଦ ଦାସ,ଯୁବ କଳାକାର ଶରତ କୁମାର ପରିଡ଼ା,ଯୁବ କଣ୍ଠଶିଳ୍ପୀ ଆନନ୍ଦ ଚନ୍ଦ୍ର ବାରିକ, ଯୁବ ସମାଜସେବୀ ମାନଗୋବିନ୍ଦ ବାଗୁଲି ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ତଥା ସାମ୍ବାଦିକ ଖଗେଶ୍ୱର ଖଣ୍ଡୁଆଳ ପରିଚାଳନା କରିଥିବା ବେଳେ ସଂଗ୍ରାମ କେଶରୀ ମହାନ୍ତି ଏବଂ ସଭ୍ୟା ସଭ୍ୟ ସହଯୋଗ କରିଥିଲେ । ସମାଜସେବୀ ସୁକାନ୍ତ କୁମାର ସାହୁ,ସମାଜସେବୀ ପ୍ରଦୀପ କୁମାର ମହାନ୍ତି,ନୀଳମଣି ସାମଲ,ପଦ୍ମିନୀ ମହାନ୍ତି,ସ୍ବାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ, ଢେଙ୍କାନାଳ ଜିଲ୍ଲା ଶାଖାର ୫୩ ତମ ଇ -ଆଲୋଚନା ଚକ୍ର

masiha

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ଜୟପାଟଣା ଠାରେ ନୂତନ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଉଦଘାଟିତ

Leave a Comment

error: Content is protected !!